ଦେଶ ବିଦେଶ

ଭାରତର ୫୦୦ ୱେବସାଇଟ ହ୍ୟାକ କରିଥିବା ହ୍ୟାକର ଗିରଫ

ନୂଆଦିଲ୍ଲୀ : ପାକିସ୍ତାନ ସମର୍ଥନରେ ଭାରତର ୫୦୦ରୁ ଅଧିକ ୱେବସାଇଟ ହ୍ୟାକ୍‍ କରିଥିବା କାଶ୍ମୀରର ଦୁଇ ଛାତ୍ରଙ୍କୁ ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ୍ର ସେଲ୍‍ ଗିରଫ କରିଛି। ଏହି ହ୍ୟାକର ଦ୍ୱୟଙ୍କ ପରିଚୟ ୨୮ ବର୍ଷିୟ ଶାହିଦ୍‍ ମଲ୍ଲା ଏବଂ ୨୧ ବର୍ଷିୟ ଆଦିଲ ହୁସେନ ବୋଲି ଜାଣିବାକୁ ମିଳିଛି। ‘ଟିମ୍‍ ହ୍ୟାକର୍ସ ଥାର୍ଡ ଆଇ’ ଦାବି ଅନୁସାରେ ଉଭୟ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ୱେବସାଇଟ ହ୍ୟାକ କରିଛନ୍ତି। ସ୍ୱତନ୍ତ୍ର ସେଲ୍‍ର ସାଇବର ଶାଖ ଡିସିପି ଅନ୍ୟଶ ରାୟଙ୍କ କହିବା ଅନୁସାରେ ସେଲକୁ ଏନେଇ ଗୁଇନ୍ଦା ସୂଚନା ମିଳିଥିଲା। ଅପ୍ରେଲ ୨୬ରେ ପଞ୍ଜାବ କେ ରାଜପୁରା ସେ ଶାହିଦ୍‍ ପରେ ଜଳନ୍ଧରରୁ ଆଦିଲଙ୍କୁ ଗିରଫ କରାଯାଇଥିଲା। ବାରମୁଳା ନିବାସୀ ଶାହିଦ୍‍ ରାଜପୁରାର ଏକ ଇଂଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସରେ ବିଟେକ କରୁଛି। ସେହିପରି ଅନନ୍ତନାଗ ନିବାସୀ ଅଦିଲ ଜଳନ୍ଧର ସେଣ୍ଟ ସୋଲ୍‍ଜର ମ୍ୟାନେଜମେଣ୍ଟ ଏବଂ ଟେକ୍‍ ଇନଷ୍ଟିଚ୍ୟୁଟ୍‍ର ବିସିଏ କରୁଛି। ଏହି ଦୁଇ ଛାତ୍ର ପାକିସ୍ତାନର ଗୁଇନ୍ଦା ଏଜେନ୍ସି ସହ ସଂମ୍ପର୍କ ରଖି ଭାରତୀୟ ୱେବସାଇଟ୍‍ ହ୍ୟାକ କରି ତଥ୍ୟ ପ୍ରଦାନ କରୁଥିଲେ। ଉଭୟଙ୍କ ଅନଲାଇନ ଗତିବିଧି ଉପରେ ସାଇବରସେଲ ଦୀର୍ଘ ସମୟ ଧରି ନଜର ରଖିଥିଲା। ଉଭୟ ପାକିସ୍ତାନ ସମର୍ଥିତ ଏବଂ ଭାରତ ବିରୋଧୀ ହ୍ୟାକର୍ସଙ୍କ ସହ ସମ୍ପର୍କ ରଖିଥିଲେ। ଉଭୟ ଛାତ୍ର ‘ଟିମ୍‍ ହ୍ୟାକର୍ସ ଥାର୍ଡ ଆଇ’ ନାମରେ ଭାରତ ବିରୋଧୀ ହ୍ୟାକିଂ ଗ୍ରୁପ୍‍ ଚଳାଉଥିଲେ। ଉଭୟ ପାକିସ୍ତାନ ସମର୍ଥିତ ଆତଙ୍କବାଦଙ୍କ ପାଇଁ ରାଷ୍ଟ୍ରଦୋହୀ ପୋଷ୍ଟ ଅପଲୋଡ କରୁଥିଲେ। ସୋସିଆଲ ମିଡିଆରେ ବି ଉଭୟ ସକ୍ରିୟ ଥିଳେ। ସେମାନଙ୍କ ନିକଟରୁ ଲ୍ୟାପଟପ, ମୋବାଇଲ ଫୋନ୍‍, ସିମ କାର୍ଡ, ଇଣ୍ଟରନେଟ ଡୋଙ୍ଗଲ, ହାର୍ଡଡିକ୍ସ, ମେମୋରି ଆଦି ଜବତ କରାଯାଇଛି। ଏବେ ଦିଲ୍ଲୀ ପୁଲିସ୍‍ ପକ୍ଷରୁ ସେମାନଙ୍କୁ ଜେରା କରାଯାଉଛି। ସେମାନଙ୍କ ସହ ଆଉ କିଛି ଲୋକଙ୍କ ସଂପୃକ୍ତି ଥିବା ସେନ୍ଦହ କରାଯାଉଛି। ଏହି ମାମଲାରେ ଆଗକୁ ଆଉ କିଛି ଗିରଫ ହେବେ ବୋଲି ଆଶା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button