ଦେଶ ବିଦେଶ

ଏବେ ସାଣ୍ଟା କ୍ଲଜ୍ ଭଏସରେ ଆପଣଙ୍କ ସହ କଥା ହେବ ChatGPT

OpenAI ଏବେ ChatGPT ପାଇଁ ଏକ holiday-ଥିମ୍ ଭଏସ୍ ଫିଚର୍ ଉପସ୍ଥାପନ କରିଛି । ଯାହାକି ୟୁଜର୍ସଙ୍କୁ ଡିସେମ୍ବର ମାସରେ AI- ପାୱାର୍ଡ ସାଣ୍ଟା କ୍ଲଜ୍ ସହିତ ଯୋଗାଯୋଗ କରିବାକୁ ଅନୁମତି ଦେଇଥାଏ । ଖ୍ରୀଷ୍ଟମାସର କିଛି ଦିନ ପୂର୍ବରୁ ନୂଆ “ସାଣ୍ଟା ମୋଡ୍” ChatGPTର ଭଏସ୍ ମୋଡ୍ କୁ ଏକ ମଜାଳିଆ ଟ୍ଵିଷ୍ଟ ଦେଇଛି । ଏହି ଫିଚର୍ ଆଜିଠାରୁ ଉପଲବ୍ଧ ହେଇଛି ।

ସ୍ନୋ-ଫ୍ଲେକ ଆଇକନ୍ ଉପର କ୍ଲିକ୍ କରି ଆପଣ ଏହି ଫିଚର୍ ବ୍ୟବହାର କରିପାରିବେ । ହୋଲି ଡେ’ ସିଜିନରେ ଆପଣ ସାଣ୍ଟା କ୍ଳଜ୍ ଭଏସରେ AI ସହ କଥା ହୋଇପାରିବେ । OpenAI ର “12 Days of OpenAI” ଇଭେଣ୍ଟର ଏକ ଅଂଶ ଭାବରେ ସାଣ୍ଟା ମୋଡ୍ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସହିତ ଆସିଛି ଯାହା ହେଉଛି ରିଅଲ୍ ଟାଇମ୍ ଭିଡିଓ ବୁଝିବାର କ୍ଷମତା । ୟୁଜର୍ସମାନେ ବର୍ତ୍ତମାନ ଚାଟ୍ ଜିପିଟି ସହିତ ଭିଡିଓ ବାର୍ତ୍ତାଳାପ କରିପାରିବେ ।

ସାଣ୍ଟା ପର୍ସୋନା ଏବଂ ଅନ୍ୟମାନଙ୍କ ସହିତ ରିଅଲ-ଟାଇମରେ ପରିବାର ସହିତ ଦେଖିବା ଏବଂ ଯୋଗାଯୋଗ କରିବାରେ ସକ୍ଷମ ହେବେ । ଫେଷ୍ଟିଭାଲ୍ ଫିଚର୍ ପାଇଁ କମ୍ପାନୀ ନିର୍ଦ୍ଦିଷ୍ଟ ଲିମିଟେସନ୍ସ କାର୍ଯ୍ୟକାରୀ କରିଛି । ସାଣ୍ଟାଙ୍କ ସହ କନଭର୍ସେସନ୍ ଚାଟରେ ହିଷ୍ଟ୍ରିରେ ସେଭ୍ ହେବ ନାହିଁ । OpenAI ସମସ୍ତ ୟୁଜରମାନଙ୍କ ପାଇଁ ସାଣ୍ଟା ଏକ୍ସପେରିଏନ୍ସକୁ ଉପଲବ୍ଧ କରାଉଛି ।

ଏପରିକି ଆଡଭାନ୍ସଡ୍ ଭଏସ୍ ମୋଡ୍ ବ୍ୟବହାର ୟୁସେଜ୍ ରିସେଟ୍ କରି ସମସ୍ତେ ଫେଷ୍ଟିଭାଲ ଫିଚର୍ସକୁ ଉପଭୋଗ କରିପାରିବେ । ଜାନୁଆରୀ ଆରମ୍ଭ ପର୍ଯ୍ୟନ୍ତ ଏହି ମୋଡ୍ ଉପଲବ୍ଧ ହେବ । ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍, ଚାଟ୍ ଜିପିଟି ୱେବସାଇଟ୍ ଏବଂ ୱିଣ୍ଡୋଜ୍ ଏବଂ MacOS ଡେସ୍କଟପ୍ ଆପଗୁଡ଼ିକରେ ସାଣ୍ଟା ମୋଡ୍ ବିଶ୍ୱବ୍ୟାପି ଉପଲବ୍ଧ ହେବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button