ମନୋରଞ୍ଜନ

ପିଲାଟି ଦିନରୁ ଏଭଳି ରୋଗରେ ପୀଡ଼ିତ ହେତୁ ସ୍କ୍ରିପ୍ଟ ପଢ଼ି ପାରନ୍ତି ନାହିଁ ସନ୍ନି – bajravana

[ad_1]

ନୂଆଦିଲ୍ଲୀ: ‘ଗଦ୍ଦର୨’ର ସଫଳତା ପରେ ସନ୍ନି ଦେୱଲଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। ୬୫ବର୍ଷ ବୟସରେ ସନ୍ନି ବକ୍ସ ଅଫିସ ହିଟ ସିନେମା ଦେଇ ସମସ୍ତଙ୍କୁ ଖୁସି କରାଇ ଦେଇଛନ୍ତି।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସନ୍ନି କହିଛନ୍ତି, ‘ମୁଁ ଡିସ୍ଲେକ୍ସିୟା ରୋଗ‌ରେ ପୀଡ଼ିତ ଅଛି। ଏହି କାରଣରୁ ମୁଁ ପଢ଼ି ପାରେ ନାହିଁ। ଏମିତି କି ସ୍କ୍ରିପ୍ଟ ପଢ଼ିବାରେ ବି ମୋତେ ବହୁତ ଅସୁବିଧା ହୋଇଥ‌ାଏ। ଏଥିପାଇଁ ମୋତେ ସର୍ବଦା ସିନେମାର ସଂଳାପ ଓ ସିନ ଶୁଣା ଯାଇଥାଏ। ଏହାକୁ ଧ୍ୟାନରେ ରଖି ମୁଁ ମୋ ଅନୁଭବରେ ସଂଳାପ କହିଥାଏ। ଏହି ରୋଗ ହେତୁ ମୋତେ ଲୋକଙ୍କ ସହିତ କଥା ହେବାକୁ ଭୟ ଲାଗିଥାଏ।

ପିଲା ଦିନେ ପାଠ ପଢ଼ି ନପାରୁ ଥିବାରୁ ମୋତେ ବହୁତ ଥର ମାଡ଼ ବି ହୋଇଛି। ଯେତେ‌ ଶିଖାଇଲେ ବି ମୁଁ ପାଠପଢ଼ି ପାରୁ ନଥିବାରୁ ଶିକ୍ଷକମାନେ ମୋ ଉପରେ ବିରକ୍ତ ବି ହୋଇଛନ୍ତି। କାରଣ ସେ ସମୟରେ ମୁଁ ଡିସ୍ଲେକ୍ସିଆ ରୋଗରେ ପୀଡ଼ିତ ଅଛି ବୋଲି କେହି ଜାଣି ନଥିଲେ।’

ସନ୍ନି ଦେୱଲଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ‌ସେ ଏବେ ଆମେରିକାଗସ୍ତରେ ଅଛନ୍ତି। ଆମେରିକାରେ ଧର୍ମେନ୍ଦ୍ର ଏବଂ ସନ୍ନି ଦେୱଲ ଛୁଟି କଟାଇବା ପାଇଁ ଯାଇଛନ୍ତି ।

ସନ୍ନିଙ୍କ ଏହି ଗସ୍ତକୁ ନେଇ କୁହାଯାଉଥିଲା କି , ସେ ବ‌ାପା ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। କିନ୍ତୁ ସନ୍ନି ଏହାକୁ ଖଣ୍ଡନ କରି କହିଥିଲେ, ‘ସେ ବାପାଙ୍କ ଚିକିତ୍ସା ପାଇଁ ନୁହେଁ ବରଂ ବୁଲାବୁଲି କରିବା ପାଇଁ ଆମେରିକା ଯାଇଛନ୍ତି।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button