ଦେଶ ବିଦେଶ
୫ ରାଜ୍ୟର ବିଭିନ୍ନ ସ୍ଥାନରେ ଏନ୍ଆଇଏ ଚଢ଼ାଉ – bajravana
[ad_1]
ନୂଆଦିଲ୍ଲୀ : ୫ ରାଜ୍ୟର ବିଭିନ୍ନ ସ୍ଥାନରେ ଏନ୍ଆଇଏ ଚଢ଼ାଉ କରି ବହୁ ଆପରାଧିକ ସାମଗ୍ରୀ ଜବତ କରିଛି । କେରଳ, ମହାରାଷ୍ଟ୍ର, କର୍ନାଟକ, ପଶ୍ଚିମବଙ୍ଗ ଏବଂ ବିହାରର ୧୪ଟି ସ୍ଥାନରେ ଏକସଙ୍ଗେ ଚଢ଼ାଉ କରାଯାଇଥିଲା । ସେଠାରୁ ଅନେକ ଡିଜିଟାଲ ଉପକରଣ ଏବଂ ଆପରାଧିକ ଦସ୍ତାବିଜ ମିଳିଥିବା ସୂଚନା ମିଳିଛି । କେରଳର କନ୍ନୁର, ମାଲାପୁରମ୍, କର୍ନାଟକର ଦକ୍ଷିଣ କନ୍ନଡ, ମହାରାଷ୍ଟ୍ରର ନାଶିକ ଓ କୋଲ୍ହପୁର, ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ ବିହାରର କଟିହାରରେ ଚଢ଼ାଉ କରାଯାଇଥିଲା । ଆତଙ୍କବାଦ, ହିଂସା ଓ ଉଦ୍ଦେଶ୍ୟପୂର୍ଣ୍ଣ ଧ୍ୱଂସ ସାଧନ ଜରିଆରେ ୨୦୧୭ ସୁଦ୍ଧା ଭାରତରେ ମୁସଲିମ୍ ଖଲିଫା ପ୍ରତିଷ୍ଠା ପାଇଁ ପିଏଫ୍ଆଇ ଓ ଏହାର ଶୀର୍ଷ ନେତାମାନେ ଏକ ସଶସ୍ତ୍ର କ୍ୟାଡର ଓ ସେନା ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି । ଗତବର୍ଷ ଏପ୍ରିଲରେ ଏନ୍ଆଇଏ ପିଏଫ୍ଆଇ ବିରୋଧରେ ମାମଲା ରୁଜୁ କରିବା ସହ ଏହାର କେତେଜଣ ଶୀର୍ଷ ନେତାଙ୍କୁ ଗିରଫ କରିଥିଲା।
[ad_2]