ଓଡିଶାଦେଶ ବିଦେଶ

ଜୁଲାଇ ସୁଦ୍ଧା ଜଗୁଆଳ ବିହୀନ ଫାଟକ ହଟାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର: ଦେଶର ସବୁ ଛୋଟ ରେଳ ଷ୍ଟେଶନଗୁଡ଼ିକରେ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ହେବ। ଫଳରେ ଷ୍ଟେଶନର ଗୋଟିଏ ପ୍ଲାଟ୍‌ଫର୍ମରୁ ଅନ୍ୟ ପ୍ଲାଟ୍‌ଫର୍ମକୁ ଯାତ୍ରୀମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରିବେ ନାହିଁ। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ଗ୍ରହଣ କରିଛି। ଏହି ଧାରାରେ ପୂର୍ବତଟ ରେଳପଥ ଅନ୍ତର୍ଗତ ମୋଟରି, ଝଙ୍କଡ ସାରଳା ରୋଡ, ମଙ୍ଗୁଳି ଚୌଦ୍ୱାର, ବଡବନ୍ଧ ସୁକିନ୍ଦା ରୋଡ, ଶଗଡ଼ପେଟା, ବାଘୁଆପାଳ, ଚିଲିକିଦର, କପାଳି ରୋଡ, ବ୍ରାହ୍ମଣୀ, ଅର୍ଗୁଳ, ଛତ୍ରପୁର କୋର୍ଟ, ଧଉଳି ମୁହଁାଣ ଆଦି ଷ୍ଟେଶନରେ ପ୍ରଥମ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ କରାଯିବ। ସେହିପରି କାଳିଜାଇ, ବାଗାଡିଆ, ବନବିହାରୀ ଗ୍ବାଲିପୁର ମହାନଦୀ, ମୁକ୍ତେଶ୍ୱର, ତାଳଚେର ଥର୍ମାଲ, ହରିପୁରଗ୍ରାମ, ଜାନକାଦେଈପୁର, ଜେନାପୁର ରୋଡ ଏବଂ ଜୁନାଗଡ ଆଦି ଛୋଟ ଷ୍ଟେଶନରେ ପ୍ରଥମ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ କରାଯବି ବୋଲି ପୂର୍ବତଟ ରେଳ ପଥ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଯାତ୍ରୀମାନଙ୍କ ସୁବିଧା ପାଇଁ କଟକ ଏବଂ କେନ୍ଦୁଝର ରୋଡ ଷ୍ଟେଶନରେ ଫୁଟ୍‌ ଓଭର ବ୍ରିଜ୍‌କୁ ସମ୍ପ୍ରସାରିତ କରାଯିବ। ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ସର୍ବପ୍ରଥମେ ସମସ୍ତ ଜଗୁଆଳ ବିହୀନ ଫାଟକ ଉଚ୍ଛେଦ କରିଥିବା ବେଳେ ଚଳିତ ବର୍ଷ ଜୁଲାଇ ସୁଦ୍ଧା ଓ୍ବାଲଟିୟର ଏବଂ ସମ୍ବଲପୁର ରେଳ ଡିଭିଜନ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button