ଦେଶ ବିଦେଶ

ଏମିତି କଣ କଲେ ଝିଅ ନିଜେ ଆସି ତୁମକୁ ପ୍ରପୋଜ କରିବ, ଜାଣନ୍ତୁ ୬ ଟି ଲଭ ଟ୍ରିକ

ଜୀବନରେ ସବୁ ପୁଅ ଚାହାଁନ୍ତି କୌଣସି ଝିଅ କେବେ ତାଙ୍କୁ ପ୍ରପୋଜ କରିବ । ହେଲେ ଏହା ସମ୍ଭବ ହୋଇ ପାରେ ନାହିଁ । ବନ୍ଧୁଗଣ ଆପଣଙ୍କ ଏହି ସମସ୍ୟାର ସମାଧାନ ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କୁ ଏପରି ୬ଟି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କୁ କୌଣସି ଝିଅ କେବେ ନା କେବେ ନିଶ୍ଚୟ ପ୍ରପୋଜ କରିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. Be Your Self

ବନ୍ଧୁଗଣ ଆପଣ ଯେମିତି ଦେଖାଯାନ୍ତି ସେମିତି ରହିବା ଉଚିତ । ଏମିତି କେବେ ନିଜ ମନ ମଧ୍ୟରେ ଭାବିବେ ନାହିଁ ଯେ ଆପଣଙ୍କ ଚେହେରା ଖରାପ ବା ଆକର୍ଷିତ ନୁହେଁ, ଯାହା ଫଳରେ ଝିଅ ମାନେ ଆପଣଙ୍କୁ ପ୍ରପୋଜ କରୁନାହାନ୍ତି । ଆପଣ ନିଜ ପ୍ରତି ପୂର୍ଣ୍ଣ କନ୍ଫିଡେନ୍ସ ରଖନ୍ତୁ । ଆପଣ ନିଜ ସ୍ଵଭାବକୁ ବଦଳାଇବେ ନାହିଁ ହେଲେ ନିଜ ଷ୍ଟାଇଲକୁ ଟିକେ ବଦଳାଇ ପାରିବେ । ଏହା ଦ୍ଵାରା ଆପଣଙ୍କ କନ୍ଫିଡେନ୍ସ ବଢିଯିବ । ହେଲେ ଏହି ଷ୍ଟାଇଲକୁ ଆପଣ କାହା ଠାରୁ କପି କରିବେ ନାହିଁ ।

୨. Personality

ନିଜ ପର୍ଶନାଲିଟିକୁ ଭଲ ରଖିବା ନିହାତି ଆବଶ୍ୟକ ହୋଇଥାଏ । ବହୁତ ଝିଅ ପୁଅ ମାନଙ୍କ ପର୍ଶନାଲିଟିକୁ ଦେଖି ପସନ୍ଦ କରିଥାନ୍ତି । ତେଣୁ ଆପଣ ନିଜ ପର୍ଶନାଲିଟିକୁ ବହୁତ ଭଲ ରଖିବା ନିହାତି ଆବଶ୍ୟକ । ମଣିଷ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ଯଦି ତାର ପର୍ଶନାଲିଟି ଭଲ ନଥିବ ତା ହେଲେ ତାକୁ କୌଣସି ଲୋକ ପସନ୍ଦ କରିବେ ନାହିଁ, ତେଣୁ ଆପଣ ଏହା ପ୍ରତି ଧ୍ୟାନ ଦିଅନ୍ତୁ ।

୩. ଝିଅ ବିଷୟରେ ଯେତେ ପାରୁଛ ସେତେ ଜାଣ

ଅଧିକାଂଶ ପିଲା ଝିଅ ବିଷୟରେ କୌଣସି କଥା ଜାଣି ନଥାନ୍ତି । ହେଲେ ଏହା ବହୁତ ଆବଶ୍ୟକ ହୋଇଥାଏ । ଆପଣ ଯେଉଁ ଝିଅକୁ ନିଜ ମନ ମଧ୍ୟରେ ଭଲ ପାଉଛନ୍ତି, ସେହି ଝିଅର ପସନ୍ଦ ଓ ନା ପସନ୍ଦ ବିଷୟରେ ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ । ରିଲେସନ ପାଇଁ ଏହା ଆବଶ୍ୟକ ହୋଇଥାଏ ।

୪. ତାଙ୍କ ଫ୍ରେଣ୍ଡ ମାନଙ୍କ ସହ ଫ୍ରେଣ୍ଡସିପ କର

 

ଝିଅକୁ ପାଇବାକୁ ହେଲେ ଝିଅର ବେସ୍ଟଫ୍ରେଣ୍ଡ ସହ ସାଙ୍ଗ ହେବା ନିହାତି ଆବଶ୍ୟକ । ଆପଣଙ୍କ ପାଇଁ ଏହା ବହୁତ ଲାଭଦାୟକ ରହିବ । ଝିଅର ସାଙ୍ଗ ଆପଣଙ୍କୁ ଝିଅ ବିଷୟରେ ସମସ୍ତ କଥା କହିଦେବେ । ଯାହା ଫଳରେ ଆପଣଙ୍କୁ ବହୁତ ସହଜ ହେବ ଝିଅ ମନରେ ସ୍ଥାନ ବନେଇବା ପାଇଁ । ଏହା ସହିତ ଝିଅର ସାଙ୍ଗ ଆପଣଙ୍କ ପ୍ରେମର ସଫଳତା ପାଇଁ ମଧ୍ୟ ବହୁତ ସହଯୋଗ କରିବ ।

୫. ଝିଅ ସହ ଏକା ରହିବା ପାଇଁ ଚେଷ୍ଟା କର

ଯଦି ଆପଣ ନିଜର କୌଣସି ଝିଅ ସାଙ୍ଗକୁ ଭଲ ପାଉଛନ୍ତି ତା ହେଲେ ସେହି ଝିଅ ସହ କିଛି ସମୟ ଏକାନ୍ତରେ ବିତାଇବା ପାଇଁ ଚେଷ୍ଟା କରନ୍ତୁ । କାରଣ ଯେଉଁ କଥା ଆପଣ ନିଜ ଗୃପରେ ରହି କହିପାରିବେ ନାହିଁ ସେହି କଥା ଆପଣ ଏକା ଥିବା ସମୟରେ କହିପାରିବେ । ଏହା ଦ୍ଵାରା ଝିଅ ମଧ୍ୟ ଆପଣଙ୍କ ବିଷୟରେ ଅଧିକ ଜାଣିପାରିବ ଓ ଆପଣ ଏକା ଥିବା ସମୟରେ ଝିଅକୁ ଇମ୍ପ୍ରେସ ମଧ୍ୟ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button