ଦେଶ ବିଦେଶ

ଏସିଆ କପ୍‌ : ଆଜି ଭାରତ-ବାଂଲାଦେଶ ମୁକାବିଲା – bajravana

[ad_1]

ନୂଆଦିଲ୍ଲୀ, ୧୫/୦୯ : ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ । ଭାରତ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ବାଂଲାଦେଶ ଫାଇନାଲରୁ ବାଦ୍‌ପଡ଼ିଛି। ତେଣୁ ଏହି ମ୍ୟାଚ୍‌ କେବଳ ଔପଚାରିକତା ପୂରଣ କରିବା ପାଇଁ ଖେଳାଯିବ । ଆଉ ୨୦ ଦିନ ପରେ ବିଶ୍ୱକପ ଥିବାରୁ ଏହି ମ୍ୟାଚ୍‌ରେ ଅନ୍ୟ କିଛି ଖେଳାଳିଙ୍କୁ ଖେଳାଇ ସେମାନଙ୍କ ଦକ୍ଷତା ପରଖିବାକୁ ଉଭୟ ଦଳ ଚାହିଁବେ । ଭାରତ ପ୍ରଥମ ୨ଟି ସୁପର-୪ ମ୍ୟାଚ୍‌ ଜିତିଥିବା ବେଳେ ୨ଟିଯାକ ମ୍ୟାଚ୍‌ରେ ବାଂଲାଦେଶ ପରାସ୍ତ ହୋଇଛି। ଅଧିନାୟକ ରୋହିତ ଶର୍ମା, ଶୁବ୍‌ମାନ ଗିଲ୍‌ ଓ ବିରାଟ କୋହଲି ବଡ଼ ସ୍କୋର୍‌ କରି ପାରିଛନ୍ତି। ଈଶାନ୍ କିଷନ୍‌ ଓ ହାର୍ଦିକ ପାଣ୍ଡ୍ୟା ଲଢ଼ୁଆ ଇନିଂସ ଖେଳିଛନ୍ତି। ଦୀର୍ଘ ଦିନ ପରେ କ୍ରିକେଟ୍‌କୁ ଫେରିବା ପରେ କେ.ଏଲ୍‌. ରାହୁଲ ଚମତ୍କାର ବ୍ୟାଟିଂ ଫର୍ମ ଦେଖାଇଛନ୍ତି। ପୁଣି ଯଶପ୍ରୀତ୍‌ ବୁମ୍‌ରା ତାଙ୍କର ପୁରୁଣା ବୋଲିଂ ଲୟରେ ନଜର ଆସୁଛନ୍ତି। ସବୁକିଛି ଭାରତ ସପକ୍ଷରେ ଯାଇଥିବା ବେଳେ ବାଂଲାଦେଶ ପାଇଁ ଓଲଟା ହୋଇଛି । ଅଦ୍ୟାବଧି ବାଂଲାଦେଶ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ମ୍ୟାଚ୍‌ ଜିତିଛି । ତମିମ୍‌ ଇକ୍‌ବାଲ ଓ ଏବାଦତ୍ ହୋସେନ୍ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଥିଲେ । କ୍ରମାଗତ ୨ଟି ମ୍ୟାଚ୍‌ରେ ୮୯ ଓ ୧୦୪ ରନ୍‌ କରିବା ପରେ ନଜ୍‌ମୁଲ ହୋସେନ୍ ଶାନ୍ତୋ ଆହତ ହୋଇ ସ୍ଵଦେଶ ଫେରି ଯାଇଥିଲେ । ଈଶାନ୍ କିଷନ୍ କିମ୍ବା ରାହୁଲଙ୍କ ସ୍ଥାନରେ ଖେଳିପାରନ୍ତି। ମହମ୍ମଦ ସାମିଙ୍କୁ ଖେଳାଇ ଭାରତ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦେଇପାରେ।

The post ଏସିଆ କପ୍‌ : ଆଜି ଭାରତ-ବାଂଲାଦେଶ ମୁକାବିଲା appeared first on Odisha Khabar.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button