ଓଡିଶା

କୋଲକାତାକୁ ଉଡ଼ି ପାରିଲାନି ବିମାନ: ପୁନର୍ବାର ନିରାଶ ହେଲେ ସହରବାସୀ – bajravana

[ad_1]

୧୧ରୁ ଉଡ଼ାଣ ନିମନ୍ତେ ଟିକଟ୍ ବୁକିଂ ଆରମ୍ଭ

ରାଉରକେଲା: ସେପ୍ଟେମ୍ବର ୧ ତାରିଖରୁ ରାଉରକେଲାରୁ କୋଲକାତାକୁ ବିମାନ ସେବା ଆରମ୍ଭ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ବିଭାଗ ପକ୍ଷରୁ ପ୍ରକାଶିତ ନୂତନ ବିମାନ ଉଡ଼ାଣ ସୂଚୀରେ ଏ ସଂପର୍କରେ ଉଲ୍ଲେଖ କରାଯାଇଥିଲା। ଫଳରେ ରାଉରକେଲା-କୋଲକାତା ବିମାନ ଚଳାଚଳ ଆରମ୍ଭ ହେବାକୁ ନେଇ ବେଶ ଉତ୍ସାହିତ ଥିଲେ ସହରବାସୀ। କିନ୍ତୁ ସେହି ସ୍ବପ୍ନ ଆଜି ପୁଣି ପାଣିରେ ମିଳେଇ ଯାଇଛି। ଘୋଷଣା ଅନୁଯାୟୀ ଆଜିଠାରୁ ବିମାନ ଉଡ଼ିପାରିନି, ବରଂ ସେପ୍ଟେମ୍ବର ୧୧ ତାରିଖରୁ ବିମାନ ଉଡ଼ିବ ବୋଲି କହାଯାଉଛି। ରାଉରକେଲା-କୋଲକାତା ବିମାନ ସେବା ପ୍ରଦାନକାରୀ ସଂସ୍ଥା ଆଲିଆନ୍ସ ଏୟାର୍‌ର ୱେବ୍‌ସାଇଟ୍‌ରେ ଆସନ୍ତା ୧୧ ତାରିଖରୁ ଟିକେଟ୍‌ ସଂରକ୍ଷଣ ଆରମ୍ଭ ହୋଇଛି। ଏଣୁ ସମ୍ଭବତଃ ସେପ୍ଟେମ୍ବର ୧୧ରୁ ଏହି ସ୍ବପ୍ନ ପୂରଣ ହେବା ଆଶା କରାଯାଉଛି।

ଅପରପକ୍ଷରେ ନିର୍ଦ୍ଦିଷ୍ଟ କେଉଁ କାରଣରୁ ଆଜିଠାରୁ ବିମାନ ସେବା ଆରମ୍ଭ ହୋଇପାରିଲାନି, ତାହା ସ୍ପଷ୍ଟ କରାଯାଇନି। ଏହା ପଛରେ ଯାନ୍ତ୍ରିକ ସମସ୍ୟା, ଡିଜିସିଏର ମାନଦଣ୍ଡ ପୂରଣରେ ବିଳମ୍ବ ଆଦି କାରଣ ଥିବା କହାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ୨୩ ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଜାରି ନୂତନ ବିମାନ ଚଳାଚଳ ସମୟସୂଚୀରେ ରାଉରକେଲା-କୋଲକାତା ବିମାନ ସେବା ଆରମ୍ଭ ତଥା ସମୟ ନିର୍ଘଣ୍ଟ ହୋଇଥିଲା। ସୂଚୀ ଅନୁସାରେ, ବିମାନ ସପ୍ତାହରେ ୪ ଦିନ କୋଲକାତାରୁ ବାହାରି ରାଉରକେଲା ଦେଇ ଭୁବନେଶ୍ବର ଯିବ ଓ ପୁଣି ଭୁବନେଶ୍ବରରୁ ରାଉରକେଲା ଦେଇ କୋଲକାତା ଫେରିବ ବୋଲି ସ୍ଥିର ହୋଇଛି। ସେହିପରି ଅବଶିଷ୍ଟ ତିନିଦିନ ବିମାନ କୋଲକାତାରୁ ବାହାରି ଭୁବନେଶ୍ବର ଦେଇ ରାଉରକେଲା ଆସିବ ଓ ପୁଣି ରାଉରକେଲାରୁ ବାହାରି ଭୁବନେଶ୍ବର ଦେଇ କୋଲକାତା ଯିବ। ଏହି ଖବର ପ୍ରଚାରିତ ହେବାପରେ ସହରବାସୀଙ୍କ ମନରେ ଉତ୍ସାହ ଖେଳିଯାଇଥିଲା। କିନ୍ତୁ ଆଜି ବିମାନ ନ ଉଡ଼ିବାରୁ ସମସ୍ତେ ନିରାଶ ହୋଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button