ଓଡିଶା

ସ୍କ୍ରବ ଟାଇଫସ୍‌ ହେଲେ ଦଶ ଦିନ ପରେ ଇନଫେକ୍ସନ ଜଣାପଡ଼ିବ, ସତର୍କ ହୋଇ ଚଳିବାକୁ ପଡ଼ିବ: ଡାକ୍ତର ନୀରଜ ମିଶ୍ର – bajravana

[ad_1]

ଭୁବନେଶ୍ବର: ସ୍କ୍ରବ ଟାଇଫସ୍‌ ସାଧାରଣ ଓଡ଼ଶ ତଥା ଛାରପୋକ ଭଳି ରହିଥାନ୍ତି। ଏହି ପୋକ ସବୁ ଯାହା ଦ୍ୱାରା ସ୍କ୍ରବ ଟାଇଫସ ବ୍ୟାପିବାରେ ଲାଗିଛି। ଏ ପୋକ ସାଧାରଣତଃ ବୁଦା ଅଞ୍ଚଳ, ଝଙ୍କାଳିଆ ସ୍ଥାନ ତଥା ଘର ମାନଙ୍କରେ ମଧ୍ୟ ଖଟ ଓ ବେଡ଼ସିଟରେ ଦେଖାଯାନ୍ତି। ଏ ରୋଗ କେବଳ ପୋକ କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଜଣକ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବାର ସେଭଳି ନିର୍ଦ୍ଦିଷ୍ଟ ସମ୍ଭାବନା ଯଦିଓ ନାହିଁ। କିନ୍ତୁ ସତର୍କ ହୋଇ ଚଳିବାକୁ ପଡିବ। ସାଧାରଣତଃ ଏହି ସ୍କବ ଟାଇଫସ ହେଲେ ଦଶ ଦିନ ପରେ ଇନଫେକ୍ସନ ଜଣାପଡ଼ିବ। ଯଦି ଜ୍ୱର ଲାଗିରୁହେ ତା ସହିତ ଦେହହାତ ବ୍ୟଥା ଏବଂ ମୁଣ୍ଡ ବିନ୍ଧା ଆଦି ଲାଗିରୁହେ ବୋଲି ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର କହିଛନ୍ତି।

ତେବେ ତୁରନ୍ତ ଚିକିତ୍ସା କରିବା ଦ୍ୱାରା ଭଲ ହୋଇଯାଏ। ନଚେତ ରକ୍ତହୀନତା ଭଳି ସମସ୍ୟାରୁ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଯାଇପାରେ। ଏଥିପାଇଁ ଆଣ୍ଟିବାୟୋଟିକ ମଧ୍ୟ କାମ ଦେଇପାରିବ। କିନ୍ତୁ ସତର୍କ ରହିବାକୁ ହେଲେ କିଛି ଦିନ ବ୍ୟବଧାନରେ ବେଡ଼ସିଟ ପରିବର୍ତ୍ତନ କରିବା ସାଙ୍ଗକୁ ନିଜ ଆଖପାଖ ସଫାସୁତୁରା ରଖିବା ଆବଶ୍ୟକ ବୋଲି ଡାକ୍ତର ନୀରଜ ମିଶ୍ର ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ,ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସ୍କ୍ରବ ଟାଇଫ୍‌ସ ସଂକ୍ରମଣ । ଜୀବନ ନେଉଛି ସ୍କ୍ରବ ଟାଇଫ୍‌ସ । ବରଗଡ଼ରେ ସ୍କ୍ରବ ଟାଇଫସ୍ କୀଟ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ବରଗଡ଼ର ଅତାବିରା, ଭେଡେନ, ବରପାଲିରୁ ଜଣେ ଲେଖାଏ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୋହେଲା ବ୍ଳକର ୨ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଆହୁରି ୪ ଆକ୍ରାନ୍ତ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି । ଏହି ବିଶାକ୍ତ କୀଟକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିଶେଷକରି ଚାଷ ଜମିରେ ସ୍କ୍ରବ ଟାଇଫସ କୀଟ ଦେଖିବାକୁ ମିଳିଛି । ଚାଷ କାର୍ଯ୍ୟ ପାଇଁ ଚାଷୀ ବିଲକୁ ଯାଉଥିବାରୁ ସେମାନେ ଏହି କୀଟ ଆକ୍ରମଣର ଶିକାର ହେଉଛନ୍ତି । ତେବେ ଏନେଇ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ପରୀକ୍ଷା କରଯାଉଛି । ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଏହି ରୋଗର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button