କଟକ- ଭୁବନେଶ୍ୱରରେ ଅମାନିଆ ଗାଡ଼ିଚାଳକ ଗଣିଛନ୍ତି ୧୮୬ କୋଟି ଜରିମାନା – bajravana
[ad_1]
ଭୁବନେଶ୍ୱର: କଟକ- ଭୁବନେଶ୍ୱରରେ ଅମାନିଆ ଗାଡ଼ି ଚାଳକଙ୍କଠାରୁ କୋଟି କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। ଚାଳକମାନେ ମଦ ପିଇ ମୋବାଇଲ ଧରି, ବିନା ସିଟବେଲ୍ଟ,ରଙ୍ଗ ରୁଟରେ ଗାଡ଼ି ଚଳାଇ ଗଣିଛନ୍ତି କୋଟି କୋଟି ଟଙ୍କା ଜରିମାନା ।
ବିନା ହେଲମେଟ ରେ ଵିଗତ ତିନି ବର୍ଷରେ ୮ଲକ୍ଷ ୬୬ହଜାର ୪୬୪ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୮୫ କୋଟି ୬୭ଲକ୍ଷ ୬୭ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ମୋବାଇଲରେ କଥା ହୋଇ ଧରାପଡ଼ିଛନ୍ତି ୧୪ହଜାର ୮ଶହ ୬୫। ସେମାନଙ୍କଠାରୁ ୬ କୋଟି ୬୫ଲକ୍ଷ ୧୨ ହଜାର୮୦୦ ଟଙ୍କା, ବିନା ସିଟ୍ ବେଲ୍ଟରେ ୧୯୬୪୩ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୧ କୋଟି୮୧ ଲକ୍ଷ ୯୧ ହଜାର ୧୦୦ଟଙ୍କା ଜରିମାନା ଆଦାୟ କରାଯାଇଛି।
ରଙ୍ଗ ରୁଟରେ ଗାଡ଼ି ଚଲାଇ ଧରାପଡ଼ିଛନ୍ତି ୧୮୭୨୫। ସେମାନଙ୍କ ଠାରୁ ୮ କୋଟି ୭୭ ଲକ୍ଷ ୯ହଜାର୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। । ମଦ୍ୟପାନ କରି ୫୬୨୮ ଜଣ ଧରା ପଡିଛନ୍ତି। ସେମାନଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଜରିମାନା ଆଦାୟ ହୋଇଛି। ତିନି ବର୍ଷରେ ସର୍ବମୋଟ ନିୟମ ଉଲ୍ଲଙ୍ଘନ କରିଛନ୍ତି ଟ୍ବିନ ସିଟିରେ ୧କୋଟି ୮୫ ଲକ୍ଷ ୨୩୯୪ ଜଣ ଉଲଙ୍ଘନକାରୀ । ୧୮୬କୋଟିରୁ ଅଧିକ ଜରିମାନା ଆଦାୟ ହୋଇଛି। ବିଧାୟକ ସୈଭିକ ବିଶ୍ବାଳଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।
[ad_2]