ବଣ୍ଡାଘାଟିରେ ଗଡ଼ିଲା ଲକ୍ଷ୍ମୀ ବସ୍ – bajravana
[ad_1]
ମାଲକାନଗିରି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରୁ ‘ଲକ୍ଷ୍ମୀ’ ଯୋଜନାର ବସ୍ ଶୁଭାରମ୍ଭ କରିବା ପରେ ଆଜି ବଣ୍ଡାଘାଟିକୁ ଗଡ଼ିଛି ଲକ୍ଷ୍ମୀ ବସ୍। ବଣ୍ଡାଘାଟିରେ ପ୍ରଥମ ଥର ପାଇଁ ବସ୍ ସେବା ମିଳିବା ପରେ ଯାତ୍ରୀମାନେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି। ପୂର୍ବରୁ ବଣ୍ଡାଘାଟିକୁ ବସ୍ ଚଳାଚଳ କରିବା ପାଇଁ ରୁଟ୍ ପରମିଟ୍ ରହିଥିଲା। କିନ୍ତୁ ଭଲ ରାସ୍ତା ନଥିବାରୁ ଖଇରପୁଟଠାରୁ ଫେରିଆସୁଥିଲା। ବର୍ତ୍ତମାନ ବଣ୍ଡାଘାଟିକୁ ରାସ୍ତା ହୋଇଥିବା ବେଳେ ଲକ୍ଷ୍ମୀ ବସ୍ ସେଠାରେ ପହଞ୍ଚି ପାରିଛି। ପ୍ରଥମ ଦିନରେ ଖଇରପୁଟ, ମାଥିଲି, ଚିତ୍ରକୋଣ୍ଡା ଓ ପଡ଼ିଆ ବ୍ଲକରେ ବହୁମାତ୍ରାରେ ଯାତ୍ରୀ ଏହି ବସରେ ଯାତାୟାତ କରିଛନ୍ତି।
ମାଲକାନଗିରି ଜିଲ୍ଲାରେ ୭ଟି ବ୍ଲକ୍ ପାଇଁ ମୋଟ ୩୬ଟି ବସ୍ ଆସିଛି। ସେଥିମଧ୍ୟରୁ ୭ଟି ଏସି ବସ୍ ହୋଇଥିବା ବେଳେ ୨୮ଟି ନନ୍ଏସି ବସ୍ ରହିଛି। ୩ଟି ବସ୍କୁ ରିଜର୍ଭ ରଖାଯାଇଥିବା ବେଳେ ବଳକା ୩୩ଟି ବସ୍ ଆଜି ୩୩ଟି ରୁଟ୍ରେ ଚଳାଚଳ ଆରମ୍ଭ କରିଛି। ଆଜି ସକାଳୁ ସମସ୍ତ ବସ୍ ନିଜ ନିଜ ରୁଟ୍ରେ ଚଳାଚଳ କରିଛନ୍ତି। ସେହିପରି ପ୍ରତ୍ୟକ ପଞ୍ଚାୟତସ୍ତରରୁ ବ୍ଲକ୍ ମୁଖ୍ୟାଳୟ ପର୍ଯ୍ୟନ୍ତ ବସ୍ଗୁଡ଼ିକ ଦିନକୁ ୩ ଥର ଯାତାୟାତ କରିବ।
[ad_2]