ଏନ.ସି କଲେଜ ସ୍ୱଂୟଶାସିତ ମାନ୍ୟତା ହରାଇଥିବା ଯାଜପୁର ପାଇଁ ଏକ ଲଜ୍ଜା
ଯାଜପୁର ଜିଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ନରସିଂହ ଚୋ÷ଧୁରୀ ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ପ୍ରତ୍ୟାହାର ହୋଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗରେ ଏହି ମହାବିଦ୍ୟାଳୟକୁ ଆସୁଥିବା ଅନୁଦାନ ବ୍ୟୟ କରାଯାଇଥିଲେ ମଧ୍ୟ ତାହାର ଖର୍ଚ୍ଚ ବାବଦ ୟୁଟିଲାଇଜେସନ ସାର୍ଟିଫିକେଟ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି କଲେଜ ପରିଚାଳନାଗତ ତୃଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏଠାରେ ପ୍ରଶ୍ନଉଠେ କାର୍ଯ୍ୟ ଠିକ୍ଠାକ୍ ହୋଇଛି ,ଏହାକୁ ମଧ୍ୟ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ଅନୁଧ୍ୟାନ କରିଛନ୍ତି । କିନ୍ତୁ ୟୁଟିଲାଇଜେସନ ସାର୍ଟିଫିକେଟ ଦିଆହୋଇନାହିଁ । ୟୁଟିଲାଇଜେସନ ସାର୍ଟିଫିକେଟ ଦେବ କିଏ ଓ କାହିଁକି ଦେଲେ ନାହିଁ , ଏହା ବର୍ତମାନର ମୁଖ୍ୟ ପ୍ରସଙ୍ଗ । ଯାହା ସମୟରେ ଏହା କରାହେବାକଥା ତାହା ହୋଇନାହିଁ ଯଦି ତାଙ୍କୁ ପ୍ରଥମେ ଦଣ୍ଡ ବିଧାନ କରାଯାଉ , ଏହା ପରେ ବର୍ତମାନର ନୂଆ ଅଧ୍ୟକ୍ଷଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ କିଛି ଦିନ ସମୟ ଦିଆଯାଉ । ସରକାର ତଥା ଶିକ୍ଷା ବିଭାଗର ଅନ୍ୟଏକ ତୃଟି ଯେ ନରସିଂହ ଚୈାଧୂରୀ ମହାବିଦ୍ୟାଳୟରେ କୈାଣସି ଅଧ୍ୟକ୍ଷ ୨/୩ ମାସରୁ ଅଧିକ ରହୁ ନାହାନ୍ତି । ସେମାନେ ଅନ୍ୟତ୍ର ବଦଳି ହୋଇଯାଉଛନ୍ତି ବା କାହାର କାର୍ଯ୍ୟକାଳ ପୁରିଯାଉଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ କିରାଣୀ ମାନେ ମଧ୍ୟ କିଛି କାର୍ଯ୍ୟକ୍ରମ ନେଉ ନାହାଁନ୍ତି । ବାସ୍ତବରେ ଏହି ସଂକ୍ରାନ୍ତିୟ କାର୍ଯ୍ୟକ୍ରମର ଦାୟିତ୍ୱ କେବଳ କିରାଣୀ ମାନଙ୍କର , ଉପରିସ୍ତ କର୍ମକର୍ତାମାନେ ଏକାକୁ କେବଳ ସ୍ୱିକୃତୀ ଦେବେ , ସେ ସମୟରେ କଟକରୁ ଆସୁଥିବା କିରାଣୀ ଜଣକ ଦିନ ୧୨ ଟାରେ ଆସି ୨ଟାରେ ଫେରି ଯାଆନ୍ତି ।ତାପରେ ବର୍ତମାନ ଯେଉଁ କିରାଣୀ ଜଣକ ଅଛନ୍ତି ଶାରୀରିକ ଅସୁସ୍ତତା ପାଇଁ କାଳେ କିଛି କାମ କରିପାରୁ ନାହାଁନ୍ତି । ସ୍ୱୟଂଶାସିତ ମାନ୍ୟତା ପ୍ରତ୍ୟାହାର ପରେ କର୍ମକର୍ତାମାନଙ୍କର ଚେତାପଶିଛି ।ଦିନକୁ ୨ଥର ସଭା ବସୁଥିବାର ଜଣାପଡିଛି । ସବୁପରେ ବି ଏହା ଯାଜପୁର ଜିଲ୍ଲା ପାଇଁ ଲଜ୍ଜା । ରାଜ୍ୟର ବିଭିନ୍ନ ମହାପୁରୁଷଙ୍କ ନାମରେ ବିଶ୍ୱବିଦ୍ୟାଳୟ ହେଉଛି , ସରକାରୀ କଲେଜ ଆଗରୁ ସେମାନଙ୍କ ନାମରେ ଥିଲେ ବି ପୁଣି ବିଶ୍ୱବିଦ୍ୟାଳୟ ହେଉଛି ।ଠିକ୍ ସେତିକି ବେଳେ ଯାଜପୁର ଜିଲ୍ଲାର ସର୍ବପ୍ରାଚୀନ ମହାବିଦ୍ୟାଳୟଠାରୁ ସ୍ୱୟଂଶାସିତ ମାନ୍ୟତା ପ୍ରତ୍ୟାହାର କରାଯାଉଛି । ଏହା ଆମ ରାଜ୍ୟ ଓ ଦେଶର ଶିକ୍ଷାବ୍ୟବସ୍ତାର ମାନଦଣ୍ଡ । ସବୁଠାରୁ ଦୁଃଖର କଥା ଉକ୍ତ ମହାବିଦ୍ୟାଳୟ ଓଡିଶାର ଜଣେ ଟାଣୁଆ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କ ଅଧିନରେ ଅଛି । ଏହାର ପ୍ରତିବାଦରେ ଆଜି ଛାତ୍ର ଛାତ୍ରୀ ମାନେ ଏହି ସ୍ୱଂୟଶାସିତ ମାନ୍ୟତା ହରାଇବା ପାଇଁ କେଉଁ ମାନେ ଦାୟୀ ବୋଲି ପ୍ରଶ୍ନ କରିଥିଲେ । ଏଥିପାଇଁ ଅବହେଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଏପରିକି କଲେଜ ଛାତ୍ରଛାତ୍ରୀ ମାନେ ଗେଟ୍ରେ ତାଲା ପକାଇ ଆନ୍ଦୋଳନଦ୍ୱାରା କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ ।