ଅପରାଧ

ବର୍ଷାପାଣିରୁ ନିଜକୁ ରକ୍ଷା କରିବା ପାଇଁ ଯାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ବସ ଚାଳକ – bajravana

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଗଢ଼ଚିରୋଲିର ଅହେରି ଆଗ୍ରାରୁ ଜଣେ ବସ ଚାଳକଙ୍କ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଭାଇରାଲ ହେବାପରେ ଏସଟି ବିଭାଗ ସମେତ ବସ ଚାଳକଙ୍କୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଏସଟି ବସ ଛାତରେ ଛିଦ୍ର ଥିଲା। ଏଭଳି ପରିସ୍ଥିତିରେ ଯେତେବେଳେ ଚାଳକ ବସ ଚଲାଇ ଥାଆନ୍ତି, ତାଙ୍କ ଉପରେ ବର୍ଷା ପାଣି ପଡ଼ିଥାଏ। ତେଣୁ ବାଧ୍ୟ ହୋଇ ବର୍ଷା ପାଣିରୁ ରକ୍ଷା ପାଇବା ପାଇଁ ଚାଳକ ବସ ଚଲାଉଥିବା ସମୟରେ ଛତାର ବ୍ୟବହାର କରିଥିଲେ। ସେ ଗୋଟିଏ ହାତରେ ଛତା ଧରିଥିବା ବେଳେ ଆର ହାତରେ ଷ୍ଟିଅରିଂ ସମ୍ଭାଳୁଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

 

ତେବେ ଗୋଟିଏ ହାତରେ ଷ୍ଟିଅରଂ ଧରି ବସ ଚଲାଇବା ଦ୍ବାରା ଚାଳକଙ୍କ ଜୀବନ ପ୍ରତି ବିପଦ ରହିବା ସହିତ ଏହି ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଜୀବନ ପ୍ରତି ବି ବିପଦ ରହିଛି। କାରଣ ଏଭଳି ଅବସ୍ଥାରେ ଚାଳକ ବସ ଚଲାଇବା ଦ୍ବାରା କୌଣସି ମୁହୂର୍ତ୍ତରେ ସନ୍ତୁଳନ ବିଗିଡ଼ିପାରେ। ଯଦ୍ବାରା ଦୁର୍ଘଟଣା ଘଟିବାର ଅନେକ ସମ୍ଭାବନା ରହିଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button