ବନ୍ଦେ ଉତ୍କଳ ଜନନୀ
୧୫୬୮ ମସିହାରେ ଗଞ୍ଜାମ ଜିଲାକୁ ଗୋଲକୋଣ୍ତା ରାଜା ଅଧିକାର କରିନେଲେ ।
ସପ୍ତଦଶ ଶତାବ୍ଦୀରେ ସୁବର୍ଣ୍ଣରେଖା ନଦୀର ଉତ୍ତର ଭାଗରେ ଥିବା ଓଡିଆ ଭାଷାଭାସି ଅଞ୍ଚଳକୁ ମୋଗଲ ମାନେ ବେଙ୍ଗଲରେ ମିଶାଇ ଦେଲେ । ୧୭୫୧ ମସିହାରେ ମରାଠା ମାନେ କେନ୍ଦ୍ର ଓ ପଶ୍ଚିମାଂଚଳକୁ ଅଧିକାର କଲେ । ୧୮୦୩ ମସାହାରେ ଇଂରେଜ ମାନେ ଓଡିଶା ଅଧିକାର କଲେ । ଉନବିଂଶ ଶତାବ୍ଦୀରେ ଓଡିଆ ମାନେ ଶିକ୍ଷା, ସଂସ୍କୄତି, ଓ ସଚେତନା ଫଳରେ ଏକ ନବ ଜାଗରଣର ଆରମ୍ଭ ହେଲା । ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ସ୍ବର ଉତ୍ତୋଳନ ହେଲା । ଏହି ଆନ୍ଦୋଳନ ମୂଖ୍ୟ ପୁରୋଧା ମାନେ ଥିଲେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଗୋପବନ୍ଧୁ ଦାଶ, ଫକୀର ମୋହନ ସେନାପତି, ରାଧାନାଥ ରାୟ, ଗୌରୀ ଶଙ୍କର ରାୟ, ବିଶ୍ବନାଥ କର, ନନ୍ଦ କିଶୋର ବଳ, ବିଚିତ୍ରାନନ୍ଦ ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ ଇତ୍ୟାଦି । ୧୮୭୦ ମସିହାରେ ରସେଲ କୋଣ୍ତା (ଭଞ ନଗରରେ ସଭା) ହେଲା । ୧୯୦୩ ରେ ମଧୁବାବୁଙ୍କ ଦ୍ବାରା ଉତ୍କଳ ସମ୍ମିଳନୀ ଗଠନ । ପ୍ରଥମ ପତ୍ରିକା ଉତ୍କଳ ଦୀପିକା ର ପ୍ରକାଶନ । ଲଣ୍ତନର ଗୋଲ୍ ଟେବୁଲ ବୈଠକରେ ମଧୁ ବାବୁ ଓ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ବଳିଷ୍ଠ ଯୁକ୍ତି । ସାଇମନ କମିଶନ ରିପୋର୍ଟ ଭିତ୍ତିରେ ଜାରିହୋଇଥିବା constitution of Orissa order ଅନୁଯାୟୀ ୧୯୩୬ ମସିହା ଅପ୍ରେଲ ୧ ତାରିଖ ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ । ଆଜି ପବିତ୍ର ଉତ୍କଳ ଦିବସରେ ସ୍ବତନ୍ତ୍ର ଉତ୍କଳ ଗଠନର ସେହି ମହାନ ପୁରୋଧା ମାନଙ୍କୁ ଆମର ବିନମ୍ର ପ୍ରଣତି ।
ବନ୍ଦେ ଉତ୍କଳ ଜନନୀ ।