ଓଡିଶା

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ପୁଲିସ ହାତରେ ଗୁରୁତ୍ବପୂର୍ଣ୍ଣ ସୁରାକ! – bajravana

[ad_1]

୧୪ ଜଣଙ୍କୁ ଜେରା ହେଲାଣି, ଭିସେରା ରିପୋର୍ଟକୁ ଅପେକ୍ଷା: ଏସ୍‌ପି

ରାଉରକେଲା: ବହୁଚର୍ଚ୍ଚିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୁଲିସକୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ପୁଲିସ ଏ ଦିଗରେ ତଦନ୍ତକୁ ବ୍ୟାପକ କରିଛି। ଡିଏସ୍‌ପି ବନୀତା ମାଝୀଙ୍କ ନେତୃତ୍ବରେ ତଦନ୍ତ ଆଗେଇଛି। ଖୁବଶୀଘ୍ର ତଦନ୍ତ ସଂପୂର୍ଣ୍ଣ ହେବ ବୋଲି ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ଗୁରୁବାର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏସ୍‌ପି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୪ ଜଣଙ୍କୁ ଜେରା କରାଯାଇଛି। ଏଥିମଧ୍ୟରୁ କିଛି ପରିବାର ସଦସ୍ୟ ଥିବାବେଳେ କିଛି ସରକାରୀ ଅଧିକାରୀ ଓ ବାହାର ଲୋକ ଅଛନ୍ତି। ଏବେ ଆମେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛୁ। ଏହି ରିପୋର୍ଟ ହସ୍ତଗତ ହେଲାପରେ କିଛି ଅପଡେଟ୍‌ ମିଳିବ। ଏତଦ୍‌ବ୍ୟତୀତ ତଦନ୍ତରେ କିଛି ସୁରାଗ ମିଳିଛି। ଏ ଦିଗରେ ତଦନ୍ତ ଅଗ୍ରସର ହେଉଛି। ଯେହେତୁ ତଦନ୍ତ ପ୍ରକ୍ରିୟା ଅବ୍ୟାହତ ରହିଛି, ତେଣୁ ନିର୍ଦ୍ଦିଷ୍ଟ କେଉଁ ଦିଗରେ ତଦନ୍ତ ଚାଲିଛି ସେ ବିଷୟରେ କିଛି ସୂଚନା ଦେଇ ହେବନାହିଁ ବୋଲି ଏସ୍‌ପି କହିଥିଲେ। ଏହି ଚର୍ଚ୍ଚିତ ଘଟଣାରେ ପୁଲିସକୁ ବଳିଷ୍ଠ ସୁରାଗ ମିଳିବା, ମୃତକଙ୍କ ପ୍ରିୟଜନଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଆଣିଦେଇଛି। ଘଟଣାର ସତ୍ୟାସତ୍ୟ ଜାଣିବାକୁ ସହରବାସୀ ଚାତକପରି ଚାହିଁ ବସିଛନ୍ତି। ତେବେ ନିର୍ଦ୍ଦିଷ୍ଟ କେବେ ତଦନ୍ତ ଶେଷ ହେବ ଓ ପ୍ରକୃତ ଅଭିଯୁକ୍ତ ଗିର​ଫ ହେବେ, ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଉଲ୍ଲେଖଯୋଗ୍ୟ, ଏହି ମାମଲା ଡିଏସ୍‌ପି ହାତକୁ ନେଲାପରେ ପ୍ରଥମେ ଗୁରୁଣ୍ଡିଆ ବିଡିଓ ଏବଂ ସିଡିପିସଙ୍କୁ ଜେରା ହୋଇଥିଲା। ପରବର୍ତ୍ତୀ ସମୟରେ ମୃତ ସୁସ୍ମିତାଙ୍କ ସ୍ବାମୀ, ପୁରୁଷ ବନ୍ଧୁ, ମୃତଦେହ ଠାବ ହୋଇଥିବା ସେନସରି ପାର୍କର ୩ ଜଣ ସୁରକ୍ଷା କର୍ମୀ, ସେ ରହୁଥିବା ହୋଟେଲ ରାଧିକା ରିଜେନ୍ସିର କର୍ମଚାରୀଙ୍କୁ ଜେରା କରା ଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button