ଓଡିଶା

ସତ୍କାର ପାଇଁ ଯାଉଥିବା ମରଶରୀରକୁ ଅଧା ରାସ୍ତାରେ ଅଟକାଇ ତାଲା ପକାଇଲେ ବ୍ୟକ୍ତି

ଳେଶ୍ୱର: ହଜିଗଲାଣି ମାନବିକତା । ମରିଗଲାଣି ମଣିଷ ପଣିଆ । ବିବେକ ଶୂନ୍ୟ ହୋଇଗଲାଣି ଏ ମଣିଷ ଜାତି । ମଲା ମଣିଷକୁ ବି ଭୁଲିଯାଉଛି ଟିକେ ସମ୍ମାନ ଦେବାକୁ । ସ୍ୱାର୍ଥ ପାଇଁ ଆଜିକାଲି ଦୁନିଆରେ ସବୁଠି ଚାଲିଛି ନିଜ ନିଜ ଭିତରେ ଲଢେଇ । ଠିକ୍ ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି ।

ସତ୍କାର ପାଇଁ ଯାଉଥିବା ମରଶରୀରକୁ ଅଧା ରାସ୍ତାରେ ଅଟକାଇ ତାଲା ପକାଇଲେ ବ୍ୟକ୍ତି ।

କହିଲେ ଏ ରାସ୍ତା ମୋର । ଏହି ରାସ୍ତା ଦେଇ ଯାଇପାରିବନି ମରଶରୀର । ରାସ୍ତା ମଝିରେ ବାଉଁଶ ତାଟି । ତାଟିରେ ପକାଇଛନ୍ତି ତାଲା । ଏପଟେ ଜାଗା ମାଲିକକୁ ସେପଟେ ଗାଁର ୪୦ରୁ ଅଧିକ ଲୋକ ମୃତଦେହକୁ ରଖି ଅପେକ୍ଷା କରିଛନ୍ତି, କେତେବେଳେ ତାଲା ଖୋଲିବ ଆଉ ମୃତଦେହ ସତ୍କାର ହେବ । ହେଲେ ଜାଗା ମାଲିକ କିନ୍ତୁ ତାଲା ଖୋଲିବାକୁ ନାରାଜା ।

କଣ କଣ ନଦେଖିବାକୁ ମିଳୁଛି ଏସମାଜର । ଆଜି ମଲେ କାଲିକୁ ଦୁଇ ଦିନ । ତଥାପି ଏ ମଣିଷର ଏତେ ଲୋଭ, ଏତେ ଅହଙ୍କାର କଣ ପାଇଁ । ମୃତଦେହକୁ ବି ଶେଷରେ ଶ୍ମଶାନକୁ ଯିବାକୁ ଛାଡିଲେନି ରାସ୍ତା । ଏଭଳି ତାଟିରେ ତାଲା ପକାଇ ଅଟକାଇ ରଖିଲେ?

ତେବେ ଯାହା ସୂଚନା ମିଳିଛି, ବ୍ୟକ୍ତି ଗତ ଜାଗା ଦେଇ ମରଶରୀର ନେଇଯିବାକୁ ନେଇ ମୃତଦେହ ସମେତ ସାଙ୍ଗରେ ଆସିଥିବା ୪୦ରୁ ଅଧିକ ଲୋକଙ୍କୁ ତାଲା ପକାଇଦେଲେ ଜାଗା ମାଲିକ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ମହମ୍ମଦନଗର ପାଟଣା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଖବର ମୁତାବକ, ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ଅନ୍ତର୍ଗତ ମହମ୍ମଦ ନଗର ପାଟଣା ଗ୍ରାମର ଗଜେନ୍ଦ୍ର ସାହୁଙ୍କ ଗତକାଲି ବାର୍ଦ୍ଧକ୍ୟ କାରଣରୁ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପରିବାର ଲୋକେ ସୁବର୍ଣ୍ଣରେଖା ନଦୀ ପଠାର ଅସ୍ଥାୟୀ ଶ୍ମଶାନ ଭାବେ ବ୍ୟବହାର କରାଯାଉଥିବା ସ୍ଥାନକୁ ଯିବା ପାଇଁ ସେହି ଗ୍ରାମର ହିମାଂଶୁ ଶେଖର ସାହୁଙ୍କ ଜାଗା ଦେଇ ମରଶରୀରକୁ ନେଇ ଯାଉଥିବା ବେଳେ ଅଧାରେ ଅଟକାଇ ଥିଲେ ଜାଗା ମାଲିକ ହିମାଂଶୁ । କାହାକୁ ପଚାରି ମୋ ଘର ବାଡ଼ି ଦେଇ ମୃତଦେହକୁ ଶ୍ମଶାନକୁ ନେଇ ଯାଉଛ ବୋଲି ପ୍ରଶ୍ନ କରିବା ସହିତ ଉତକ୍ଷିପ୍ତ ହୋଇ ସମସ୍ତଙ୍କୁ ବାଡ଼ ଭିତରେ ତାଲା ପକାଇ ଅଟକ ରଖିଥିଲେ ।

ଏପଟେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଜଳେଶ୍ଵର ପୋଲିସକୁ ଖବର ଦେଇଥିଲେ ଲୋକେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବୁଝାସୁଝା କରିବା ସହ ତାଲା ଖୋଲାଇଥିଲେ । ଏହା ପରେ ମୃତଦେହ ସତ୍କାର ହୋଇଥିଲା । ସ୍ଥାନୀୟ ଗ୍ରାମବାସୀ ମାନେ ମୃତଶରୀରକୁ ଅସମ୍ମାନ କରିଥିବା ହିମାଂଶୁଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିବା ସହିତ, ହିମାଂଶୁ ସୁବର୍ଣ୍ଣରେଖା ନଦୀ ପଠାର ବିଭିନ୍ନ ସ୍ଥାନରେ ଜବର ଦଖଲ କରିଥିବା ଅଭିଯୋଗ କରିଛନ୍ତି । ଉକ୍ତ ସ୍ଥାନକୁ ପ୍ରଶାସନ ଭାଙ୍ଗିବା ସହିତ ମହମ୍ମଦ ନଗର ପାଟଣା ଗାଁ ପାଇଁ ସ୍ଥାୟୀ ଶ୍ମଶାନ ଓ ଶ୍ମଶାନକୁ ଯିବା ପାଇଁ ରାସ୍ତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଏପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ପ୍ରତକ୍ରିୟା ରଖିଛନ୍ତି ଜାଗା ମାଲିକ ହିମାଂଶୁ ସାହୁ ।

ମଣିଷ ସ୍ୱାର୍ଥପରତାରେ ବୁଡି ନିଜ ହିତାହତ ଜ୍ଞାନବି ଭୁଲିଯାଉଛି । ନିଃସ୍ୱାର୍ଥପର ମନୋଭାବ ରଖି ସମାଜରେ ସମସ୍ତଙ୍କୁ ଭଲ ପାଇବା ଓ ଖୁସି ବାଣ୍ଟିବା ଉଦ୍ଦେଶ୍ୟ ରଖୁଥିବା ମଣିଷ ବହୁତ କମ୍ । ତେବେ ଘଟଣା ଯାହାବି ହେଉ ନା କାହିଁକି କିନ୍ତୁ ଜଣଙ୍କର ମୃତ୍ୟୁ ପରେ ଏଭଳି ମୃତଶରୀରକୁ ଅସମ୍ମାନ କରିବାଟା କଣ ଠିକ୍?

Related Articles

Leave a Reply

Your email address will not be published. Required fields are marked *

Back to top button