ଚିକିତ୍ସା ବିଜ୍ଞାନ ର ମହାସଫଳତା :ଭାରତରେ ୪ବର୍ଷୀୟ ବାଳିକାର ସଫଳ ଖପୁରି ପ୍ରତିରୋପଣ

 

ପୁଣେ:- ୧୦।୧୦:ଗତ ବୁଧବାର ଦିନ ପୁଣେସ୍ଥିତ ଭାରତୀ ହସ୍ପିଟାଲର ଡାକ୍ତରମାନେ ଏକ ବଡସଫଳତା ହାସଲ କରିଛନ୍ତି। ଏଠାରେ ଜଣେ ୪ବର୍ଷୀୟ ବାଳିକାର ସଫଳ ଖପୁରି ପ୍ରତିରୋପଣ ହୋଇଛି। ଖପୁରିର ୬୦ ପ୍ରତିଶତ ଅଂଶ ଥ୍ରୀଡି ପଲିଥିଲିନ୍‌ ବୋନ୍‌ ଜରିଆରେ ପ୍ରତିରୋପଣ କରାଯାଇଛି। ଭାରତର ଚିକିତ୍ସା ଇତିହାସରେ ଏହା ପ୍ରଥମ ଖପୁରି ପ୍ରତିରୋପଣ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୭ ମେ ୩୧ରେ ପୁଣେର ଜଣେ ବାଳିକା ସ୍କୁଲକୁ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ଏଥିରେ ତାଙ୍କ ଖପୁରି ଅଧାଭାଗ କ୍ଷତିଗ୍ରସ୍ତ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ଭାରତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇଟି ଅସ୍ତ୍ରୋପଚାର କରାଯିବା ପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଥିଲା। କିନ୍ତୁ ଯନ୍ତ୍ରଣା ହେବାରୁ ଗତ କିଛିଦିନ ତଳେ ପୁଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବାଳିକାଙ୍କ ଖପୁରିରେ ଲାଗିଥିବା ଥ୍ରୀଡି ପଲିଥିଲିନ୍‌ ବୋନ୍‌ ଆକାର ଅନୁଯାୟୀ ଆମେରିକାର ଏକ କମ୍ପାନୀ ପ୍ରସ୍ତୁତ କରିଥିଲା।
ଏହି ସଫଳତା ପାଇଁ ଦେଶର ବିଭିନ୍ନ ସ୍ତନରୁ ଡାକ୍ତର ମାନଙ୍କ ପାଇଁ ସୁଭେସ୍ଛା ର ସୁଅ ଛୁଟିଛି .

Back to top button