ଫିଡେ ବିଶ୍ବକପ୍ ଫାଇନାଲ୍ରେ ପ୍ରଜ୍ଞାନନ୍ଦ – bajravana
[ad_1]
ବକୁ: ଭାରତର ଯୁବ ଚେସ୍ ଖେଳାଳି ତଥା ଗ୍ରାଣ୍ଡମାଷ୍ଟର୍ ଆର୍ ପ୍ରଜ୍ଞାନନ୍ଦ ଫିଡେ ବିଶ୍ବକପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଜରବୈଜାନ୍ର ବକୁରେ ଚାଲିଥିବା ଏହି ପ୍ରତିଯୋଗିତାର ସେମିଫାଇନାଲ୍ରେ ସୋମବାର ପ୍ରଜ୍ଞାନନ୍ଦ ଟାଇବ୍ରେକରରେ ୩.୫-୨.୫ ସ୍କୋରରେ ଆମେରିକାର ଫାବିଆନୋ କରୁଆନାଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ୍ରେ ପ୍ରଜ୍ଞାନନ୍ଦଙ୍କ ମୁକାବିଲା ବିଶ୍ବ ୧ ନମ୍ବର ନରୱେର ମାଗ୍ନସ୍ କାର୍ଲସେନ୍ଙ୍କ ସହିତ ହେବ। ସେମିଫାଇନାଲ୍ ମୁକାବିଲାରେ ଶନିବାର ଓ ରବିବାର ଖେଳାଯାଇଥିବା ଦୁଇଟି ଗେମ୍ ଅମୀମାଂସିତ ରହିଥିଲା।
ସୋମବାର ଦୁଇଟି ରାପିଡ୍ ଗେମ୍ ଅମୀମାଂସିତ ରହିବା ପରେ ଟାଇବ୍ରେକରର ପ୍ରଜ୍ଞାନନ୍ଦ ୧-୦ରେ ଜିତିଯିବାରୁ ତାଙ୍କ ସମ୍ଭାବନା ବଢ଼ିଯାଇଥିଲା। ଚତୁର୍ଥ ରୢାପିଡ୍ ଗେମ୍ରେ ପ୍ରଜ୍ଞାନନ୍ଦ ଏବଂ ଫାବିଆନୋ ପଏଣ୍ଟ ବାଣ୍ଟିନେବାରୁ ଭାରତୀୟ ଗ୍ରାଣ୍ଡମାଷ୍ଟରଙ୍କ ଫାଇନାଲ୍ ପ୍ରବେଶ ନିଶ୍ଚିତ ହୋଇଥିଲା। ଏହାଫଳରେ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ୍ ଆନନ୍ଦଙ୍କ ପରେ ପ୍ରଜ୍ଞାନନ୍ଦ ଦ୍ବିତୀୟ ଭାରତୀୟ ଭାବେ ଚେସ୍ ବିଶ୍ବକପ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏଥି ସହିତ ମଧ୍ୟ ସେ କ୍ୟାଣ୍ଡିଡେଟ୍ସ ୨୦୨୪ ପ୍ରତିଯୋଗିତା ଯୋଗ୍ୟତା ଅର୍ଜନ କରି ସର୍ବକନିଷ୍ଠ ବିଶ୍ବ ବିଜେତା ହେବାର ସମ୍ଭାବନା ସୃଷ୍ଟି କରିଛନ୍ତି।
[ad_2]