ଦେଶ ବିଦେଶ

ବିବାହ ପରେ ମହିଳା ମାନେ କାହିଁକି ମୋଟା ହୋଇଯାଆନ୍ତି ?

ଆଜିକାଲି ମୋଟାପା ଏକ ସାଧାରଣ କଥା ହୋଇ ଗଲାଣି । ବିଶେଷ କରି ବିବାହ ପରେ ମହିଳା ମନକର ଓଜନ ବଢିବାରେ ଲାଗିଛି । ଯାହା ପାଇଁ ସେମାନେ ଚିନ୍ତାରେ ରହୁଛନ୍ତି । ଏକ ଅଧ୍ୟୟନରୁ ଜଣା ପଡିଛି ଯେ ୮୦% ଲୋକଙ୍କର ବିବାହ ପରେ ଓଜନ ବଢି ଯାଉଛି । ଏହି ଓଜନ ବଢିବା ବିଶେଷ କରି ମହିଳା ମାନଙ୍କ ଠାରେ ଅଧିକ ଦେଖା ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଓଜନ ବଢିବାର ମୁଖ୍ୟ କାରଣ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ପ୍ରଥମତ ଝିଅ ମାନେ ବିବାହ ପୂର୍ବରୁ ନିଜର ଓଜନ ଓ ସୁନ୍ଦରତା ପ୍ରତି ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏଥିପାଇଁ ସେମାନେ ନିୟମିତ ଭାବେ ବ୍ୟାୟମ ମଧ୍ୟ କରିଥାନ୍ତି ।

କିନ୍ତୁ ବିବାହ ପରେ ମହିଳା ମାନେ ନିଜର ଶରୀର ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହି । ଏହା ସହ ବ୍ୟାୟମ ମଧ୍ୟ କରିବାକୁ ସମୟ ଦେଇ ପାରନ୍ତି ନାହି । ଏହା ଦ୍ଵାରା ମହିଳାଙ୍କ ଠାରେ ଓଜନ ବଢିବାରେ ଲାଗିଥାଏ । ଦିତୀୟତ ହେଉଛି ବିବାହ ପରେ ମହିଳା ମାନେ ଠିକ ଭାବେ ସୁଆନ୍ତି ନାହି । କାରଣ ସେମାନଙ୍କର ଶୋଇବା ସମୟର ବଦଳି ଯାଇଥାଏ । ଏହା ପରେ ହେଉଛି ଝିଅ ମାନଙ୍କର ପ୍ରାଥମିକତା ବଦଳି ଯାଇଥାଏ । ଝିଅଟି ବିବାହ ପରେ ନିଜର ଖାଇବା ଠାରୁ ଆରମ୍ଭ କରି ଶୋଇବା ଯାଏଁ ପରିବାର ଲୋକଙ୍କ କହିବା ଅନୁସାରେ ବଦଳାଇଥାଏ । ଏଥିପାଇଁ ତାଙ୍କ ଶରୀରକୁ ସମୟ ଦେଇ ପାରନ୍ତି ନାହି । ଏହା ପାଇଁ ଓଜନ ବୃଦ୍ଧି ପାଇଥାଏ ।

ଏହା ସହ ହରମୋନ ଯୋଗୁ ଓଜନ ବୃଦ୍ଧି ପାଇଥାଏ । ଏହା ସହ ମହିଳା ମାନେ ସମ୍ପର୍କରେ ରହିଲେ ମଧ୍ୟ ତାଙ୍କର ଓଜନ ବଢିବାର ଚାନସ ରହିଥାଏ । ଏହା ସହ ମହିଳା ମାନେ ସୁରକ୍ଷିତ ରହିବା ପାଇଁ ନିରୋଧକ ବଟିକାର ସେବନ କରିଥାନ୍ତି ଯାହା ପାଇଁ ସେମାନଙ୍କର ଓଜନ ବଢିଥାଏ । ଏହା ସହ ନୂଆ ଦାମ୍ପତ୍ୟ ମାନେ ହୋଟେଲରେ ଖାଦ୍ଯ ଖାଇବା ସହ କ୍ୟାଲୋରି ଯୁକ୍ତ ଖାଦ୍ଯ ସେବନ କରିଥାନ୍ତି । ଯାହା ପାଇଁ ସେମାନଙ୍କର ଓଜନ ଅଧିକ ବୃଦ୍ଧି ପାଇଥାଏ । ଏହା ପରେ ରହିଛି ଏକ ଅଧ୍ୟୟନରୁ ଜଣା ପଡିଛି ଯେ ୩୦ ବର୍ଷ ପରେ ଲୋକ ମାନଙ୍କର ଶରୀରରେ ମେଟାବୋଲିଜିମ ବୃଦ୍ଧି ପାଇଥାଏ ।

ଏଥିପାଇଁ ୩୦ ବର୍ଷ ପରେ ଶରୀରର ଓଜନ ଧୀରେ ଧୀରେ ବଢିବାରେ ଲାଗିଥାଏ । ଏହା ପରେ ମୋଟାପାର କାରଣ ହେଉଛି ଗର୍ଭବତୀ ହେବା । କିଛି ମହିଳା ମାନେ ବିବାହର ଗୋଟେ ବା ଦୁଇ ବର୍ଷ ପରେ ନିଜର ଫ୍ୟାମିଲି ପ୍ଲାନିଂ କରିଥାନ୍ତି । ପିଲା ଜନ୍ମ ହେବା ପରେ ମହିଳା ମାନଙ୍କର ଓଜନ ବଢିବାରେ ଲାଗିଥାଏ । ଏହାକୁ କମ କରିବା ପାଇଁ ମହିଳା ମାନେ ଚେଷ୍ଟା କରନ୍ତି ନାହି । ବିବାହର ପରେ ମହିଳା ଏମାନେ ଟିଭି ଦେଖି ନିଜର ସମୟ ଅତିବାହିତ କରିଥାନ୍ତି । ଯାହା ପାଇଁ ସେମାନେ ଅଧିକ କାମ କରନ୍ତି ନାହି । ଯାହା ପାଇଁ ତାଙ୍କର ଓଜନ ବୃଦ୍ଧି ପାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button