ବିଧାନସଭାରେ ପୋଲାଭରମ ତାତି: ଗୃହରେ ଅଚଳାବସ୍ଥା, ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ
ବିଧାନସଭାରେ ପୋଲାଭରମ ତାତି । ଗୃହରେ ଅଚଳାବସ୍ଥା । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ପ୍ରଶ୍ନକାଳ ଆରମ୍ଭରୁ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟଗୋଳ । କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା କରିବାରୁ ଚାଲି ପାରିଲାନି ଗୃହ । ପୋଲାଭରମ ପ୍ରସଙ୍ଗରେ ମୁଲତବୀ ଗ୍ରହଣ ନ ହେବାରୁ କଂଗ୍ରେସର ପ୍ରତିବାଦ କରିଥିଲା । ହୋହାଲ୍ଲା ଯୋଗୁଁ ସାଢେ଼ ୧୧ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଶୂନ୍ୟକାଳ ଆରମ୍ଭରୁ ମଧ୍ୟ ପୁଣି ଦେଖିବାକୁ ମିଳିଥିଲା ହୋହଲ୍ଲା । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ ପ୍ରତିବାଦ କରିଥିଲେ ।
ବିରୋଧୀ ସଦସ୍ୟଙ୍କ ପ୍ରତିବାଦ ପରେ ବାଚସ୍ପତି ଗୃହରେ ବିବୃତ୍ତି ରଖି କହିଥିଲେ, କଂଗ୍ରେସ ବିଧାୟକ ଦଳ ନେତାଙ୍କଠାରୁ ପୋଲାଭରମ ପ୍ରସଙ୍ଗରେ ମୁଲତବୀ ନେଇ ନୋଟିସ ମିଳିଥିଲା । ତାହା ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ପଠାଇ ଦିଆଯାଇଥିଲା । କିନ୍ତୁ ଏହି ଘଟଣା ନ୍ୟାୟାଳୟରେ ବିଚାରାଧୀନ ଅଛି । ବିଧାନସଭା ନିୟମ ଅନୁଯାୟୀ କୋର୍ଟରେ ମାମଲା ଥିବାରୁ ଏହି ପ୍ରସଙ୍ଗରେ ଆଲୋଚନ ହୋଇ ପାରିବନି ବୋଲି ମନ୍ତ୍ରୀ କହିଥିବା ନେଇ ବାଚସ୍ପତି ଗୃହକୁ ଅବଗତ କରାଇଥିଲେ। ତଥାପି ବିରୋଧୀଙ୍କ ପ୍ରତିବାଦ ଜାରି ରହିବାରୁ ଗୃହକୁ ୪ ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ପୋଲାଭରମ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଛନ୍ତି ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ସବୁବେଳେ ଲଢ଼େଇ କରି ଆସିଛି । ଏହା ଆଗକୁ ମଧ୍ୟ ଜାରି ରହିବ। ବିଜେପିର ଉତ୍ତର ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ । ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଥର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ।