ବିବାହ ପୂର୍ବରୁ କରନ୍ତୁ ଏହି ଶୁଭ କାମ, ଦାମ୍ପତ୍ୟ ଜୀବନ ହେବ ସୁଖମୟ
ସନାତନ ଧର୍ମରେ ବିବାହ ଏକ ପବିତ୍ର ବନ୍ଧନ। ଏହି ବନ୍ଧନରେ ବାନ୍ଧି ହେବା ପରେ ବ୍ୟକ୍ତିର ଜୀବନରେ ଏକ ନୂଆ ମୋଡ଼ ଆସିଥାଏ । ଏହା ସହିତ ପରସ୍ପର ପ୍ରତି ଦାୟିତ୍ୱ ମଧ୍ୟ ବଢ଼ିଥାଏ । ଭାରତୀୟ ପରମ୍ପରାରେ ଉଭୟ ଧାର୍ମିକ ଏବଂ ଆଧ୍ୟାତ୍ମିକ ଦିଗରୁ ବିବାହର ବିଶେଷ ଗୁରୁତ୍ୱ ରହିଛି । ତେଣୁ ବିବାହ ପୂର୍ବରୁ କିଛି ଧାର୍ମିକ କାର୍ଯ୍ୟ କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ବିବାହ ପୂର୍ବରୁ କ’ଣ କରିବା ଦ୍ୱାରା ଶୁଭ ହୋଇଥାଏ…
ଗଣେଶଙ୍କ ଉପାସନା: ଭଗବାନ ଗଣେଶଙ୍କୁ ସିଦ୍ଧି ବିନାୟକ ଭାବେ ବିବେଚନା କରାଯାଏ । ବିବାହ ପୂର୍ବରୁ ଗଣେଶଙ୍କୁ ପୂଜା କରିବା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ବାଧା ଏବଂ ସମସ୍ୟା ଦୂର ହୋଇଥାଏ । ଗଣେଶଙ୍କ ଆଳତୀ ଏବଂ ମନ୍ତ୍ର ଜପ କରିବା ବିଶେଷ ଲାଭଦାୟକ ବୋଲି ବିବେଚନା କରାଯାଏ ।
କୁଳ ଦେବତାଙ୍କ ପୂଜା: ଧାର୍ମିକ ବିଶ୍ୱାସ ଅନୁଯାୟୀ, ପ୍ରତ୍ୟେକ ପରିବାରର ନିଜସ୍ୱ କୁଳ ଦେବୀ ବା କୁଳ ଦେବତା ରହିଛନ୍ତି । ବିଶ୍ୱାସ କରାଯାଏ ଯେ ବିବାହ ପୂର୍ବରୁ ମନ୍ଦିରକୁ ଯାଇ କୁଳ ଦେବତାଙ୍କ ପୂଜା କରିବା ଉଚିତ୍ । ଏପରି କରିବା ଦ୍ୱାରା ଭଗବାନ ଖୁସି ହୋଇ ଆଶୀର୍ବାଦ ପ୍ରଦାନ କରନ୍ତି । ତେଣୁ ବିବାହ ପୂର୍ବରୁ ଏହି କାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଶୁଭ କାର୍ଯ୍ୟ ପାଇଁ ଶୁଭ ସମୟ ଚୟନ: କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଶୁଭ ସମୟରେ କରାଯାଇଥିବା ବିବାହ ବୈବାହିକ ଜୀବନରେ ସୁଖ ଏବଂ ଶାନ୍ତି ଆଣିଥାଏ । ଏହା ସହିତ ଘରେ କୌଣସି ଶୁଭ କାମ କରିବା ପୂର୍ବରୁ ଘର ସଫା କରିବା ଏବଂ ଶୁଦ୍ଧ କରିବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଆପଣ ଘରେ ଗଙ୍ଗା ଜଳ ଛିଞ୍ଚି ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରିପାରିବେ ।