ଲଞ୍ଚ ହୋଇଛି Kia Syros, ୩ ଜାନୁଆରୀରୁ ଗ୍ରାହକମାନେ କରିବେ ବୁକିଂ
Kia ଭାରତରେ ଅପଡେଟ୍ କମ୍ପାକ୍ଟ SUV Kia Syros ଲଞ୍ଚ କରିଛି । ବଡ଼ ହେଡଲ୍ୟାମ୍ପ ଏବଂ ବକ୍ସି ଡିଜାଇନ୍ ସହିତ ଏହି SUV Sonet ଉପରେ ଏବଂ Seltos ତଳେ ଏକ ମଡେଲ ଭାବରେ ଦେଖାଯାଏ । ଏହି ଡଜାଇନ୍ ବସ୍ତେବରେ ୟୁନିକ୍ ହୋଇଛି । ଭାରତରେ ଏହାର ବୁକିଂ ଜାନୁଆରୀ ୩ ରୁ ଆରମ୍ଭ ହେବ ଏବଂ ଏହାର ଡେଲିଭରୀ ଫେବୃଆରୀ ୨୫, ୨୦୨୫ ରୁ ଗ୍ରାହକଙ୍କ ନିକଟରେ ପହଞ୍ଚିବ ।
ନୂଆ Syros ନିଜ ପାଇଁ ଏକ ଖାସ୍ ଜାଗା ତିଆରି କରିବା ଏବଂ କ୍ରେତାମାନଙ୍କୁ ୟୁନିକ୍ ଡିଜାଇନ୍ ଲାଙ୍ଗୁଏଜ୍ ପ୍ରଦାନ କରିବାକୁ ଲକ୍ଷ ରଖିଛି । ଆପଣଙ୍କୁ କହିବୁ ଯେ SUV ର ପ୍ରାଇସ୍ ପ୍ରକାଶ ହୋଇନାହିଁ । ଏହା ପୂର୍ବରୁ ଭାରତରେ ସେଲ ହେଉଥିବା ଅନ୍ୟ crossover SUV ଠାରୁ ଭିନ୍ନ ହୋଇଛି । Syros ର ବେଟର ଡିଜାଇନ୍ ଏବଂ ଫିଚର-ଲୋଡେଡ୍ ଏକ୍ସପେରିଏନ୍ସ, ଟେକ୍-ଲୋଡେଡ୍ ପରସ୍ନାଲିଟି, ରିଡିଫାଇନ୍ ସେଫ୍ଟି ଏବଂ ଏକ ପ୍ରିମିୟମ ଅପିଲ୍ ଅଫର କରିବାକୁ ଲକ୍ଷ ରଖିଛି ।
ଏହି ନୂଆ crossover SUV ବହୁତ ସୁନ୍ଦର ଦେଖାଯାଏ । ଏହା ଏକ ହରିଜେଣ୍ଟାଲ୍ ପ୍ଲେସ୍ LED headlight ସେଟଅପ୍ ମଧ୍ୟ ଅଫର କରିଥାଏ ଯାହାକି ବଡ଼ LED DRLs ଦ୍ବାରା ଘେରି ରହିଥାଏ । ନିମ୍ନ ଗ୍ରିଲରେ ADAS ପାଇଁ ଏକ ରାଡାର୍ ମଡ୍ୟୁଲ୍ ମଧ୍ୟ ଅଫର କରାଯାଇଥାଏ ।
ପାୱାରଟ୍ରେନ୍ :
Sonet ଏବଂ Seltos ପରି Syros ନ୍ୟାଚୁରାଲି ଏସ୍ପିରେଟେଡ୍ ପେଟ୍ରୋଲ ଇଞ୍ଜିନ୍ ସହିତ ଉପଲବ୍ଧ ନୂହେଁ । କମ୍ପାନୀ ୧-ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ,ବଂ ୧.୫ ଲିଟର ଡିଜେଲ ଇଞ୍ଜିନ୍ ଅଫର କରେ । Syros ଦ୍ବାରା ପ୍ରଦାନ କରାଯାଇଥିବା ଦୁଇଟି ଇଞ୍ଜିନର ବିଷୟରେ ଜାଣନ୍ତୁ ।
୧.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ଯାହା ୧୨୦PS ର ମ୍ୟାକ୍ସିମମ୍ ପାୱାର ୧୭୨Nm ର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହି ଇଞ୍ଜିନକୁ ୬-ସ୍ପିଡ୍ ମାନୁଆଲ୍ ଯଥା ୭-ସ୍ପିଡ୍ DCT ଡ୍ରାନ୍ସମିସନ୍ ସହିତ ଯୋଡା ଯାଇଛି । ୧.୫ ଲିଟର ଡିଜେଲ ଇଞ୍ଜିନ୍ ଯାହା ୧୧୬PS ର ସର୍ବାଧିକ ପାୱାର ଏବଂ ୨୫୦Nm ର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହି ଇଞ୍ଜିନକୁ ୬-ସ୍ପିଡ୍ ମାନୁଆଲ କିମ୍ବା ୬-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ ଯୋଡି ହୋଇଛି ।