ଓଡିଶା

ବି ଜେ ଡି ନେତାଏ ରାଗିଲେଣି ,ଶିକ୍ଷକ ଆନ୍ଦୋଳନର ବ୍ୟଥା ଓ କଥା

ଭୁବନେଶ୍ୱର- ଶିକ୍ଷକ ଆନ୍ଦୋଳନ ୨୫ ଦିନରେ ପହଁଚିଲାଣି । ୩୦ ଜଜାର ଶିକ୍ଷକ ୧ବର୍ଷ ମଧ୍ୟରେ ଆଉ ଖାଇବାକୁ ଗଣ୍ଡାଏ ପାଇବେ ନାହିଁ । ପରିବାର କୁ ଗୁଲିମାର , ନିଜେ ବି ବଂଚିବା କଷ୍ଟ । ୪୮୮ ବର୍ଗର ଅଧ୍ୟାପକ ଅଧ୍ୟାପିକା ମାସକୁ ୨୦ ହଜାର ଟଙ୍କା ,କିରାଣୀ ୧୦ ହଜାର ୬ଶହ, ପିଅନ ଆଦି କର୍ମଚାରୀ ୯ ହଜାର ଦରମା ପାଉଛନ୍ତି ୬୨୨ ବର୍ଗର ଅଧ୍ୟାପକ ଅଧ୍ୟାପିକା ମାସକୁ ୧୭ ହଜାର ଟଙ୍କା ଦରମା ପାଉଛନ୍ତି ।ଅନ୍ୟମାନେ ସେହିପରି ୮ହଜାର ଓ ୭ହଜାର ଟଙ୍କା ଦରମା ପାଉଛନ୍ତି । ଯେଉଁଶିକ୍ଷକ କାଲି ସକାଳେ ଅବସର ନେବ ତାପରଦିନକୁ ଘରେ ଭାତ ପାଇବ ନାହିଁ । ଚୂଲିରେ ହାଣ୍ଡି ମାଙ୍କଡ ଚିତ୍ ମାରିବା ଥୟ । ୧୫/୧୭ ବର୍ଷ ଚାକିରୀ କାଳ ପରେ ଦରମା ଗଣ୍ଡାଏ ମିଳିଲା , ଏବେ ସିନା ୨୦ ହଜାର ବା ୧୦ ହଜାର ଟିକେ ଆଖିଦୃଶିଆ ହୋଇଛି ୩ ବର୍ଷ ତଳେ ତାହା ୧୧ ହଜାର ବା ୬ ହଜାର ଟଙ୍କା ଥିଲା ।ସେହି ପଇସାରେ ଘର ଚଳାଇ , ପିଲାଙ୍କୁ ପାଠ ପଢାଇ , ଦେହ ପା, ଭଲମନ୍ଦ ଆହୁରି କିଛି ଅଛି । ଏହି ପରି ଅବସ୍ଥାରେ ସରକାର ଶିକ୍ଷାବ୍ୟବସ୍ଥାଉକୁ ଅଣେଦଖା କରି ଚାଲିଛି । ଶିକ୍ଷକର ଗଣତାନ୍ତ୍ରିକ ଅଧିକାର କୁ ଛଡାଇ ନେଇ କହୁଛ ପ୍ରଥମେ ଲିଖିତ ଆକାରରେ ଆଫିଡେଭିଟ୍ କର ଯେ ଆମେ ଆଉ କେଶ କରିପାରିବୁ ନାହିଁ ।ଏହା କିପରି କଥା ।ଏହା ଏହ ବାଦସାହି ସରକାରର ଗଣ ତନ୍ତ୍ରକୁ ହତ୍ୟା କରିବାର ପ୍ରୟାସ ଛଡା ଆଉ କଣ ହୋଇ ପାରେ । ମାନ୍ୟବର ଉଚ୍ଚନ୍ୟାୟାଳୟ ଏହା ନ୍ୟାୟୋଚିତ କଥା ନୁହଁ ବୋଲି ତୁମ ବିଜ୍ଞପ୍ତିକୁ ଖାରଜ କଲେ , ତା ପରେ ବି ତୁମର ଅହଂଭାବ କମୁନାହିାଁ ତାପରେ ଏଥିନେଇ ପୂର୍ବରୁ ବହୁ ଆନ୍ଦୋଳନ ଚାଲିଥିଲା , କେବଳ ଶୂନ୍ୟ ପ୍ରତିଶୃତିରେ ଆନ୍ଦୋଳନ ଭାଙ୍ଗି ଆସିଲା ପରେ ଯେଉଁ ଚାଉର କୁ ସେହି ଚାଉର , ଆଉ ଚାଡଳ ହେଲା ନାହିଁ । ପୁଣି ଶିକ୍ଷକ ମାନେ ରାଜ ରାସ୍ଥାକୁ ଓହ୍ଲାଇଲେ , ୧ ମାସ ହେବ ଆନ୍ଦୋଳନ ଚାଲିଛି । ଅନ୍ୟପକ୍ଷରେ ସ୍କୁଲ କଲେଜ ମାନଙ୍କରେ ଶିକ୍ଷା ଦାନ ଠପ୍ । ରାଜ୍ୟ ସରକାର ବହୁତ ଉନ୍ନୟନ ମୂଳକ କାମ କରୁଛନ୍ତି । ସେ ପାଇଁ ଚଳିତ ବର୍ଷ ଗୁରୁ ଦିବସକୁ ଶିକ୍ଷକ ମାନେ କଳା ଦିବସ ରୂପେ ପାଳନ କଲେ । ଅବଶ୍ୟ ସରକାରଙ୍କର ସେଥିରେ କିଛି ଫରକ ପଡିଲା ନାହିଁ । ରାଜ୍ୟର ଉନ୍ନତି ଅର୍ଥ ଯେଉଁ ସରକାର ନିଜ ଦଳକୁ କିପରି ଭୋଟ ମିଳିବ ବୋଲି ଭାବେ ସେ ସରକାର ଶିକ୍ଷା ଓ ଶିକ୍ଷକ ରହିଲେ କେତେ ନ ରହିଲେ କେତେ , ତାହାର କିଛି ଫରକ ପଡିବାର ନାହିଁ । କିନ୍ତୁ ସରକାର ବୁଝି ପାରୁ ନାହିଁ ଯେଉଁଦେଶରେ ଶିକ୍ଷା ଯେତେ ଉନ୍ନତ ସେ ଦେଶ ସେତେ ଉନ୍ନତ । ସନ୍ତୁଷ୍ଟି କରଣ ରାଜନିତୀରେ ସରକାର ନିଜର ଆଦବ କାଇଦା ମାନସିକତାକୁ ପ୍ରୟୋଗ କରି ଭୋଟ ହାତେଇବାରେ ବ୍ୟସ୍ତ । କିନ୍ତୁ ଥରେ ବି ଭାବିବା କଥା ଏହି ଶିକ୍ଷକ ମାନେ କଣ ତୁମକୁ ଭୋଟ ଦେଇ ନଥିଲେ ନା ତାଙ୍କ ପରିବାର ତୁିମକୁ ଭୋଟ ଦେଇ ନାହାଁନ୍ତି । ତୁମେ ମନକୁ ମନ ଆଜି ସିଂହାସନ ମାଡି ବସିଛ । ଏହି ସୁଯୋଗ ନେଇ ବିରୋଧି ଦଳର କିଛିି ନେତା ସମ୍ମିଳିତ ଶିକ୍ଷକ ଧାରଣା ସ୍ଥଳକୁ ପଶି ଆସୁଛନ୍ତି ।
ସେଥିରେ ସରକାରୀ ଦଳ ବିଧାୟକ ମାନେ ବହୁତ ଖପ୍ପା । ସେମାନେ କାହିଁକି ଆସୁଛନ୍ତି ବୋଲି ପ୍ରଶ୍ନ କରୁଚନ୍ତି ।ତୁମେ ପରା ତାଙ୍କୁ ଆସିବାକୁ କହିଛ । ଦିନେ ନୁହେଁ କି କାଳେ ନୁହେଁ , ମାସ ବିତିବାକୁ ବସିଲାଣି ଧାରଣା । ତୁମେ କାହିଁ କି ଏମିତି ଅଜାଣ ଚାଉଳ ଭାତ ଖାଉଛକି ? କିଛି ଜାଣି ପାରୁ ନାହଁ । ଶିକ୍ଷକ ମାନେ କଣ କରିପାରନ୍ତି ତୁମ କୁ କଣ ଜଣା ନାହିଁ , ଯେତେ ଡେରି ହେବ ସେତେ ମାଇନସ ହେବ । ସାଧୁ ସାବଧାନ , ଶିକ୍ଷା ବଂଚିଲେ ଦେଶ ବଂଚିବ ।ତୁମେ ବି ବଂଚିବ ।

Related Articles

Leave a Reply

Your email address will not be published. Required fields are marked *

Back to top button