ଶରୀର ର ଏହି ୪ ଟି ଅଙ୍ଗରେ ଥିଲେ କଳାଯାଇ, ବ୍ୟକ୍ତିକୁ କରିଥାଏ ଧନବାନ, କଣ ଆପଣ ତ ନୁହଁନ୍ତି ସେହି ବ୍ୟକ୍ତି ?
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଶରୀରର ଭିନ୍ନ ଅଙ୍ଗରେ ଥିବା କଳାଯାଇ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର କେତେକ ମୁଖ୍ୟ ଅଙ୍ଗରେ କଳାଯାଇ ରହିବା ବହୁତ ଭଲ ଏବଂ ଶୁଭ ବୋଲି ମାନି ନିଆ ଯାଇଥାଏ। କେତେକ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ନିଜର କୌଣସି ଅଙ୍ଗ ରେ କଳାଯାଇ ରହିଲେ ବହୁତ ପସନ୍ଦ ହୋଇଥାଏ ଏବଂ କେତେକ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ଏଥିରେ କୌଣସି ଫରକ ପଡିନଥାଏ।
ଜ୍ୟୋତିଷ ଶାସ୍ତ୍ର ରେ ବିଭିନ୍ନ ଅଙ୍ଗ ରେ ଥିବା କଳାଯାଇ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି କିନ୍ତୁ ଆଜି ଆମେ ଆପଣଂକୁ ଶରୀରର ଏଭଳି ୪ଟି ମୁଖ୍ୟ ଅଙ୍ଗ ସମ୍ବନ୍ଧରେ କହିବୁ ଯେଉଁ ସ୍ଥାନରେ କଳାଯାଇ ରହିବା ଦ୍ବାରା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ଏହାଦ୍ବାରା ବ୍ୟକ୍ତି ଧନବାନ ମଧ୍ୟ ହୋଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା
୧. ବନ୍ଧୁଗଣ ପ୍ରଥମ ଅଙ୍ଗଟି ହେଉଛି, ‘ମୁହଁର ଥୋଡ଼ି’। ବନ୍ଧୁଗଣ ଥୋଡ଼ି ରେ କଳାଯାଇ ରହିବା ଦ୍ଵାରା ଅତ୍ୟନ୍ତ ଶୁଭ ବୋଲି ମାନି ନିଆ ଯାଇଥାଏ। ଯେଉଁ ବ୍ୟକ୍ତି ଙ୍କ ଥୋଡ଼ି ରେ କଳାଯାଇ ରହିଥାଏ ସେମାନେ ଅତ୍ୟନ୍ତ ଗୁଣବାନ ଅଟନ୍ତି ଏବଂ ସେହି ବ୍ୟକ୍ତି ର ଆର୍ଥିକ ସମସ୍ୟା ଦେଖାଯାଇ ନଥାଏ। ଯେଉଁ ପୁରୁଷ ମାନଙ୍କ ଥୋଡ଼ି ରେ କଳାଯାଇ ରହିଥାଏ ସେମାନେ ବହୁତ ଧନବାନ ହୋଇଥାନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତି କେବେବି ଦୁର୍ବଳ ହୋଇନଥାଏ।
ଯେଉଁ ମହିଳା ମାନଙ୍କ ଥୋଡ଼ିରେ କଳାଯାଇ ରହିଥାଏ ସେହି ମହିଳା ମାନେ ଅନ୍ୟ ମହିଳା ମାନଙ୍କ ତୁଳନାରେ ଅଧିକ ସୁନ୍ଦର ଅଟନ୍ତି ଏବଂ ସେମାନେ ସଜବାଜ ହେବା ନିମନ୍ତେ ବହୁତ ପସନ୍ଦ କରନ୍ତି। ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ଥୋଡ଼ି ର ମଝି ସ୍ଥାନରେ କଳାଯାଇ ରହିଥାଏ ସେମାନେ ଜୀବନ ସାଥି ଙ୍କ ମାମଲା ରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।
୨. ବନ୍ଧୁଗଣ ଦ୍ଵିତୀୟ ଅଙ୍ଗଟି ହେଉଛି, ‘ନାକ’। ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କ ନାକରେ କଳା ଯାଇ ରହିଥାଏ ସେହି ବ୍ୟକ୍ତି ମାନେ ବହୁତ ସଫା ମନର ହୋଇଥାନ୍ତି ଏବଂ ନିଜ ମନରେ କେବେବି ଅନ୍ୟ ପାଇଁ ଛଳ କପଟ ରଖନ୍ତି ନାହିଁ। ଯେଉଁ ପୁରୁଷ ମାନଙ୍କ ନାକରେ କଳାଯାଇ ରହିଥାଏ ସେହି ପୁରୁଷ ମାନେ ଚାକିରୀ ହେଉ ଅଥବା ବ୍ୟବସାୟ ସମସ୍ତ କ୍ଷେତ୍ରରେ ସଫଳତା ଲାଭ କରିଥାନ୍ତି ଏବଂ ପଦୋନ୍ନତି ହାସଲ କରିଥାନ୍ତି। ଯଦି ମହିଳା ମାନଙ୍କ ସମ୍ବନ୍ଧରେ କହିବା ତେବେ ଯେଉଁ ମହିଳା ମାନଙ୍କ ନାକରେ କଳାଯାଇ ରହିଥାଏ ସେହି ମହିଳା ମାନେ ଗୃହ କାର୍ଯ୍ୟ ଅପେକ୍ଷା ନିଜ କ୍ୟାରିଅର ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରନ୍ତି। ଏହି ବ୍ୟକ୍ତି ଙ୍କ ସ୍ୱଭାବ କୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି।