ଦେଶ ବିଦେଶ

କେନ୍ଦ୍ର ବଜେଟ ୨୦୨୫ : ମେଡିକାଲ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ବଢିବ ୭୫ ହଜାର ମେଡିକାଲ ସିଟ୍

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଏଥିରେ ସେ କୃଷକ, ମହିଳା, ଯୁବଗୋଷ୍ଠୀଙ୍କୁ ଗୁରୁତ୍ବ ଦେବା ସହ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି ।

୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି ଘଟିଛି । ସବୁ ଜିଲ୍ଲା ହସ୍ପିଟାଲ୍‌ରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ । ଆବଶ୍ୟକ ଡାକ୍ତର ରହିବେ । ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ୍ ବଢାଯିବ ।

ଏଆଇ ସେଣ୍ଟରକୁ ପ୍ରୋତ୍ସାହନ ଦେବା ପାଇଁ ୫୦୦ କୋଟି ଆବଣ୍ଟନ କରାଯାଇଛି ।  ୨୦୧୬ ପରେ ଆରମ୍ଭ ହୋଇଥିବା ଆଇଆଇଟିର କ୍ଷମତାକୁ ସମ୍ପ୍ରସାରଣ କରାଯାଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସୁବିଧା ଯୋଗାଇ ଦିଆଯିବ । ସେହିପରି ଆଇଆଇଟି ପାଟନାରେ ଭିତ୍ତିଭୂମିର ସମ୍ପ୍ରସାରଣ କରାଯିବ, ଯେଉଁଥିରେ ହଷ୍ଟେଲ ସୁବିଧା ମଧ୍ୟ ସାମିଲ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button