ଓଡିଶା

ଶୀତଳ ଭଣ୍ଡାର ଯୋଜନା: ଫୁଲଝରରେ ଜମି ଚିହ୍ନଟ ହୋଇ ପଡ଼ିଛି, କୁଆରମୁଣ୍ଡାରେ ମେସିନ୍‌ ଖତ ଖାଉଛି – bajravana

[ad_1]

ରାଉରକେଲା: ରାଜ୍ୟ ସରକାରଙ୍କ ଶୀତଳଭଣ୍ଡାର କେବଳ ଘୋଷଣାରେ ସୀମିତ ରହିଛି। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଫୁଲଝରରେ ପ୍ରସ୍ତାବିତ ମେଗା ଶୀତଳଭଣ୍ଡାର ଏହାର ନଗ୍ନ ଉଦାହରଣ। ଶୀତଳଭଣ୍ଡାର ସ୍ଥାପନ ପାଇଁ ପ୍ରାୟ ୪.୫୯ ଏକର ଜାଗା ଚିହ୍ନଟ ହୋଇଛି। କେବଳ ଏତିକି ନୁହେଁ, ଏହାର ଚତୁଃପାର୍ଶ୍ବରେ ପାଚେରି ନିର୍ମାଣ କାମ ସରିଛି। ପାଚେରି କାମକୁ ଇତି ମଧ୍ୟରେ ୫ ବର୍ଷ ବିତିଯାଇଥିଲେ ବି ଶୀତଳଭଣ୍ଡାର ନିର୍ମାଣ ପାଇଁ ଇଟା ଖଣ୍ଡିଏ ପଡ଼ିନି। ୫ ହଜାର ମେଟ୍ରିକ୍‌ ଟନ୍‌ ଗୋଦାମ ଗୃହ ଓ ୧ ହଜାର ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର କେବେ ନିର୍ମାଣ ହେବ, କାହାରି ପାଖରେ ଉତ୍ତର ନାହିଁ।

ସେମିତି କୁଆରମୁଣ୍ଡାର ଜମୁନାନାକିରେ ଥିବା ରାଜ୍ୟର ଦ୍ବିତୀୟ ବୃହତ୍ତମ ଶୀତଳଭଣ୍ଡାରରେ ତାଲା ଝୁଲୁଛି। କୋଟିକୋଟି ଟଙ୍କାର ଯନ୍ତ୍ରାଂଶ ଖତ ଖାଉଛି। ପ୍ରାୟ ୩୦% ଯନ୍ତ୍ରାଂଶ ଚୋରି ହୋଇଗଲାଣି। ବର୍ଷବର୍ଷ ଧରି ବନ୍ଦ ପଡିଥିବା ଏହି ଶୀତଳଭଣ୍ଡାରର ପୁନରୁଦ୍ଧାର କରିବାକୁ ସରକାର ପାଶୋରି ଯାଇଛନ୍ତି। ସ୍ଥାନୀୟ ଅଞ୍ଚଳର ଚାଷୀ, କୁଆରମୁଣ୍ଡା ନାଗରିକ କମିଟି ଓ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ଶୀତଳଭଣ୍ଡାରକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଦାବି ହେଉଥିଲେ ହେଁ ଫଳ ଶୂନ। ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧିମାନେ ବି କୌଣସି ଉଦ୍ୟମ କରୁ ନାହାନ୍ତି। ଏହି ଶୀତଳଭଣ୍ଡାର ଦ୍ବାରା ଜିଲ୍ଲାର ବହୁ ଚାଷୀ ଉପକୃତ ହେଉଥିଲେ। ସୀମାନ୍ତ ଝାଡ଼ଖଣ୍ଡର ଚାଷୀମାନେ ମଧ୍ୟ ଏହି ଶୀତଳଭଣ୍ଡାରରେ ନିଜ ଉତ୍ପାଦିତ ପନିପରିବା, ଆଳୁ, ପିଆଜ ଆଣି ଗଚ୍ଛିତ ରଖୁଥିଲେ। ସବୁଠୁ ବେଶି ଉପକୃତ ହେଉଥିଲା ପନିପରିବା ଚାଷ ପାଇଁ ସୁନାମ ଅର୍ଜନ କରିଥିବା ନୂଆଗାଁ ବ୍ଲକ।

ଶୀତଳଭଣ୍ଡାର ବନ୍ଦ ହେବା ପରେ ହାତୀବାରି, କଚାରୁ, ଅଙ୍କୁରପାଲି, ସୋରଡ଼ା, କୋକେରମା ଓ ନୂଆଗାଁ ଆଦି ପଞ୍ଚାୟତର ଶହଶହ ପରିବା ଚାଷୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଉତ୍ପାଦିତ ପନିପରିବାର ଉଚିତ ମୂଲ୍ୟ ପାଉନାହାନ୍ତି। ବିଶେଷ କରି ଖରାଦିନେ ଶହଶହ ଚାଷୀ ଏହି ଶୀତଳଭଣ୍ଡାର ଉପରେ ନିର୍ଭର କରୁଥିଲେ। ହଜାର ହଜାର କୁଇଣ୍ଟାଲ ପନିପରିବା ଯଥା, ରାଜ୍ୟ ବାହାରକୁ ରପ୍ତାନୀ ହେଉଥିବା କାପ୍ସିକମ୍, ଟମାଟୋ, ବନ୍ଧାକୋବି ଆଦି ଶୀତଳଭଣ୍ଡାର ଗଚ୍ଛିତ ରହୁଥିଲା। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବରୁ ଏହି ଶୀତଳଭଣ୍ଡାର ଅକାମି ହୋଇଗଲା। ଅଚଳ ହେଉଥିବା ଗୋଟିଏ ପରେ ଗୋଟିଏ ଯନ୍ତ୍ରପାତିକୁ ଠିକ୍ କରାଗଲା ନାହିଁ। ତେଣୁ ଗୋଟିଏ ସମୟରେ ଶୀତଳଭଣ୍ଡାର ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଫଳରେ ଆଖପାଖର ଶହଶହ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଖରାଦିନେ ପନିପରିବା ରଖିବାକୁ ଶୀତଳଭଣ୍ଡାଟିଏ ନଥିବାରୁ ଶାଗମାଛ ଦରରେ ବେପାରୀଙ୍କୁ ବିକି ଦେବାକୁ ବାଧ୍ୟ ହେଉଛନ୍ତି। ଅନୁରୂପ ଭାବେ ବାଲିଶଙ୍କରା, ଟାଙ୍ଗରପାଲି, ବିଶ୍ରା, ରାଜଗାଙ୍ଗପୁର, ସବ୍‌ଡେଗା ଆଦି ବ୍ଲକରେ ପନିପରିବା ଚାଷ ବହୁଳ ପରିମାଣରେ ହେଉଥିବାରୁ ଶୀତଳଭଣ୍ଡାର ସ୍ଥାପନ ପାଇଁ ଚାଷୀ ଦାବିକରି ଆସୁଛନ୍ତି। କିନ୍ତୁ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button