ଦେଶ ବିଦେଶ

ଗର୍ଭବତୀ ମହିଳାମାନେ ଅତ୍ୟଧିକ ଗରମ ପାଣିରେ ଗାଧୋଉଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ପାଖେଇ ଆସିଲାଣି ଶୀତଋତୁ, ଏହି ଶୀତଋତୁରେ ସମସ୍ତେ ଗରମ ପାଣିରେ ଗାଧୋଇବାକୁ ବହୁତ ପସନ୍ଦ କରନ୍ତି । ଖାଲି ଗାଧୋଇବା ନୁହେଁ ବରଂ ସକାଳଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଗରମ ପାଣିକୁ ବ୍ୟବହାର କରାଯାଏ । ଗରମ ପାଣିକୁ ସବୁ ସମୟରେ ଏଥି ପାଇଁ ବ୍ୟବହାର କରାଯାଏ କାହିଁକି ନା ଶୀତ ଦାଉରୁ ମୁକ୍ତି ଦେଇଥାଏ ଗରମ ପାଣି ।

ଏହା ସହ ଶରୀରକୁ ମଧ୍ୟ ସୁସ୍ଥ ରହିଥାଏ । ଖାଲି ସାଧାରଣ ମଣିଷ ନୁହେଁ ବରଂ ଗର୍ଭବତୀ ମହିଳାମାନେ ମଧ୍ୟ ଗରମ ପାଣିରେ ଗାଧୋଇ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିଥାନ୍ତି । କିନ୍ତୁ ଗର୍ଭବତୀ ମହିଳାମାନେ ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଉଚିତ୍‌ ନୁହେଁ ।

ଗରମ ପାଣି ଆପଣଙ୍କ ଶରୀରର ତାପମାତ୍ରାକୁ ୧୦୨,୨°F (୩୯°C) ରୁ ବଢ଼ାଇପାରେ । ଯାହା ଗର୍ଭାବସ୍ଥାରେ ବିପଜ୍ଜନକ ହୋଇପାରେ । ଏହା ସହ ଗରମ ପାଣି ଆପଣଙ୍କ ରକ୍ତ ଶଞ୍ଚାଳନକୁ ହ୍ରାସ କରିପାରେ । ଏହାର ଲକ୍ଷଣ ହେଉଛି ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ବାନ୍ତି ହେବା, ବେହୋସ ହୋଇ ପଡିଯିବା ଏଥିରେ ସାମିଲ ଅଛି । ବହୁତ ସମୟ ଧରି ଗାଧୋଇବା ଦ୍ୱାରା ସଂକ୍ରମଣର ଆଶଙ୍କା ବଢ଼ିପାରେ । ଯଦି ଆପଣଙ୍କୁ ଲାଗୁଛି ଯେ ଅଧିକ ଗରମ ହେଉଛି ତେବେ ଆପଣ ଏକ ଥଣ୍ଡା ସ୍ଥାନକୁ ଯିବାକୁ ପଡିବ, ପ୍ରଚୁର ପରିମାଣରେ ପାଣି ପିଅନ୍ତୁ, ଢ଼ିଲା ପୋଷାକ ପିନ୍ଧନ୍ତୁ ଏବଂ ଆପଣଙ୍କ ତ୍ୱଚାରେ ଓଦା କପଡା ରଖିବା ଆବଶ୍ୟକ ହୋଇଥାଏ ।
ଯଦି ଲକ୍ଷଣଗୁଡିକ ଶରୀରକୁ ଖରାପ କରାଏ ତେବେ ତୁରନ୍ତ ଚିକିତ୍ସା କରିବା ଉଚିତ୍‌ । ଗର୍ଭାବସ୍ଥାରେ ଗାଧୋଇବା ଠିକ୍‌ ଅଛି କିନ୍ତୁ ପାଣି ଅଧିକ ଗରମ ନହେବା ଉଚିତ୍‌ । ଉଚ୍ଚ ତାପମାତ୍ରା, ବିଶେଷ କରି ଗର୍ଭାବସ୍ଥାର ପ୍ରାରମ୍ଭରେ ସ୍ନାୟୁ ନଳୀ ଦୋଷରୁ ବୃଦ୍ଧି ହେବାର ଆଶଙ୍କା ସହିତ ଜଡିତ ହୋଇଥାଏ ।

ଏହା ସମ୍ଭବ ନୁହେଁ ଯେ ଆପଣ ଆପଣଙ୍କ ଛୁଆକୁ ବିପଦରେ ପକାଇବା ପାଇଁ ଗରମ ପାଣିରେ ଗାଧୋଇବା ପାଇଁ ଚାହୁଁଛନ୍ତି । କିନ୍ତୁ ସୁରକ୍ଷିତ ରହିବା ପାଇଁ ଗାଧୋଇବା ପୂର୍ବରୁ ନିଜ ବାହୁ କିମ୍ବା ହାତଗୋଡରେ ପାଣିର ତାପମାତ୍ରାକୁ ଚେକ୍‌ କରନ୍ତୁ । ଏହା ଆରାମଦାୟକ ଅନୁଭବ ହେବା ଦରକାର୍‌ ଏବଂ ଅଧିକ ଗରମ ନ ହୋଇଥିବା ଦରକାର । ଯଦି ଆପଣ ଚିନ୍ତିତ ଅଛନ୍ତି ତେବେ ପାଣିର ତାପମାତ୍ରା ଚେକ୍‌ କରିବା ପାଇଁ ବାର୍ଥ ଥରମୋମିଟର ମଧ୍ୟ ବ୍ୟବହାର କରିପାରିବେ ।

ଗର୍ଭାବସ୍ଥାରେ ଯନ୍ତ୍ରଣା ହେଉଥିବା ମାଂସପେଶୀକୁ ଆରାମ ଦେବା ପାଇଁ ଏବଂ ଷ୍ଟ୍ରେସକୁ କମ କରିବା ପାଇଁ ଗାଧୋଇବା ଏକ ଭଲ ଉପାୟ ହୋଇଥାଏ । ଏହା ସହ ପାଣିର ତାପମାତ୍ରାକୁ ଅଧିକ ଗରମ ରଖନ୍ତୁ ନାହିଁ ଏବଂ ବାଥରୁମ୍‌ ଭିତରକୁ ଯିବାବେଳେ ସାବଧାନ ରହିବା ନିହାତି ଆବଶ୍ୟକ ହୋଇଥାଏ । ଗର୍ଭାବସ୍ଥାରେ ଆପଣଙ୍କର ମାଧ୍ୟାକର୍ଷଣ କେନ୍ଦ୍ର ପରିବର୍ତ୍ତନ ହୋଇଥାଏ, ଯାହା ଆପଣଙ୍କ ବାଲାନ୍ସକୁ ନଷ୍ଟ କରିପାରେ । ତେଣୁ ଆପଣ ଗର୍ଭାବସ୍ଥା ସମୟରେ ନିଜର ଧ୍ୟାନ ରଖିବା ଉଚିତ୍‌ ଏବଂ ଅଳ୍ପ ଗରମ ହୋଇଥିବା ପାଣିରେ ଗାଧୋଇବା ଉଚିତ୍‌ ।

Related Articles

Leave a Reply

Your email address will not be published. Required fields are marked *

Back to top button