ଓଡିଶା

ବେଦାନ୍ତକୁ ଲିଜ୍ ଦିଆଯାଇଥିବା ସରକାରୀ ଜମି ସରକାରୀ ଖାତାକୁ ଫେରିବ, ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ବିଜ୍ଞପ୍ତି : ଜିଲ୍ଲାପାଳ

ଭୁବନେଶ୍ବର ୧୪।୧୧: ବେଦାନ୍ତ ଜମି ପ୍ରସଙ୍ଗରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରତିକ୍ରିୟା ରଖିଛନ୍ତି । ସରକାରୀ ଜମି ସରକାରୀ ଖାତାକୁ ଫେରିବା ସହ ବ୍ୟକ୍ତିଗତ ଜମି ଚାଷୀଙ୍କ ପାଇଁ ଚାଷୀଙ୍କୁ ରେଜିଷ୍ଟ୍ରେସନ ଖର୍ଚ୍ଚ ଦେବାକୁ ପଡିବ ନାହିଁ । ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ନେଇଥିବା ଜମି ଫେରିପାଇବେ ଚାଷୀ ।

ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ । ଅଧିଗ୍ରହଣ ହୋଇଥିବା ଜମିର ସତ୍ତ୍ବ ବା ରେକର୍ଡ଼ ସଂଶୋଧନ କରାଯାଇ ଚାଷୀଙ୍କୁ ପଟ୍ଟା ଓ ଜମି ଦଖଲ ଦିଆଯିବ । ସେହିଭଳି ବେଦାନ୍ତକୁ ଲିଜ୍ ଦିଆଯାଇଥିବା ସରକାରୀ ଜମି ସରକାରୀ ଖାତାକୁ ଫେରାଇ ଅଣାଯିବ । ଦିନେ ଦୁଇ ଦିନ ଭିତରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।

ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପାଇଁ ମୋଟ୍ ୩୩୪୨. ୫୩ ଏକର ଘରୋଇ ଜମି ଅଧିଗ୍ରହଣ କରିଥିଲେ । ପାଖାପାଖି ୬ ହଜାର ଜମିହରା ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ । ବେଦାନ୍ତକୁ ଲିଜ ଦିଆଯାଇଥିବା ୪୯୪.୯୮ ଏକର ସରକାରୀ ଜମି ପୁଣି ସରକାରୀ ଖାତାକୁ ଫେରାଇ ଆଣିବେ ସରକାର ।

ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଯେଉଁ ଚାଷୀ ଜମି ପାଇଁ କ୍ଷତିପୂରଣ ପାଇଛନ୍ତି ସେମାନଙ୍କୁ କ୍ଷତିପୂରଣ ଅର୍ଥ ଫେରାଇବାକୁ ପଡ଼ିବ ଅଧିଗ୍ରହଣ ହୋଇଥିବା ଜମିର ସତ୍ତ୍ବ ବା ରେକର୍ଡ ସଂଶୋଧନ କରି ଚାଷୀଙ୍କୁ ପଟ୍ଟା ଓ ଜମି ଦଖଲ ଦିଆଯବ । ଏଥିପାଇଁ ଚାଷୀଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବନି ।

Related Articles

Leave a Reply

Your email address will not be published. Required fields are marked *

Back to top button