ଓଡିଶା

ଆନ୍ଦୋଳନକୁ ଓହ୍ଲାଇବାକୁ ପୁଣି ଅମଲାଙ୍କ ସଜବାଜ – bajravana

[ad_1]

ସାମୂହିକ ଛୁଟିରେ ରହି ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ଚେତାବନୀ

ମାଲକାନଗିରି: ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ରବିବାର ମାଲାକନଗିରି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲାକାନଗିରି ଜିଲ୍ଲା ମିଳିତ ଅମଲା ମଞ୍ଚର ଆବାହକ ଶ୍ୟାମସୁନ୍ଦର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ସେଠୀ, ରାଜସ୍ବ ଅମଲା ସଂଘର ସଭାପତି ସି.ଏଚ. ପି. କ୍ରିଷ୍ଣା ରାଓ, ସମ୍ପାଦକ ଦିଲ୍ଲୀପ କୁମାର ନାୟକ, ମିଳିତ ଅମଲା ମଞ୍ଚ କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ପୃଷ୍ଟି, ମିଡିଆ ସେକ୍ରେଟାରୀ ସୁକାନ୍ତ ସାହୁ, ସନ୍ତୋଷ କୁମାର ସେନାପତି ଓ କିଶୋର ଚନ୍ଦ୍ର ସାହୁଙ୍କ ସମେତ ଅମଲା ସଂଘ, ରାଜସ୍ୱ ଅମଲା ସଂଘ, ଟ୍ରେଜେରୀ ଅମଲା ସଂଘ ଓ ସବରେଜିଷ୍ଟ୍ରାର ଅମଲା ସଂଘର କର୍ମକର୍ତ୍ତାମାନୋ ଯୋଗ ଦେଇଥିଲେ। ଅମଲା ସଂଘର କର୍ମକର୍ତ୍ତାମାନେେ ପ୍ରକାଶ କରିଛନ୍ତି ଯେ ରାଜ୍ୟ ସରକାର ଅମଲାମାନଙ୍କୁ ମୌଳିକକ ସେବା ପ୍ରଦାନ କରୁନାହାନ୍ତି। ଅମଲାମାନଙ୍କ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଦରମା ୯୩୦୦ ଟଙ୍କା ସହିତ ୪୨୦୦ ଗ୍ରେଡପେ ପ୍ରଦାନ ଏବଂ ଲେଭେଲ-୯ ଦରମା ନିର୍ଦ୍ଧାରଣ କରିବା ପାଇଁ ଦାବି କରିଛନ୍ତି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ଆବାହକ ଶ୍ରୀ ନାୟକ କହିଛନ୍ତି ଯେ, ଏହି ଦାବି ପୂରଣ ପାଇଁ ଗତ ଜୁନ ମାସ ୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟରତ ୩୦ ହଜାରରୁ ଅଧିକ ଅମଲାମାନେ ସମୂହ ଛୁଟିରେ ରହି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିଲେ। ଜୁନ ୧୭ ତାରିଖରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି. କେ. ପାଣ୍ଡିୟାନଙ୍କ ଆଭାସୀ ମାଧ୍ୟମରେ ଅମଲାମାନଙ୍କ ସହ ଆଲୋଚନା କରି ଦାବିକୁ ଶ୍ରୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ କରାଯାଇଥିଲା। ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ, ଆଜିକୁ ୪ ମାସ ପୂରଣ ହେବାକୁ ଯାଉଥିବା ବେଳେ ଏଥିପାଇଁ ଗଠନ ହୋଇଥିବା କମିଟି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। ଦାବି ପୂରଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ତେଣୁ ପୁଣି ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲାଣି। ପୁର୍ନବାର ଅମଲାମାନେ ସାମୂହିକ ଛୁଟିରେ ରହି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପଦର୍ଶନ କରିବା ପାଇଁ ମତ ପ୍ରକାଶ କରିଛନ୍ତି। ଏଥିସହ ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହେଉଛି। ସରକାର ଯଦି ଦାବି ପୂରଣ ନକରିବେ ତେବେ ରାଜ୍ୟ ସଂଘର ଆହ୍ବାନକ୍ରମେ ଆସନ୍ତା ଦିନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବିଷୟରେ ସୂଚନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଆଜିର ବୈଠକରେ ଜିଲ୍ଲାର ଦୁଇ ଶହରୁ ଅଧିକ ଅମଲା ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button