ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା କେଉଁ ଖରାଦିନିଆ ଫଳ ଆମ ଶରୀରକୁ ସତେଜ ରଖେ ?

ଆସନ୍ତୁ ଜାଣିବା କେଉଁ ଖରାଦିନିଆ ଫଳ ଆମ ଶରୀରକୁ ସତେଜ ରଖେ ?

***** ଲିସାରାଣୀ କର *****

ବରୀ ବ୍ଲକ, ଯାଜପୁର,ଓଡିଶା

ଆମ୍ବ:-

ଆମ୍ବରେ ପ୍ରଚୁର ପରିମାଣରେ ଫାଇବର, ଲୌହ, ସଲଫର, ଭିଟାମିନ ଏ, ସି, କ୍ୟାଲସିୟମ, ଫସଫରସ ଭଳି ମିନେରଲସ ରହିଛି । ଆମ୍ବରେ ରହୁଥିବା ଭିଟାମିନ ଏ ଏବଂ ଫାଇବରର ଗୁଣ ଶରୀର ରେ କୋଲେଷ୍ଟଲର ମାତ୍ରା କୁ କମ କରି ଥାଏ । ପୋଟାସିଅମ ହୃଦସ୍ପନ୍ଦନ ଓ ରକ୍ତଚାପ କୁ ନିୟନ୍ତ୍ରଣ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

ଲିଚୁ:-

ଲିଚୁରେ ପ୍ରଚୁର ମାତ୍ରାରେ ପ୍ରୋଟିନ, ସାଇଟ୍ରକ ଏସିଡ, ଫସଫରସ ଏବଂ ଲୌହ ରହିଛି । ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଭିଟାମିନ ହାଡ କୁ ମଜବୁତ କରିବା ସହ ଶରୀର କୁ କ୍ୟାନ୍ସର, ହୃଦରୋଗ ଭଳି ବିଭିନ୍ନ ରୋଗରୁ ରକ୍ଷା କରେ । ଏହା ତ୍ୱଚା କୁ ସୁସ୍ଥ ରଖେ । ପିଲାଙ୍କ ଶରୀରକୁ ମଧ୍ୟ ବିକାଶ କରେ ।

 

ତାଳ:-

ଭିଟାମିନ ଏ ,ସି, ଏବଂ ବି ତାଳରେ ପ୍ରଚୁର ମାତ୍ରାରେ ଭରପୁର ରହିଛି । ଏହା ସହ ପୋଟାସିଅମ ,କ୍ୟାଲସିୟମ, ଏବଂ ଫସଫରସ ଭଳି ଖଣିଜ ପଦାର୍ଥ ଏଥିରେ ରହିଛି । ଯାହା ଶରୀରକୁ ଥଣ୍ଡା ରଖିବା ସହ ପର୍ଯ୍ୟାପ୍ତ ମାତ୍ରାରେ ଜଳୀୟ ଅଂଶ ଯୋଗାଏ । ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଏ ।

ପଣସ:-

ପଣସରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଛି । ଯାହା ଶରୀରକୁ ସମସ୍ତ ପ୍ରକାରର ସଂକ୍ରାମକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏଥିରେ ଥିବା ଫାଇବର ପେଟକୁ ସଫା ରଖେ । ଏତଦ୍ବ୍ୟତୀତ ପଣସରେ ପ୍ରଚୁର ମାତ୍ରାରେ ପୋଟାସିଉମ ,ମାଗନେସିଅମ,ମାଙ୍ଗାନିଜ ଏବଂ ଲୌହ ରହିଛି । ଏହା ରକ୍ତଚାପ କୁ ନିୟନ୍ତ୍ରଣ କରେ ।

Related Articles

Leave a Reply

Your email address will not be published. Required fields are marked *

Back to top button