ରାଜନୀତି

iପୁଣି ଅସୁସ୍ଥ ହେଲେ ଏକନାଥ ସିନ୍ଦେ, ଗଳାରେ ସଂକ୍ରମଣ, ମହାୟୁତି ନେତାଙ୍କ ବୈଠକ ସ୍ଥଗିତ

ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ମହାୟୁତି ନେତାଙ୍କ ବୈଠକ ଆସନ୍ତାକାଲି ପାଇଁ ସ୍ଥଗିତ ରଖାଯାଇଛି । ସିନ୍ଦେ ରବିବାର ସତାରାରୁ ଫେରିବା ପରେ ଠାଣେରେ ପହଞ୍ଚିଥିଲେ । ଏହାପରେ ସେ ସନ୍ଧ୍ୟାରେ ମୁମ୍ବାଇ ଆସିଥିଲେ ।

ଥଣ୍ଡା ସହ ଜ୍ୱର ହେବା ପରେ ଡାକ୍ତର ସିନ୍ଦେଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସିନ୍ଦେଙ୍କ ଗଳା ସଂକ୍ରମଣ ହୋଇଥିବା କୁହାଯାଉଛି ।

ମହାରାଷ୍ଟ୍ରରେ ମହାୟୁତିର ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଚାଲିଥିବା ଲଢ଼େଇ ମଧ୍ୟରେ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କିଛି ଦିନ ପାଇଁ ଗାଁକୁ ଯାଇଥିଲେ । ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଡିସେମ୍ବର ୫ରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଦେ ଇସ୍ତଫା ଦେବା ପରେ ବର୍ତ୍ତମାନ ସେ ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଫେରିବା ପରେ ସିନ୍ଦେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ସେ ନିଜ ଗାଁ ସତାରା ଚାଲି ଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସିନ୍ଦେ ରବିବାର ସନ୍ଧ୍ୟାରେ ମୁମ୍ବାଇ ଫେରିଥିଲେ । ସିନ୍ଦେ ଅସୁସ୍ଥ ଥିବାରୁ ମହାରାଷ୍ଟ୍ରରେ ସରକାରୀ ପ୍ରକ୍ରିୟା ଆଗକୁ ବଢ଼ୁନାହିଁ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଦେବେନ୍ଦ୍ର ଫଡନାଭିସ୍ ଆଗରେ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button