ଧରାପଡ଼ିଲା ବହୁ ପରିମାଣର ଦେଶୀ ମଦ ଓ ମହୁଲପୋଚ, ୭ ଅଭିଯୁକ୍ତ କୋର୍ଟଚାଲାଣ – bajravana
[ad_1]
୯୭୩ ଲିଟର ଦେଶୀ ମଦ, ୨୨ କ୍ବିଣ୍ଟାଲ ମହୁଲ ପୋଚ ଜବତ
ରାଉରକେଲା: ବନ୍ଧମୁଣ୍ଡା ଓ ବିଶ୍ରା ପୁଲିସ୍ ଥାନା ଅଞ୍ଚଳରେ ବେଧଡ଼କ ଚାଲିଥିଲା ଦେଶୀ ମଦ ବେପାର। ଦୀର୍ଘଦିନ ହେଲା ସଂପୂର୍ଣ୍ଣ ଅନୈତିକଭାବେ ମଦ ପ୍ରସ୍ତୁତ କରାଯାଉଥିଲା। ବିଳମ୍ବ ହେଉ ପଛେ ଶେଷରେ ଅବକାରୀ ପୁଲିସ ଏଠାରେ ଅତର୍କିତ ଚଢ଼ଉ କରିଛି। ଦେଶୀ ମଦ ପ୍ରସ୍ତୁତ ଓ ଚାଲାଣ କରୁଥିବାବେଳେ ୭ ଜଣଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କୁକୁଡ଼ାର ଚମ୍ପୁ ଖାଲଖୋ(୪୫), ବଲଜିତ ଗୁଡ଼ିଆ(୩୨), ଚିପୁ ଓରାମ(୪୫), ଦୂର୍ଗାବତୀ ଲାକ୍ରା(୪୦) ଆର୍ଏସ୍ କଲୋନିର ଜ୍ୟୋତି କେର୍କେଟା(୪୨), ବାଙ୍ଗୁରକେଲାର ସରସ୍ବତୀ ମୁଣ୍ଡାରୀ(୩୫) ଓ ଠାକୁରଦାସ ମୁଣ୍ଡାରୀ(୨୯)। ଅଭିଯୁକ୍ତଙ୍କ ପାଖରୁ ୯୭୩ ଲିଟର ଦେଶୀ ମଦ, ୨୨ କ୍ବିଣ୍ଟାଲ ମହୁଲ ପୋଚ ଓ ଦେଶୀ ମଦ ଚାଲାଣରେ ବ୍ୟବହୃତ ଏକ ଅଟୋ ଜବତ ହୋଇଛି।
ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୁକୁଡ଼ା, ଆର୍ଏସ୍ କଲୋନି, କୁକୁଡ଼ା ଏବଂ ବିଶ୍ରା ଥାନା ଅନ୍ତର୍ଗତ ବାଙ୍ଗୁରକେଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ବେପାରି ମାତିଛନ୍ତି। ପୂର୍ବରୁ ଚୋରାରେ ମହୁଲ ଫୁଲ କିଣି ଗଚ୍ଛିତ ରଖିଥିବାବେଳେ ତାକୁ ଲୁଚାଛପା ଦେଶୀ ମଦ ପ୍ରସ୍ତୁତ କରୁଛନ୍ତି। ଉକ୍ତ ଦେଶୀ ମଦକୁ କୌଶଳକ୍ରମେ ବାଇକ୍, ଅଟୋ, କାର୍ ଆଦି ଯାନବାହନରେ ରାଉରକେଲା ଭିତରକୁ ଚାଲାଣ କରାଯାଉଛି। ଏନେଇ ଗୁପ୍ତ ସୂଚନା ପାଇ ଆଜି ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଏକ ଦଳ ଚଢ଼ଉକରି ଘଟଣାସ୍ଥଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଚଢ଼ଉବେଳେ ଅବକାରୀ ସବ୍ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ମାନସ ରଞ୍ଜନ ମୁଣ୍ଡା, ଏଏସ୍ଆଇ ସୁନୀତା କେର୍କେଟା, ବିଜୟ ଜେନା, ଲକ୍ଷ୍ମୀ ପଣ୍ଡା, କନଷ୍ଟେବଲ ସପନ ସାହୁ, ବିକାଶ ସାହୁ, ନବୀନ ଭୂୟାଁ, ସୂର୍ଯ୍ୟକାନ୍ତ ସ୍ବାଇଁ, ରେଣୁ କିରୋ, ବାବୁଲୁ ସ୍ବାଇଁ, ସୁକାନ୍ତ ଅମାତ, ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ ପ୍ରମୁଖ ସାମିଲ ଥିଲେ।
[ad_2]