ବାତ୍ୟା ଦାନାରେ କ୍ଷତି ହୋଇଥିଲା ୩୫୨ କୋଟି , ମିଳିଲା ୭୯ କୋଟି
ଭଦ୍ରକ, ୯।୧ ୧ : ବାତ୍ୟା ଦାନା ପାଇଁ ଆସିଲା ପ୍ରାଥମିକ ସହାୟତା ରାଶି । ୭୯ କୋଟି ସହାୟତା ଜିଲ୍ଲା ପାଇଁ ଆସିଛି। ଅତ୍ୟଧିକ ଭାବେ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ସହାୟତା ବୋଲି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି।
ଭଦ୍ରକ ଜିଲ୍ଲାରେ ବାତ୍ୟା ଦାନା ପାଇଁ ୫୯୦ ଅଙ୍ଗନବାଡି ଗୃହ , ୧୬୦୦ରୁ ଅଧିକ ରୋଡ଼ , ୧୪୦ କଲଭର୍ଟ , ୯୭୨ ସ୍କୁଲ ଗୃହ ଓ ସରଞ୍ଜାମ କ୍ଷତି ହୋଇଥିବା ନେଇ ପ୍ରାଥମିକ ଆକଳନ କରିଥିଲା ଜିଲ୍ଲା ପ୍ରଶାସନ ।
ବାତ୍ୟା ଦ୍ଵାରା ଜିଲ୍ଲାର ୧୨୬୩ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୪ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଥିଲେ । ୧୨ ଲକ୍ଷ ପଶୁ ଜନ୍ତୁ ପ୍ରଭାବିତ ହୋଇଥିବା ନେଇ ଆକଳନ ହୋଇଥିଲା । ତେବେ ଜିଲ୍ଲା ରେ ୩୫୨ କୋଟି ର କ୍ଷୟ କ୍ଷତି ନେଇ ପ୍ରାଥମିକ ଆକଳନ କରାଯାଇଥିଲା । ତେବେ ରାଜ୍ୟ ସରକାର ଙ୍କ ତରଫରୁ ୭୯ କୋଟି ଟଙ୍କା ର ସହାୟତା ମିଳିଛି । ଅତି ଜରୁରୀ ଥିବା କ୍ଷତି ଗ୍ରସ୍ତ ଙ୍କୁ ସହାୟତା ଦିଆଯିବ ଓ ବଳକା ରାଶି ଆସିଲେ ସମସ୍ତ କ୍ଷତି ଗ୍ରସ୍ତ ଙ୍କୁ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।