ଓଡିଶା

୮ ମେଡିକାଲ କଲେଜରେ ୪୧% ପ୍ରଫେସର ପଦବୀ ଖାଲି

Image result for medical profession
ଭୁବନେଶ୍ୱର- ରାଜ୍ୟରେ ଥିବା ୮ ମେଡିକାଲ କଲେଜ ଓ ହସ୍ପିଟାଲରେ ୪୧% ଟିଚିଂ ଷ୍ଟାଫ୍‌ ଅର୍ଥାତ୍‌ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବୀ ଖାଲି ପଡିଛି। ଫଳରେ ରୋଗୀ ସେବା ପ୍ରଭାବିତ ହେବା ସହ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ପାଠପଢା ବ୍ୟାହତ ହେଉଛି। ସରକାର ଖାଲି ପଦବୀଗୁଡିକ ପୂରଣ କରୁ ନ ଥିବାରୁ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି।
କିଛିଦିନ ତଳେ ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କଠାରୁ ଉତ୍ତର ଚାହିଁଥିଲେ। ମନ୍ତ୍ରୀ ଜେନା କହିଥିଲେ ଯେ,  କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ମୋଟ ୬୩ ପ୍ରଫେସର ପଦବୀ ଥିବାବେଳେ ୫୨ଜଣ ପ୍ରଫେସର କାର୍ଯ୍ୟ କରୁଛନ୍ତି।  ୧୦୩ ଆସୋସିଏଟ୍‌ ପ୍ରଫେସର ବଦଳରେ ୭୯ଜଣ ରହିଛନ୍ତି।  ସେହିଭଳି ୨୧୩ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବୀ ଥିବାବେଳେ ୧୫୧ ପୂରଣ ହୋଇଛି। ଏଠାରେ ମୋଟ ୯୫ ପଦବୀ ଖାଲି ପଡିଛି। ବ୍ରହ୍ମପୁର ଏମ୍‌କେସିଜିରେ ୩୭ ପ୍ରଫେସର ପଦବୀରୁ ୩୩ ପୂରଣ ହୋଇଥିବାବେଳେ ୪ ଖାଲିପଡିଛି। ୭୯ଜଣ ଆସୋସିଏଟ୍‌ ପ୍ରଫେସର ଆବଶ୍ୟକ ଥିବାବେଳେ ୬୧ଜଣ ନିଯୁକ୍ତି ପାଇଛନ୍ତି।  ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବୀ ୧୬୦ରୁ ୧୧୭ ପୂରଣ ହୋଇଛି ଏବଂ ୪୩ ଖାଲି ପଡିଛି। ବୁର୍ଲା ଭିମ୍‌ସାରରେ ୩୫ ପ୍ରଫେସର ପଦବୀରୁ  ୨୩ ଖାଲି ପଡିଛି। ଆସୋସିଏଟ୍‌ ପ୍ରଫେସର ପଦବୀ ୭୧ ରହିଥିବାବେଳେ ମାତ୍ର ୩୮ଜଣ କାର୍ଯ୍ୟ କରୁଛନ୍ତି। ୧୪୪ ଆସିଷ୍ଟାଣ୍ଟ୍‌  ପ୍ରଫେସର ପଦବୀରୁ  ୫୧ ପୂରଣ ହୋଇଥିବାବେଳେ ୯୩ ଖାଲି ରହିଛି। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୯ ପ୍ରଫେସର ପଦବୀରୁ ୧୪ ପୂରଣ ଏବଂ ୫ ଖାଲି ପଡିଛି। ଆସୋସିଏଟ୍‌ ପ୍ରଫେସର ୨୩ ପଦବୀରୁ ୧୬ ପୂରଣ ଏବଂ ୭ ଖାଲିପଡିଛି।  ତେବେ ଏଠାରେ ରହିଥିବା ସମସ୍ତ ୩୨ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବୀ ପୂରଣ ହୋଇଛି।  କୋରାପୁଟ ଶହୀଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୯ ପ୍ରଫେସର ପଦବୀରୁ ୧୪ ପୂରଣ ଏବଂ ୫ ଖାଲିପଡିଛି। ୨୩ ଆସୋସିଏଟ୍‌ ପ୍ରଫେସର ପଦବୀରୁ ୧୬ ପୂରଣ ହୋଇଥିବାବେଳେ ୭ ଖାଲି ରହିଛି। ଏଠାରେ ମଧ୍ୟ ସମସ୍ତ ୩୨ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବୀ ପୂରଣ ହୋଇଛି। ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୯ ପ୍ରଫେସର ପଦବୀରୁ ୧୧ ପୂରଣ ହୋଇଥିବାବେଳେ ୮ ପଦବୀ ଖାଲିପଡିଛି। ୨୩ ଆସୋସିଏଟ୍‌ ପ୍ରଫେସର ପଦବୀରୁ ମାତ୍ର ୯ ପୂରଣ ଏବଂ ୧୪ ଖାଲି ରହିଛି। ତେବେ ୩୨ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବୀ ପୂରଣ ହୋଇସାରିଛି। ବଲାଙ୍ଗୀର  ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୯ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୧୧ ପୂରଣ ଏବଂ  ୮ ପଦବୀ ଖାଲି ପଡିଛି। ୨୩ ଆସୋସିଏଟ୍‌ ପ୍ରଫେସର ପଦବୀରୁ ୧୧ ପୂରଣ ହୋଇଥିବାବେଳେ ୧୨ ଖାଲି ରହିଛି। ୩୨ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୩୦ ପଦବୀରେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ଏସ୍‌ସିବି ଡେଣ୍ଟାଲ କଲେଜରେ ଥିବା ସମସ୍ତ ୮ ପ୍ରଫେସର ପଦବୀ ପୂରଣ ହୋଇଛି। ୯ ଆସୋସିଏଟ ପ୍ରଫେସରରୁ  ୨ ଖାଲିପଡିଛି। ୧୮ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବୀରୁ ୧୨ ପୂରଣ ହୋଇଥିବାବେଳେ ୬ ଖାଲିପଡିଛି।
ଏସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ମୋଟ ୨୧୯ ପ୍ରଫେସର ପଦବୀ ଥିବାବେଳେ ୬୪ ପଦବୀ ଖାଲି ପଡିଛି। ୩୫୪ ଆସୋସିଏଟ୍‌ ପ୍ରଫେସର ପଦବୀରୁ ୨୩୭  ଓ ୬୬୩ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବୀରୁ ୨୦୬ ଖାଲି ପଡିଛି ବୋଲି ମନ୍ତ୍ରୀ ଜେନା ଉତ୍ତର ରଖିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button