ଓଡିଶା

କଂଚାମାଲ ଅଭାବ କାରଣରୁ ୨୯ଦିନ ହେବ କାଗଜକଳ ବନ୍ଦ – bajravana

[ad_1]

ଜୟପୁର: କାଠ ଭେଣ୍ଡରଙ୍କ ବକେୟା ଥିବା ୫କୋଟିରୁ ଉର୍ଦ୍ଧ୍ବ ଟଙ୍କା କାଗଜକଳ ପରିଚାଳନା କମିଟି ଦେଉ ନାହିଁ। ଏହି ସ୍ଥିତିରେ କଂଚାମାଲ(କାଠ) ଆଉ ଭେଣ୍ଡରମାନେ ଯୋଗାଉ ନାହାନ୍ତି। ଏହି ସ୍ଥିତିରେ ଗତ ଜୁଲାଇ ମାସ ୧୬ତାରିଖରୁ ବନ୍ଦ  ହୋଇ ପଡ଼ିଛି କାଗଜକଳ। ଗତ ୨ବର୍ଷ ତଳେ ଯନ୍ତ୍ରାଂଶ ମରାମତି ନାଁରେ କଳ ଯେଭଳି ବନ୍ଦ ହୋଇଗଲା ସେଭଳି ସ୍ଥିତି ଉପୁଜିବ କି ବୋଲି ଏବେ କର୍ମଚାରୀ ମାନେ ଚିନ୍ତାରେ ପଢ଼ିଛନ୍ତି।

ସୂଚନା ଅନୁଯାୟୀ, ଗତ ୧୬ତାରିଖ ଦିନ ଗାଗାନାପୁରସ୍ଥ କାଗଜକଳରେ କାଠ ସରି ଆସିବାରୁ କାଗଜକଳକୁ ବନ୍ଦ କରିଦେଇଥିଲେ ପରିଚାଳନା କର୍ତ୍ତୃପକ୍ଷ। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ କର୍ମଚାରୀ ମାନେ କାଠ ଆସିବ ପୁଣି କଳ ଚାଳିବ ଏହି ଆଶା ନେଇ ସବୁ ଦିନ ନିଜ ନିଜ ଡ୍ୟୁଟି ସିଫ୍ଟ ଅନୁଯାୟୀ ଯାଇ ଦିନ ତମାମ ସେଭଳି କଳ ପରିସରରେ ବସି ବସି ଘରକୁ ଫେରୁଥିବା କହିଛନ୍ତି କର୍ମଚାରୀ। ଏହାରି ମଧ୍ୟରେ କର୍ମଚାରୀଙ୍କୁ ବି କଂପାନୀ ଗତ ତିନି ମାସ ଅର୍ଥାତ ମେ, ଜୁନ ଓ ଜୁଲାଇର ଦରମା ଏ ପର୍ଯ୍ୟନ୍ତ ଦେଇ ନଥିବା କହିଛନ୍ତି କର୍ମଚାରୀ ସଂଘର ନେତା ସରୋଜ ସୁଆର। ଅପରପକ୍ଷରେ କାଠ ଭେଣ୍ଡରଙ୍କୁ ୮କୋଟି ଟଙ୍କା ବାକିଥିବା କଂପାନୀ ୩ କୋଟି ଟଙ୍କା ଦେଇଛନ୍ତି। ତେବେ ବଳକା ସବୁ ଟଙ୍କା ନ ଦେବା ଯାଏଁ ଆଉ କାଠ ଯୋଗାଯିବ ନାହିଁ ବୋଲି କହିଛନ୍ତି ଭେଣ୍ଡର ବାବୁଲା ନାୟକ। କାଗଜକଳ ପରିଚାଳନା କମିଟି ବାରମ୍ବାର ଭେଣ୍ଡରଙ୍କୁ ଡାକି ସହଯୋଗ କରିବାକୁ କହିବା ସହ ଅଳ୍କ କିଛି ଦିନ ମଧ୍ୟରେ ବକେୟା ଟଙ୍କା ଦେବାକୁ ପ୍ରତିଶ୍ରୃତି ଦେଇ ଆମକୁ ଭେଳିକି କରୁଛନ୍ତି। ପୁରା ଟଙ୍କା ଦେବା ସହ ଏଣିକି କାଠ ଯୋଗାଇବାର ଦିନକ ପରେ ଟଙ୍କା ନ ଦେଲେ ଆଉ କାଠ ଯୋଗାଇବୁ ନାହିଁ ବୋଲି କହିଛନ୍ତି ଭେଣ୍ଡର।

