ଦେଶ ବିଦେଶ
ନିଜକୁ ଓଡ଼ିଆ ଲୋକନୃତ୍ୟରେ ଝୁମାଇଲେ ଆଇଏମଏଫ ପ୍ରବନ୍ଧ ନିର୍ଦ୍ଦେଶକ – bajravana
[ad_1]
ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ହେଉଥିବା ଜି-୨୦ ବୈଠକରେ ସାମିଲ ହେବା ପାଇଁ ଅତିଥିଙ୍କ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହିକ୍ରମେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ପ୍ରବନ୍ଧକ ନିର୍ଦ୍ଦେଶକ କ୍ରିଷ୍ଟଲିନା ଜର୍ଜିଆ ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି । ଦିଲ୍ଲୀରେ ସମ୍ବୋଧିତ ଅଧିକାରୀ ସେମାନଙ୍କର ଭବ୍ୟ ସ୍ୱାଗତ କରିଛନ୍ତି । କିନ୍ତୁ ଏହି ସମୟରେ କ୍ରିଷ୍ଟଲିନା ଯାହା କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ହେଉଛି ।
ଅତିଥିଙ୍କ ସ୍ୱାଗତ ପାଇଁ ଦେଶର ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ପ୍ରଦର୍ଶନ କରାଯାଉଛି । ଏହିକ୍ରମେ ଆଇଏମଏଫ ପ୍ରବନ୍ଧକ ନିର୍ଦ୍ଦେଶକ କ୍ରିଷ୍ଟଲିନା ଜର୍ଜିଆ ଦିଲ୍ଲୀ ପହଞ୍ଚିବା ପରେ ଓଡ଼ିଶାର ଏକ ଗ୍ରୁପ ଡାଲଖାଇ ନୃତ୍ୟ ପ୍ରଦର୍ଶନ କରୁଥିଲେ । ଏହାକୁ ଦେଖି କ୍ରିଷ୍ଟଲିନା ଖୁବ୍ ଖୁସି ହୋଇଥିଲେ । ସେ କିଛି ସମୟ ପାଇଁ ସେଠାରେ ରହି ସେମାନଙ୍କୁ ଦେଖିବା ପରେ ନିଜେ ତାଙ୍କ ଭଳି ନାଚିବାକୁ ଚେଷ୍ଟା କରିଥିଲେ ।
[ad_2]