ଦେଶ ବିଦେଶ

ଗାଁରେ ପହଞ୍ଚିଲା ସହିଦ ଆଶିଷଙ୍କ ପାର୍ଥିବ ଶରୀର – bajravana

[ad_1]

ନୂଆଦିଲ୍ଲୀ, ୧୫/୦୯ : ସହିଦ ମେଜର ଆଶିଷଙ୍କ ପାର୍ଥିବ ଶରୀର ଶୋଭାଯାତ୍ରାରେ ଗାଁରେ ପହଞ୍ଚିଲା । ସହିଦଙ୍କ ପାର୍ଥିବ ଶରୀରକୁ ହରିୟାଣାର ପାନିପତକୁ ନିଆଯାଇଛି । ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ସହିଦ ହୋଇଥିଲେ ମେଜର ଆଶିଷ ଧୋନଚକ୍ । ଆଶିଷଙ୍କର ୨ ବର୍ଷର ଝିଅ ଅଛନ୍ତି । ସେ ଦେଢ ମାସ ତଳେ ଘରକୁ ଆସିଥିଲେ । ଅକ୍ଟୋବରରେ ପୁଣି ଥରେ ଘରକୁ ଆସିବେ ବୋଲି ତାଙ୍କର ଦୁଇ ବର୍ଷର ଝିଅ, ପତ୍ନୀ ଓ ପରିବାର ଲୋକଙ୍କୁ କହି ଯାଇଥିଲେ । ହେଲେ ଦେଶ ପାଇଁ ପ୍ରାଣବଳି ଦେଇ ସବୁଦିନ ପାଇଁ ବିଦାୟ ନେଇଗଲେ । ମେଜରଙ୍କ ତିନି ଭଉଣୀ ମଧ୍ୟ ତାଙ୍କର ଏକମାତ୍ର ଭାଇକୁ ହରାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button