ଓଡିଶା

ଝିଆରୀକୁ ର୍ଦୁବ୍ୟବହାର, ଦାଦାକୁ ଆକ୍ରମଣ; ଯୁବକ ଗିରଫ – bajravana

[ad_1]

ଭୁବନେଶ୍ବର: ଘରେ ପଶି ଯୁବତୀଙ୍କୁ ର୍ଦୁବ୍ୟବହାର କଲେ। ପ୍ରତିବାଦ କରିବାରୁ ଯୁବତୀଙ୍କ ଦାଦାକୁ କାଚ ବୋତଲରେ ଆକ୍ରମଣ କରି ରକ୍ତାକ୍ତ କଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଅଞ୍ଚଳରେ। ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ପଦ୍ମକେଶରୀପୁର ଅଞ୍ଚଳର ଜଗନ ଦାସ(୨୨)। ତାଠାରୁ ଭଙ୍ଗା କାଚବୋତଲ ଜବତ କରାଯାଇଛି।

ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଅଞ୍ଚଳର ରୁଦ୍ର ଦାସଙ୍କ ଝିଆରୀ ଘରେ ଏକୁଟିଆ ଥିବା ସମୟରେ ଜଗନ ଓ ତା’ର ସହ‌ଯୋଗୀ ଘରେ ପଶିଥିଲେ। ଏକୁଟିଆ ଥିବାର ସୁଯୋଗ ପାଇ ତାଙ୍କୁ ର୍ଦୁବ୍ୟବହାର କରିଥିଲେ। ଯୁବତୀଙ୍କ ପାଟିଶୁଣି ଦାଦା ରୁଦ୍ର ଧାଇଁ ଆସି ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ଜଗନ ଏକ କାଚ ବୋତଲ ଭାଙ୍ଗି ରୁଦ୍ରଙ୍କୁ ଆକ୍ରମଣ କରିଥିଲା। ଫଳରେ ରୁଦ୍ରଙ୍କ ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପଡ଼ୋଶୀମାନେ ଘେରିଯାଇ ଜଗନକୁ କାବୁ କରିଥିଲେ, ତେବେ ସହଯୋଗୀ ଖସିଯାଇଥିଲା। ଖବରପାଇ ମଞ୍ଚେଶ୍ବର ଥାନା ପୁଲିସ ପହଞ୍ଚି ଆହତ ରୁଦ୍ରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇବା ସହ ଜଗନକୁ ଥାନାକୁ ଆଣିଥିଲା। ଏନେଇ ରୁଦ୍ର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଆଜି ଜଗନକୁ କୋର୍ଟ ଚାଲାଣ କରିଛି। ସହଯୋଗୀକୁ ଗିରଫ ପାଇଁ ତନାଘନା ଜାରି ରଖିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button