ଦେଶ ବିଦେଶ

ଯୁବକଙ୍କ ହାର୍ଟ ଏତେ ଦୁର୍ବଳ କାହିଁକି ହେଇଯାଏ ? ହାର୍ଟ ଆଟାକ ଆସିବାର ପ୍ରମୁଖ କାରଣ ଗୁଡିକ ଜାଣ

ବ୍ୟକ୍ତିର ଶରୀରରେ ଅନେକ ପ୍ରକାର ଆଭ୍ଯନ୍ତରୀଣ ଅଙ୍ଗ ରହିଥାଏ । ସେହି ସମସ୍ତ ଅଙ୍ଗ ଗୁଡିକ ଶରୀର ପାଇଁ ବହୁତ କିଛି କରିଥାନ୍ତି । ଯାହା ଦ୍ଵାରା ବ୍ୟକ୍ତିର ଶରୀର ଠିକ ଭାବରେ କାର୍ଯ୍ୟକାରୀ ହୋଇବା ସହ ଶରୀର ସୁସ୍ଥ ରହିଥାଏ । ଯେପରି ହାର୍ଟ ଆମ ଶରୀର ପାଇଁ ବହୁତ କିଛି କାର୍ଯ୍ୟ କରିଥାଏ । ଯାହା ଦ୍ଵାରା ବ୍ୟକ୍ତିର ଠିକ ଭାବରେ ରକ୍ତ ସଂଚାଳନ ହୋଇ ଶରୀରର ସମସ୍ତ ଅଙ୍ଗକୁ ଠିକ ଭାବରେ ରକ୍ତ ଯୋଗାଣ ହୋଇପାରିଥାଏ ।

ଯଦି ସେହି ହାର୍ଟରେ କିଛି ସମସ୍ଯା ଆସିଥାଏ । ତେବେ ବ୍ୟକ୍ତିର ଛାତିରେ ପେନ୍ ହୋଇଥାଏ । ଆଜି କାଲି ବୟସ୍କ ଲୋକଙ୍କ ଅପେକ୍ଷା ଯୁବପିଢୀ ମାନଙ୍କ ଠାରେ ହୃଦଘାତ ହେବାର ସମ୍ଭାବନା ଅଧିକ ରହୁଛି । କାରଣ ଏହାର ମୁଖ୍ୟ କାରଣ ବର୍ତ୍ତମାନର ବ୍ୟକ୍ତିଙ୍କର ଅସନ୍ତୁଳିତ ଜୀବନଶୈଳୀ ମୁଖ୍ୟ ପ୍ରଭାବ ବ୍ୟକ୍ତିର ଶରୀରରେ ଖରାପ ପ୍ରଭାବ ପକାଉଛି ।

ଭାରତୀୟ ଯୁବପିଢୀଙ୍କ ଠାରେ ଏହି ସମସ୍ଯା ଦିନକୁ ଦିନ ଦ୍ରୁତ ଗତିରେ ବଢି ବଢି ଜୀବରେ ଲାଗିଛି । ହାର୍ଟ ଜନିତ ସମସ୍ଯା ଯୋଗୁ ବ୍ୟକ୍ତିଙ୍କର ବହୁତ ଅଳ୍ପ ବର୍ଷ ବୟସରୁ ଅକାଳ ମୃତ୍ୟୁ ହେବାର ସମ୍ଭାବନା ବଢିଯାଉଛି । ଖାଦ୍ୟରେ ବହୁତ ପରିମାଣର ତେଲ ମସଲା ଆଡ୍ କରି ଖାଇବା, ବ୍ୟକ୍ତି ଧୃମପାନ ଓ ମଦ୍ୟପାନ ଭଳି ନିଶାଦ୍ରବ୍ୟ ସେବନ କରିବା, ରାତି ଅନିଦ୍ରା ହେବା ସହିତ ବହୁତ ପ୍ରକର ଷ୍ଟ୍ରେସ ନେବା ।

 

ଶାରୀରିକ ପରିଶ୍ରମ ଅଧିକ ନକରିବା, ବହୁତ ସମୟ ବସି ରହି ଇଲୋକଟ୍ରୋନିକଜନ୍ତ୍ରରେ କାର୍ଯ୍ୟ କରିବା ଏହି ସବୁ କାରଣ ବ୍ୟକ୍ତି ପାଇଁ ରୋଗକୁ ଆମନ୍ତ୍ରିତ କରିଥାଏ । ଯାହା ଦ୍ଵାରା ଅଳ୍ପ ବର୍ଷ ବୟସରୁ ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗ ବିଶେଷ କରି ହାର୍ଟ ରୋଗରେ ପୀଡିତ ହୋଇଯାଇଥାଏ ।

ଯଦି ଧମନୀରେ କୌଣସି ବ୍ୟାଘାତ କାରଣରୁ ରକ୍ତ ଠିକ ଭାବରେ ସଂଚାଳନ ହୋଇନପାରି ହାର୍ଟ ପାଖକୁ ଠିକ ସେ ରକ୍ତ ଯୋଗାଣ ହୋଇନଥାଏ । ତେବେ ହୃଦଘାତ ହୋଇଥାଏ । ମହିଳା ମାନଙ୍କ ତୁଳନାରେ ପୁରୁଷଙ୍କ ଠାରେ ଅଧିକ ହୃଦଘାତ ହେବାର ସମ୍ଭାବନା ରହିଥାଏ । ଯେଉଁ କାରଣରୁ ପୁରୁଷଙ୍କର ବହୁତ ସମୟରେ ହାର୍ଟ ରିଲେଟେଡ଼ ପ୍ରୋବ୍ଲେମ ଆସିଥାଏ ।

 

ମହିଳା ମାନଙ୍କ ଠାରେ ଥିବା ସେକ୍ସ ହରମୋନ ମହିଳାକୁ ହାର୍ଟ ରିଲେଟେଡ଼ ପ୍ରୋବ୍ଲେମରୁ ବଞ୍ଚାଇ ଦେଇଥାଏ । ଯଦି କୌଣସି ମହିଳା ନିଶାଦ୍ରବ୍ୟ ସେବନ କରୁଥାନ୍ତି, ବାରମ୍ବାର ଗର୍ଭନିରୋଧକ ପିଲ୍ସ ସେବନ କରୁଥାନ୍ତି ତେବେ ସେମାନଙ୍କ ଠାରେ ହାର୍ଟ ପାଇଁ ଥିବା ପ୍ରତିରୋଧକ କ୍ଷମତା କମିଯାଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ମହିଳା ମାନଙ୍କର ମେନୋପୋଜର ୫ ବର୍ଷ ପରେ ମହିଳାଙ୍କର ମଧ୍ୟ ପୁରୁଷଙ୍କ ଭଳି ହାର୍ଟ ଜନିତ ସମସ୍ଯା ଆସିବାର ସମ୍ଭାବନା ବଢିଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button