ଖେଳ ଖବର

ଏସିଆ କପ୍ : ପାକିସ୍ତାନ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଲା ବାଂଲାଦେଶ – bajravana

[ad_1]

ଲାହୋର : ଲାହୋରର ଗଦାଫି ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଅନ୍ତର୍ଗତ ସୁପର-୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପାକିସ୍ତାନୀ ବୋଲରଙ୍କ ସମ୍ମୁଖୀନ ହୋଇନପାରି ୧୯୩  ରନରେ ଅଲଆଉଟ ହୋଇଯାଇଥିଲା । ଦଳର ସ୍କୋର ୦ ଥିବାବେଳେ ମେହେଦି ହାସନ ମିରାଜ ପାଭିଲିୟନ ଫେରିଥିଲେ । ମହମ୍ମଦ ନଇମ ଓ ଲିଟନ ଦାସ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ତେବେ ଅଧିନାୟକ ସକିବୁଲ ହସନ ଓ ମୁସ୍ତାଫିକୁର ରହିମ୍ ପାକିସ୍ତାନୀ ବୋଲରଙ୍କ ଲଢୁଆ ମୁକାବିଲା କରି ଦଳ ପାଇଁ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଥିଲେ ।  ସକିବୁଲ ହସନ ୫୩ରନ କରିଥିବାବେଳେ ମୁସ୍ତାଫିକୁର ୬୪ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ ହେବା ପରେ ନିମ୍ନକ୍ରମ ପୁଣି ଥରେ ଭୁସୁଡ଼ିପଡ଼ିଥିଲା । ଦଳ ୩୮.୪ ଓଭରରେ ମାତ୍ର ୧୯୩ରନ କରି ଅଲଆଉଟ ହୋଇଯାଇଥିଲା ।

ପାକିସ୍ତାନ ପକ୍ଷରୁ ହାରିସ ରୌଫ ୪ଟି ଓ୍ବିକେଟ ନେଇଥିବାବେଳେ ନସିମ ଶାହ ୩ଟି ଓ୍ବିକେଟ ନେଇଥିଲେ । ଇଫତିଖାର ଅହମ୍ମଦ ଓ ଶାହିନ ଆଫ୍ରିଦି ଗୋଟିଏ  ଲେଖାଏଁ ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button