news

ଆଖି ତଳ କଳା ପଡୁଛି କି? ସରଳ ଓ ଘରୋଇ ଉପଚାର ଉପରେ ଧ୍ୟାନ ଦିଅନ୍ତୁ

Image result for eye under black

ମୁହଁର ମୁଖ୍ୟ ଆକର୍ଷଣ କହିଲେ ଆଖିକୁ ହିଁ ବୁଝାଏ । ଏଣୁ ଆଖିର ଉପଯୁକ୍ତ ନେଲେ ଏହା ଆପଣଙ୍କର ସୁନ୍ଦରତା ଉପରେ ବିଶେଷ ପ୍ରଭାବ ପକେଇଥାଏ । ଆଖିର ବିଭିର୍ଣ୍ଣ ସମସ୍ୟା ଭିତରୁ ଆଖିତଳ କଳା ପଡିବା ଏକ ମୁଖ୍ୟ ସମସ୍ୟା । ଏହି ସମସ୍ୟା ଅନେକ କାରଣରୁ ହୋଇପାରେ,ଯେପରିକି ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ, ଭଲରେ ନିଦ ନଆସିବା ଓ ମାନସିକ ବିଷାଦ କିମ୍ବା ବହୁତ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସିିବା । ଏହା ଆପଣଙ୍କ ସୁନ୍ଦରତା ଉପରେ ପ୍ରଭାବ ପକାଇବା ସହ ଆପଣ କଳାଦାଗ ଯୋଗୁଁ ସବୁବେଳେ ଥକା ଥକା ନଜର ଆସିବେ ।

Image result for eye under black

ଏହି କଳାଦାଗ ଦୂର କରିବର ପାଇଁ କିଛି ସରଳ ଓ ଘରୋଇ ଉପଚାର ଉପରେ ଧ୍ୟାନ ଦିଅନ୍ତୁ

୧.ଆଳୁ- ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲରେ ସଫା କରନ୍ତୁ । ଏହାପରେ ଆଳକୁୁୁ ପତଳା କରି କାଟି ଏକ ସ୍ଲାଇଡ ଆଖିରେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହପରେ ଚେହେରାକୁ ଧୋଇ ଦିଅନ୍ତୁ । କିମ୍ବା ଆଳୁକୁ ବାଟି କିମ୍ବା ଛେଚି ମଧ୍ୟ ବ୍ୟବହାର କରିହେବ । ପ୍ରତିଦିନ ଏପରି କରିବା ଦ୍ୱାରା ଆସ୍ତେ ଆସ୍ତେ ଆଖି ତଳ କଳାଦାଗ ଦୂରେଇ ଯିବ ।

୨.ଟମାଟୋ- ଟମାଟୋକୁ କାଟି ଏହାକୁ କିଛି ସମୟ ଆଖି ଚାରିପାଖେ ଘସନ୍ତୁ ଓ କିଛି ସମୟ ପରେ ଧୋଇନିଅନ୍ତୁ  । ଏପରି କରିବା ଦ୍ୱାରା କଳାଦାଗ ଧୀରେ ଧୀରେ କମ ହୋଇଯିବ ।

୩. ମହୁ – ମହୁକୁ ଆଖି ଚାରିପାଖରେ ଟିକେ ସମୟ ମସାଜ କରି ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ଵାରା କଳାଦାଗଧୀରେ ଧୀରେ କମ ହୋଇଯିବ।

 

୪.ଗୋଲାପ ଜଳ- ବନ୍ଦ ଆଖିରେ ଗୋଲାପ ଜଳରେ ଭିଜା ତୁଳାକୁ ଆଖିରେ ରଖନ୍ତୁ । ଏପରି ୧୦ ମିନିଟ ହିଁ ରଖନ୍ତୁ । ଏପରି କରିବା ଦ୍ୱାରା ଆଖଇର ଚାରିପାଖ ତ୍ୱଚା ଆସ୍ତେ ଆସ୍ତେ ଚମକି ଉଠେ ।

୫.ବାଦାମ ତେଲ- କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ ତେଲ ବହୁତ ଲାଭଦାୟକ । ବାଦାମ ତେଲକୁୁ ଆଖିର ଚାରିପାଖେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ।

୬.କାକୁଡି – କାକୁଡି ରସ କଳାଦାଗ ପାଇଁ ବହୁତ ଉପକାରୀ । କାକୁଡିକୁ ଛୋଟ ସ୍ଲାଇସ କାଟି ଆଖି ଉପରେ ରଖନ୍ତୁ । ୧୫ ମିନିଟ ପରେ ଧୋଇଦିଅନ୍ତୁ । ଏପରି ନିୟମିତ କରିବା ଦ୍ୱାରା ଆପଣ କାକୁଡିର ଉପକାରିତା ଅନୁଭବ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button