ଦେଶ ବିଦେଶ

କାଲି ଚନ୍ଦ୍ରପୃଷ୍ଠରେ ଟି-୨୦ ମୁକାବିଲା – bajravana

[ad_1]

ବାଙ୍ଗାଲୁରୁ: ୨୦୨୩ ଅଗଷ୍ଟ ୨୩ ଅର୍ଥାତ୍ ଆସନ୍ତାକାଲି ଇସ୍ରୋ ଚନ୍ଦ୍ରପୃଷ୍ଠରେ ଟି-୨୦ ମୁକାବିଲାରେ ଇତିହାସ ରଚିବା ପାଇଁ ପ୍ରସ୍ତୁତ ରହିଛି । ଚନ୍ଦ୍ରପୃଷ୍ଠରେ ୨୦ ମିନିଟରେ ଏମିତି ଏକ ସ୍ଥିତି ଆସିବ ଯାହାକି ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ସେଥିପାଇଁ ଏହାକୁ ଟି-୨୦ ମ୍ୟାଚ୍ କୁହାଯାଉଛି । କାଲି ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରାୟନ-୩ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଭାବେ ଅବତରଣ କରିବ । ଭାରତର ଚନ୍ଦ୍ରବିଜୟୀ ଅଭିଯାନ ସମଗ୍ର ବିଶ୍ୱ ସିଧାପ୍ରସାରଣ ଦେଖିବ ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧବନ ସ୍ପେଶ ସେଣ୍ଟରରୁ ଲଞ୍ଚ ହେବା ପରେ ମାର୍କ-୩ ଜରିଆରେ ଚନ୍ଦ୍ରାୟନ-୩ ଅର୍ବିଟରେ ପହଞ୍ଚିଥିଲା । ଅଗଷ୍ଟ ୧ରେ ଏହା ଚନ୍ଦ୍ରପୃଷ୍ଠ ଆଡ଼କୁ ୩.୮୪ କିମି ଯାତ୍ରା ଆରମ୍ଭ କରିଥିଲା । ଅଗଷ୍ଟ ୫ରେ ଚନ୍ଦ୍ରକକ୍ଷରେ ପ୍ରବେଶ କରିଥିଲା । ଏହି ସମୟରେ ତାହା ଚନ୍ଦ୍ର ଆଡ଼କୁ ଅଗ୍ରସର ହୋଇ ଚାଲିଥିଲା । ଅଗଷ୍ଟ ୧୭ରେ ଚନ୍ଦ୍ରାୟନ-୩ ପ୍ରୋପଲସନ ମଡ୍ୟୁଲ ଏବଂ ଲେଣ୍ଡର ମଡ୍ୟୁଲ ଅଲଗା ହୋଇଯାଇଥିଲା । ଲେଣ୍ଡର ମଡ୍ୟୁଲ ବିକ୍ରମ ଓ ରୋବର ପ୍ରଜ୍ଞାନକୁ ନେଇ ଚନ୍ଦ୍ର ଆଡ଼କୁ ଏକାକି ବଢ଼ିବାକୁ ଲାଗିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button