ଖେଳ ଖବର

ଆଜିଠାରୁ ଏସିଆ କପ୍ ୨୦୨୩ – bajravana

[ad_1]

ନୂଆଦିଲ୍ଲୀ, ୩୦/୦୮ : ଆଜିଠାରୁ ଏସିଆ କପ୍ ୨୦୨୩ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆଜି ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ମୁଲତାନ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ପାକିସ୍ତାନ ଏହି ମ୍ୟାଚ୍ ପାଇଁ ମଙ୍ଗଳବାର ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛି। ପାକିସ୍ତାନ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ନିଜର ଘାତକ ବୋଲର ତ୍ରିମୂର୍ତ୍ତି ଶାହୀନ ଆଫ୍ରିଦି, ନସୀମ ଶାହ ଓ ହାରିସ ରଉଫଙ୍କୁ ମଇଦାନକୁ ଓହ୍ଲାଇଛି। ଶାହୀନ ଆଫଗାନିସ୍ତାନ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୪ ଓ୍ଵିକେଟ୍ ଏବଂ ହାରିସ ରଉଫ ୫ ଓ୍ଵିକେଟ୍ ନେଇଥିଲେ । ୨ ଓ୍ଵିକେଟ୍ ନେଇଥିବା ନସୀମ ଦ୍ଵିତୀୟ ଦିନିକିଆରେ ୧୦ ରନ କରି ପାକିସ୍ତାନକୁ ରୋମାଞ୍ଚକର ବିଜୟ ଦେଇଥିଲେ। ପାକିସ୍ତାନ ଦଳ ଉପରେ ଚାପ ରହିବ, କାରଣ ପାକିସ୍ତାନ ନିଜ ମାଟିରେ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଏହା ଦେଖିବାକୁ ପଡ଼ିବ ଯେ, କୌଣସି ବଡ଼ ଧରଣର ବିପର୍ଯ୍ୟୟ ନ ଘଟୁ। କାଗଜରେ ଦୁଇ ଦଳର ସାମର୍ଥ୍ୟ ଦେଖିଲେ ପାକିସ୍ତାନ ଓ ନେପାଳ ମଧ୍ୟରେ କୌଣସି ମୁକାବିଲା ନାହିଁ। ଗୋଟିଏ ପଟେ ନମ୍ବର ଓ୍ଵାନ ବ୍ୟାଟର ଓ ଦ୍ରୁତ ବୋଲର ବାହିନୀ ଥିବା ବେଳେ ଅନ୍ୟପଟେ ଯୁବ ଦଳ। ନେପାଳ ଦଳ ପାକିସ୍ତାନ ପହଞ୍ଚି ସାରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button