ଅପରପକ୍ଷରେ କଂପାନୀର ସବୁ ବିଭାଗର ମୁଖ୍ୟମାନଙ୍କୁ କୁଆଡେ ମାସକ ପର୍ଯ୍ୟନ୍ତ ଛୁଟିରେ ରହିବାକୁ କଂପାନୀର ଜଣେ ବରିଷ୍ଠ ଅଧିକାରୀ କହିଥିବା ବିଶ୍ବସ୍ତସୂତ୍ରରୁ ସୂଚନା ମିଳିଛି। ଏହି କ୍ରମରେ ଯେତେ ସବୁ ପରିଚାଳନା କରୁଥିବା ଅଧିକାରୀ ମାନେ ଏବେ ଛୁଟିରେ ଥିବା ଏବଂ କଂପାନୀକୁ ଯାଉ ନଥିବା ସୂଚନା ମିଳିଛି।  ଏହି ସ୍ଥିତିରେ ସଂପ୍ରତି ସ୍ଥାନୀୟ କର୍ମଚାରୀ, ଠିକା କର୍ମଚାରୀ ଆଦି ତ୍ରିଶଙ୍କୁ ଅବସ୍ଥାରେ ରହିଛନ୍ତି। ଏପରି ଜଣେ ଠିକା ଶ୍ରମିକ ମାନସିକ ସନ୍ତୁଳନ ହରାଇ ଟ୍ରେନ ତଳେ ବେକ ଦେଇ ଆତ୍ମହତ୍ୟା ବି କରିଛନ୍ତି ବୋଲି ଠିକା ଶ୍ରମିକ ମାନେ କହୁଛନ୍ତି। ପୂର୍ବରୁ କାଗଜକଳର କର୍ମଚାରୀ ମାନେ ଦୋକାନ ବଜାରରେ ବ୍ୟାପକ ବାକି ରଖି ଏ ପର୍ଯ୍ୟନ୍ତ ସୁଝି ପାରି ନାହାନ୍ତି। ସଂପ୍ରତି ଏହି ସ୍ଥିତିରେ ଏମାନେ ଦୋକାନକୁ ସଉଦା ଆଦି ବାକି ମାଗିବାକୁ ଗଲେ ମଧ୍ୟ କୌଣସି ବ୍ୟବସାୟୀ ଆଉ ବାକି ଦେଉ ନାହାନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହି ମିଲ‌ ଉପରେ ନିର୍ଭର ୧୦ହଜାର ଲୋକେ ଏବେ ପ୍ରଭାବିତ ହୋଇ ରହିଛନ୍ତି। ପୁଣି ପୁନଃକାର୍ଯ୍ୟକ୍ଷମ କେବେ ହେବ ଏବଂ ସଠିକ ଭାବେ ଚାଳିବ ତାହାକୁ ନେଇ ଶ୍ରମିକ ମାନେ ଚିନ୍ତାରେ ପଡ଼ିଛନ୍ତି। ଏହି ସ୍ଥିତି ଏଭଳି ଲାଗି ରହିଲେ ଆଉ କିଛି ଠିକା ଶ୍ରମିକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି କିଛି ଶ୍ରମିକ କହିଛନ୍ତି।

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button