ମୁଁ ଜଣେ ମଣିଷ,ମୂର୍ତ୍ତି ନୁହେଁ; ଏପରି କାହିଁକି କହିଲେ ବିଗ୍ ବସ୍ ୧୮ର ରଜତ ଦଲାଲ
ମୁମ୍ବାଇ: ପ୍ରଶ୍ନ ଘେରରେ ବାନ୍ଧି ହେଲେ ବିଗ୍ ବସ୍ ୧୮ର ପ୍ରତିଯୋଗୀ । ଘର ବାହାରେ କରାଯାଇଥିବା ଅଭିଯୋଗ ସମ୍ପର୍କରେ ରଜତ ଦଲାଲଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ରଜତ ଏହା ଉପରେ ନିଜର ପକ୍ଷ ରଖିଛନ୍ତି ।
ଟିଭି ଦୁୁନିିଆର ସବୁଠାରୁ ବିବାଦୀୟ ସୋ ‘ବିଗ୍ ବସ୍’କୁ ହିଟ୍ କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି ନିର୍ମାତା । ସେହିପରି ଏବେ କିଛି ଝଲକ ଦେଖିବାକୁ ମିଳିଛି । ଆଜିକାଲି, ବିଗ୍ ବସ୍ ୧୮ରେ ନିର୍ଦ୍ଦେଶକ ଏବଂ ସାମ୍ବାଦିକମାନେ ପ୍ରତିଯୋଗୀଙ୍କ ସହ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ହୋଇଛନ୍ତି । ଏହାରି ଭିତରେ ସାମ୍ବାଦିକ ସୌରଭ ଦ୍ୱିବେଦୀଙ୍କ ସହ କଥାହେବା ସମୟରେ ରଜତ ଦଲାଲଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଥିଲା।
ବିଗ୍ ବସ୍ ୧୮, ପ୍ରତିଯୋଗୀ ରଜତ ଦଲାଲଙ୍କୁ କିଛି ପ୍ରଶ୍ନ ପଚରାଉଚରା ପାଇଁ କନଫରେନ୍ସ ରୁମକୁ ଡକାଯାଇଥିଲା । ଏହି ସମୟରେ କରଣଭୀର ମେହେରା ଏବଂ ଚାହତ ପାଣ୍ଡେ କନଫରେନ୍ସ ରୁମରେ ଉପସ୍ଥିତ ଥିଲେ। ସୌରଭ ଦ୍ୱିବେଦୀ ରଜତ ଦଲାଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିଷୟରେ ପ୍ରଶ୍ନ ପଚାରିଥିଲେ । ଅପହରଣ କରିବାର କାରଣ କ’ଣ ଥିଲା ଏହା ଉପରେ ରଜତ ଦଲାଲ ନିଜର ପକ୍ଷ ରଖିଥିଲେ । ରଜତ କହିଥିଲେ ଯେ, ”ମୁଁ ଟଙ୍କା ମାଗି ନାହିଁ କିମ୍ବା ଅନ୍ୟ କୌଣସି ଧମକ ଦେଇ ନାହିଁ । କେବଳ ତାଙ୍କ ଭିଡିଓ ପ୍ରସ୍ତୁତ କରାଯାଇଛି । ଯଦି କେହି ତୁମର ନାଁ ଖରାପ କରନ୍ତି ତେବେ ସେ ଭଲ ଉପାୟରେ ନାଁ ଖରାପ କରନ୍ତି । ମୁଁ ଡ୍ରମ ନୁହେଁ ଯେ ଯିଏ ମୋତେ ବଜେଇକି ଚାଲିଯିବ । ଦେଖନ୍ତୁ ମୁଁ ଜଣେ ମଣିଷ, ମୂର୍ତ୍ତି ନୁହେଁ । ଯିଏ ଥଟ୍ଟା କରେ ତାଙ୍କୁ ବି ବୁଝିବାକୁ ପଡ଼ିବ । ”
ଏହି ସମୟରେ ଫରାହ ଖାନଙ୍କ ବିଷୟରେଏକ ପ୍ରୋମୋ ଭିଡିଓ ମଧ୍ୟ ଜାରି କରାଯାଇଛି । ଏଥିରେ ଫରାହ ଖାନ ତଜିନ୍ଦର ବଗ୍ଗାଙ୍କ କ୍ଲାସ ନେଉଥିବାର ନଜର ଆସିଛନ୍ତି । ଫରାହ କହିଛନ୍ତି, ‘‘ବଗ୍ଗା ଜୀ, ଆଜି ଫରାହଙ୍କ କୋର୍ଟ ଅନୁଷ୍ଠିତ ହେବ। କରଣଭୀରଙ୍କ ମାମୁ ପିଏମଓରେ ବାଥରୁମ ସଫା କରୁଥିବେ । ଏହା ଠିକ୍ ମନ୍ତବ୍ୟ କି ଦୟାକରି ମୋତେ କୁହନ୍ତୁ । ଈଶା ସିଂଙ୍କ ନାମ ନେଇ ଫରାହ ଖାନ କହିଛନ୍ତି, ଈଶା, ଯଦି କରଣ ଆପଣଙ୍କ ମଧ୍ୟରୁ କାହା ପାଇଁ ଏହି ମନ୍ତବ୍ୟ ଦେଇଥାନ୍ତେ, ତେବେ କରଣ ବିରୋଧରେ ପୂରା ଘର ଗୋଟେ ପଟେ ହୋଇଯାଇଥାନ୍ତା । କେବଳ କରଣଙ୍କ ବିଷୟରେ କଥାହେବା, କରଣଙ୍କ ଚୁଗୁଲୀ କରିବାରେ ତୁମେ ବ୍ୟସ୍ତ ରୁହ।’’