ବିଶ୍ବକପ୍ : ଅଷ୍ଟ୍ରେଲିଆ ୧୯୯ ରନରେ ଅଲଆଉଟ୍, ଭାରତ ଆଗରେ ୨୦୦ ରନର ଟାର୍ଗେଟ୍ – bajravana
[ad_1]
ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଭାରତୀୟ ବୋଲିଂ ଆଗରେ ଆତ୍ମସମର୍ପଣ କରିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଦଳ ମାତ୍ର ୧୯୯ ରନରେ ଅଲଆଉଟ୍ ହୋଇଯାଇଛି ଓ ଫଳରେ ଭାରତ ଆଗରେ ୨୦୦ ରନର ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ କୌଣସି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଏପରିକି କୌଣସି ବ୍ୟାଟ୍ସମ୍ୟାନ ୫୦ ରନ ଛୁଇଁପାରିନଥିଲେ । କେବଳ ଷ୍ଟିଭେନ ସ୍ମିଥ ସର୍ବାଧିକ ୪୬ ରନ ଓ ଡେଭିଡ୍ ଓ୍ବାର୍ନର ୪୧ରନ କରିଥିଲେ ।ମିଚେଲ ଷ୍ଟାର୍କ ୨୮ରନ କରିଥିବାବେଳେ ଗ୍ଲେନ ମାକ୍ସଓ୍ବେଲ ଓ ପାଟ୍ କମିନ୍ସ ୧୫ ରନ ଲେଖାଏଁ କରିଥିଲେ । ଦଳ ୪୯.୩ ଓଭରରେ ୧୯୯ କରି ଅଲଆଉଟ ହୋଇଯାଇଥିଲା ।
ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ କୂଳଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
[ad_2]