ପୁଅ କିମ୍ବା ଝିଅ ଅଧିକ ବୟସରେ ବାହା ହେଲେ, କ’ଣ ଅସୁବିଧା ହୋଇଥାଏ ? ଜାଣନ୍ତୁ ସିକ୍ରେଟ କଥା !
ଅଧିକ ବୟସରେ ବିବାହ ହେଲେ କ’ଣ ଅସୁବିଧା ହୋଇଥାଏ ? ବନ୍ଧୁଗଣ ଜୀବନରେ ବିବାହ ହେଉଛି ବହୁତ ଗୁରୁତ୍ଵପୂର୍ଣ୍ଣ କଥା । ତେଣୁ ବାହା ହେବା ପୂର୍ବରୁ ପୁଅ ହେଉ କି ଝିଅ ବହୁତ ଭାବି ଚିନ୍ତି ବିବାହ କରିଥାନ୍ତି । ସେମାନଙ୍କ ମଧ୍ୟରୁ କିଏ ଖୁବ ଶୀଘ୍ର ବିବାହ କରିଥାନ୍ତି ତ ! ଆଉ କିଏ ଠିକ ବିବାହ ବୟସ ମଧ୍ୟରେ ଏବଂ ଆଉ କିଏ କିଏ ବିବାହ ବୟସ ଗଡିଗଲେ ବହୁତ ବିଳମ୍ବରେ ବିବାହ କରିଥାନ୍ତି । ତେବେ ବନ୍ଧୁଗଣ ବହୁତ ବିଳମ୍ବରେ ଅର୍ଥାତ ଅଧିକ ବୟସରେ ବିବାହ କଲେ କଣ ଅସୁବିଧା ହୋଇଥାଏ ସେ ସମ୍ପର୍କରେ ଆଜି ଏଠାରେ ଆଲୋଚନା କରିବା ।
1- ଅଧିକ ବୟସରେ ପୁଅ କିମ୍ବା ଝିଅ ବାହା ହେବା ଦ୍ଵାରା ତାଙ୍କୁ ତାଙ୍କର ମନ ପସନ୍ଦର ଜୀବନସାଥି ପ୍ରାୟତଃ ମିଳିପାରିନଥାଏ । ଯେଉଁ କାରଣରୁ ସେମାନଙ୍କର ଇଛା ନଥିଲେ ମଧ୍ୟ ବାଧ୍ୟ ହୋଇ ବିବାହ କରିଥାନ୍ତି । ଯେଉଁ ବିବାହ ବାଧ୍ୟ ବାଧକତାରେ ହୋଇଥାଏ । ସେହି ବିବାହ ସମ୍ପର୍କ ଅର୍ଥାତବିବାହ ପରେ ବୈବାହିକ ଜୀବନରେ କଳି ଝଗଡା ଅଧିକ ହୋଇଥାଏ । ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ଲାଗି ରହିଥାଏ ।
2- ଅଧିକ ବୟସରେ ପୁଅ କିମ୍ବା ଝିଅ ବିବାହ ହେଲେ । ସେମାନଙ୍କର ରୋମାଣ୍ଟିକ ସ୍ଵଭାବ ଧୀରେ ଧୀରେ ବୟସ ସହ କମିବାରେ ଲାଗିଥାଏ । ଯାହା ଫଳରେ ଦାମ୍ପତ୍ୟ ଜୀବନରେ ଅର୍ଥାତ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମକୁ ନେଇ ଏକ ମଧୁର ସମ୍ପର୍କ ଗଢି ଉଠିବାରେ ସମସ୍ଯା ଆସିଥାଏ । କାରଣ ଅଧିକ ବୟସ ହେତୁ ତାହାର ପ୍ରଭାବ ତାଙ୍କ ପ୍ରେମ ସମ୍ପର୍କ ଉପରେ ପଡିଥାଏ ।
3- ବିବାହ ବିଳମ୍ବରେ ହେଲେ । ବିଶେଷ କରି ଝିଅ ମାନଙ୍କର ବିବାହ ଯଦି ବିଳମ୍ବରେ ହୋଇଥାଏ । ତେବେ ସେମାନଙ୍କର ଗର୍ଭ ଧାରଣ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯାହାଫଳରେ ପିଲାପିଲି ହେବାରେ ଅସୁବିଧା ହୋଇଥାଏ ।
4- ପୁଅ ଏବଂ ଝିଅ ଉଭୟ ଅଧିକ ବୟସରେ ବାହା ହେବା ଦ୍ଵାରା ସେମାନେ ପୂର୍ଣ୍ଣ ବିକଶିତ ହୋଇଯାଇଥାନ୍ତି । ଯାହାଫଳରେ ଉଭୟ ପରସ୍ପରକୁ ବୁଝିବାରେ ବହୁତ ଅସୁବିଧା ହୋଇଥାଏ ।
5- ପୁଅ ହେଉ କିମ୍ବା ଝିଅ ହେଉ । ସେମାନଙ୍କର ବିବାହ ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ରହିଥାଏ । ଯେଉଁ ସମୟ ମଧ୍ୟରେ ହିଁ ତାଙ୍କୁ ବିବାହ କରିନେବା ଭଲ ହୋଇଥାଏ । ଯଦି ବିବାହ ବୟସ ଗଡିଯିବା ପରେ ଅଧିକ ବୟସରେ ପୁଅ ଝିଅ ବାହା ହେବେ । ତେବେ ସେ ହୁଏତ ନିଜର ବୈବାହିକ ଜୀବନ ଭଲ ଭାବେ ଏଞ୍ଜୟ କରିପାରିବେ ନାହିଁ ।
ଆଶା କରୁଛୁ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ତେବେ ପୋଷ୍ଟଟି ପସନ୍ଦ ଲାଗିଥିଲେ । ଆମ ପେଜକୁ ଗୋଟିଏ ଲାଇକ୍ କରିଦେବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।