ଅପ୍ରତ୍ୟାଶିତ ବିପର୍ଯ୍ୟୟର ମୁକାବିଲା ପାଇଁ ବ୍ୟବସ୍ଥାକୁ ମଜବୁତ୍ କର: ମୁଖ୍ୟମନ୍ତ୍ରୀ – bajravana
[ad_1]
ଭୁବନେଶ୍ବର: ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନ କରିଥିବା ତିନି ଦିବଂଗତଙ୍କ ପରିବାର ବର୍ଗଙ୍କୁ ଚତୁର୍ଥ ସୂରଜ ପୁରସ୍କାର ପ୍ରଦାନ କରିବା ସହ ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ନିେୟାଜିତ ହୋଇଥିବା ସ୍ଥାନୀୟ ବାସିନ୍ଦା, ସେଚ୍ଛାସେବୀ, ଅନୁଷ୍ଠାନଗୁଡ଼ିକୁ ସମ୍ବର୍ଦ୍ଧିତ କରିଛନ୍ତି।
ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ବାହାନଗା ରେଳ ଦୁର୍ଘଟଣା ପରେପରେ ମାନବିକ ମୂଲ୍ୟବୋଧର ଦୟା ଓ କରୁଣା ଆମ ସମାଜର ବିବେକ ଉପରେ ଆମର ବିଶ୍ୱାସକୁ ପୁନଃସ୍ଥାପିତ କରିଛି। ବାହାନଗା ଘଟଣା ଆମକୁ ଚେତାଇ ଦେଇଛି ଯେ ବିପର୍ଯ୍ୟୟ କେତେବେଳେ ବି କେଉଁଠିକୁ ଆସିପାରେ। ଆମକୁ ଆମ ରେସ୍ପନ୍ସ ଟିମ୍କୁ ସୁଦୃଢ଼ କରିବାକୁ ହେବ ଏବଂ ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀମାନଙ୍କୁ ଉତ୍ତମ ଢଙ୍ଗରେ ଏହିଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାକୁ ହେବ। ଅପ୍ରତ୍ୟାଶିତ ବିପର୍ଯ୍ୟୟକୁ ମୁକାବିଲା କରିବାକୁ ଆମ ବ୍ୟବସ୍ଥାକୁ ମଜବୁତ୍ କରିବାକୁ ହେବ। ଏଥିପାଇଁ ଆମକୁ ନିରନ୍ତର ପ୍ରସ୍ତୁତି ସ୍ଥିତିରେ ରହିବାକୁ ପଡ଼ିବ।
ବାହାନଗା ରେଳ ଦୁର୍ଘଟଣା ପରେ ବାହାନଗାବାସୀ, ସ୍ଥାନୀୟ ସ୍ବେଚ୍ଛାସେବୀ, ଅନୁଷ୍ଠାନ ଏବଂ ରେସ୍ପନ୍ସ ଟିମ୍ର ସମୟୋପଯୋଗୀ, ନିଃସ୍ବାର୍ଥପର ସେବା ଦ୍ବାରା ଆମ ମୁଣ୍ଡକୁ ଉଚ୍ଚା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲେଶ୍ବର ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରିବା ସହ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଗତସିଂହପୁରର ସ୍ବର୍ଗତ ସୁଧାଂଶୁ ଶେଖର ଲେଙ୍କା, କଟକର ସ୍ବର୍ଗତ ତନୁଜା କର, ଭୁବନେଶ୍ବରର ସ୍ବର୍ଗତ ପ୍ରସନ୍ନଜିତ ମହାନ୍ତିଙ୍କ ପରିବାରକୁ ଚତୁର୍ଥ ସୂରଜ ସମ୍ମାନ ପ୍ରଦାନ କରିବା ସହ ଧନ୍ୟବାଦ ଜଣାଇ କହିଥିଲେ, ସେମାନେ ସେମାନଙ୍କର ଉଦାହରଣୀୟ ମାନବିକ କାର୍ଯ୍ୟ ପାଇଁ ସବୁଦିନ ପାଇଁ ମନେ ରହିବେ। ସୂରଜ ସମ୍ମାନ ବାବଦକୁ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ବିପର୍ଯ୍ୟୟ ମୁକାବିଲାରେ ସ୍ଥାନୀୟ ଲୋକଙ୍କ ଭୂମିକା ବିଷୟରେ କହିଥିଲେ। କାର୍ଯ୍ୟକ୍ରମରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍, ୧୦୮ ଆମ୍ବୁଲାନ୍ସ, ଏମ୍ସ ଭୁବନେଶ୍ବର, ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଅଗ୍ନିଶମ ଓ ଜରୁରୀସେବା, ବାଲେଶ୍ବର ଜିଲ୍ଲାପାଳ ଓ ଏସ୍ପି, ବାଳେଶ୍ବର ଜିଲ୍ଲା ହସ୍ପିଟାଲ, ଫକୀରମୋହନ ମେଡିକାଲ କଲେଜ, ଉତ୍ତର ଓଡ଼ିଶା ଚାମ୍ବର ଅଫ୍ କମର୍ସ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ବେଚ୍ଛାସେବୀମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପି. କେ. ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ଓସ୍ଡମାର ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ।
[ad_2]