ଅବିଭକ୍ତ କୋରାପୁଟ ଜିଲ୍ଲା କଲେଜ ଅଧ୍ୟକ୍ଷଙ୍କୁ ନେଇ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ପ୍ରଥମ ସମ୍ମିଳନୀ – bajravana
[ad_1]
ଜୟପୁର: ରାଜ୍ୟ ସରକାର ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଛନ୍ତି। କିନ୍ତୁ କମ ଦିନ ମଧ୍ୟରେ ୟୁଜିସି (ୟୁନିଭରସିଟି ଗ୍ରାଣ୍ଟ କମିସନ)ରୁ ବିଶ୍ବବିଦ୍ୟାଳୟର ସ୍ବୀକୃତି ହାସଲ କରିବାକୁ ପଡ଼ିବ। ଏହା ପରେ ଯାଇ ବିଶ୍ବବିଦ୍ୟାଳୟର କାଗଜପତ୍ର ପ୍ରସ୍ତୁତ ହେବା ସହ ପୂର୍ଣ୍ଣାଙ୍ଗ ହୋଇପାରିବ। ୟୁଜିସିର ଅଧିନିୟମ୍ -୨ଏଫ୍ ର ମାର୍ଗଦର୍ଶିକା ଅନୁଯାୟୀ ସବୁ ପୂରଣ କରିବାକୁ ପଡ଼ିବ। ଏହି ପ୍ରକ୍ରିୟା କ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ୬୩ଟି ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ବିଶ୍ବବିଦ୍ୟାଳୟର ପ୍ରଥମ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଏସଡି ଡ.ଦେବୀ ପ୍ରସାଦ ମିଶ୍ର ସଭାପତିତ୍ବ କରିଥିବା ବେଳେ ରେଜିଷ୍ଟ୍ରାରର ଡ.ଗୋପାଳ ହାଲଦାର, କଣ୍ଟ୍ରୋଲର ଅଫ ଏକଜାମିସନ୍ ରଂଜନ କୁମାର ପ୍ରଧାନ, ପିଜି କାଉନସିଲ ଅଧ୍ୟକ୍ଷ କିଚକ ଚନ୍ଦ୍ର ଜେନା ପ୍ରମୁଖ ଭାଗ ନେଇଥିଲେ।
ସୂଚନାଯୋଗ୍ୟ, ବିକ୍ରମ ଦେବ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିଥିଲେ। ଜୁନ୍ ମାସରୁ ଏହା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ଘୋଷଣା କରିଥିଲେ। ସେଭଳି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧିନରେ ରହିଥିବା ଅବିଭକ୍ତକୋରାପୁଟ ଜିଲ୍ଲାର ସମସ୍ତ ୬୩ଟି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଅଧିନକୁ ଆସିଥିଲେ ହେଁ ସେମାନଙ୍କ ଠାରୁ ଅନୁରୋଧପତ୍ର ଗ୍ରହଣ କରିବା ସହ ଟିମ୍ ପଠାଇ ଯଂଚ କରି ବିଶ୍ବବିଦ୍ୟାଳୟର ସ୍ବୀକୃତି ପ୍ରଦାନ କରିବା କାମ ଏବେ ପ୍ରାଥମିକତା ପର୍ଯ୍ୟାୟରେ ରହିଛି । ତେଣୁ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ଅନୁରୋଧପତ୍ର ଗୁଡିକୁ ତୁରନ୍ତ ପୁରଣ କରି ବିଶ୍ବବିଦ୍ୟାଳୟରେ ଦାଖଲ କରାଯିବାକୁ କୁହାଯାଇଥିଲା। ଏହି କାଗଜପତ୍ରଗୁଡିକ ଡାକରେ ନ ପଠାଇ କଲେଜର ଜଣେ ସ୍ବତନ୍ତ୍ର ମେସଂଜରକୁ ପଠାଇ ଯାଂଚ କରାଇବାକୁ କୁହାଯାଇଥିଲା। ଏହି ଯାଂଚ ଆସନ୍ତା ଅକ୍ଟୋବର ସୁଦ୍ଧା ଶେଷ ହେଲେ ବିଶ୍ବବିଦ୍ୟାଳୟ ସ୍ବୀକୃତି ପାଇଁ ଆବେଦନ କରାଯିବ। ସମଗ୍ର ରାଜ୍ୟରେ ସ୍ନାତକର ପାଠ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗଦ୍ବାରା ପ୍ରଦତ୍ତ। କିନ୍ତୁ ବିଶ୍ବବିଦ୍ୟାଳୟର ନିଜସ୍ବ ପାଠ୍ୟକ୍ରମ ପିଜିରେ ପଢ଼ାଯିବା କଥା। କିନ୍ତୁ ଏହି ଶିକ୍ଷାବର୍ଷରେ ଆଉ ସମୟ ନଥିବାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପିଜି ପାଠ୍ୟକ୍ରମ ଏଠାରେ ଲାଗୁ କରାଯିବ। ଆସନ୍ତା ଶିକ୍ଷାବର୍ଷରେ ଆବଶ୍ୟକ ହେଲେ ଏହାକୁ ପରିବର୍ତ୍ତନ କରି ବିଶ୍ବବିଦ୍ୟାଳୟର ନିଜସ୍ବ ପିଜି ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା।
[ad_2]