ଓଡିଶା

ମଦଭାଟି ସ୍ଥାନାନ୍ତରକୁ ବିରୋଧକରି ବିଧାୟକଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ – bajravana

[ad_1]

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଂଚଳରେ ରହିଥିବା ସରକାରୀ ଦେଶୀ ମଦଭାଟିକୁ ଏହାରି ମଧ୍ୟରେ ସାନପିଣ୍ଡାପଦର ଅଂଚଳକୁ ସ୍ଥାନାନ୍ତର କରିବାକୁ ଯୋଜନା ରହିଥିବା ସୂଚନା ପାଇ ଏହାକୁ ବିରୋଧ କରି ଗ୍ରାମବାସୀ ଜୟପୁର ବିଧାୟକଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଗାଁ ନିକଟକୁ ଯଦି ସରକାରୀ ଦେଶୀ ମଦଭାଟି ଯାଏ ତେବେ ଗାଁରେ ରହିଥିବା ଶାନ୍ତି ଆଉ ବଜାୟ ରହିବ ନାହିଁ ବୋଲି ଗ୍ରାମବାସୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବିରେ ଯଥାର୍ଥତା ରହିଛି ବୋଲି ଜୟପୁର ବିଧାୟକ କହିଛନ୍ତି। ଅଂଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେ ପୂର୍ବରୁ ବି ବୋରିଗୁମ୍ମା ବ୍ଲକରେ ଏଭଳି ଭାଟିକୁ ବିରୋଧ କରିଥିଲେ ବୋଲି କହିଛନ୍ତି। ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇବେ ବୋଲି ବିଧାୟକ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button