ଆମେରିକା ନିର୍ବାଚନରେ ରଙ୍ଗର ଲଢେଇ..କାହିଁକି ବାଇଗଣୀ ଉପରେ ଦୁଇ ଦଳର ଫୋକସ?
ନୂଆଦିଲ୍ଲୀ: ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ୫୦ ରାଜ୍ୟରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ଙ୍କ ମଧ୍ୟରେ ଜୋର୍ଦାର ଟକ୍କର ଦେଖିବାକୁ ମିଳିଛି । ଭାରତୀୟ ସମୟ ମଙ୍ଗଳବାର ଅପରାହ୍ନ ସାଢେ ୪ଟାରୁ ବୁଧବାର ସକାଳ ସାଢେ ୬ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ ।
ସେହିପରି ଆଜି ରାତି ସାଢେ ୨ଟାରୁ ଆରମ୍ଭ ହେବ ଏଗଜିଟ୍ ପୋଲ୍। ଜାନୁଆରୀ ୨୦ରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।
ତେବେ ଆମେରିକା ରାଜନୀତିରେ ରଙ୍ଗର ବିଶେଷ ମହତ୍ତ୍ବ ରହିଛି । ନିର୍ବାଚନରେ ମତଦାନ କରିବାକୁ ଥିବା ୫୦ ଟି ରାଜ୍ୟକୁ ମୋଟ ତିନି ରଙ୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଥମେ ନୀଳ ରଙ୍ଗ, ଯାହା ଡେମୋକ୍ରାଟିକ୍ ପାର୍ଟିକୁ ଦର୍ଶାଉଛି । ଅର୍ଥାତ୍ ଏହି ରାଜ୍ୟମାନଙ୍କରେ ୧୯୯୨ ପରଠାରୁ ସବୁବେଳେ ଡେମୋକ୍ରାଟିକ୍ ପାର୍ଟି ହିଁ ବହୁମତ ହାସଲ କରିଆସିଛି । ସେହିପରି ଅନ୍ୟଟି ହେଲା ଲାଲ୍ ରଙ୍ଗ ରାଜ୍ୟ, ଯେଉଁଠାରୁ ୧୯୮୦ ମସିହାରୁ ଜିତିଆସୁଛି ରିପବ୍ଲିକାନ୍ ପାର୍ଟି । ହେଲେ ଆମେରିକା ରାଜନୀତିରେ ବେଶୀ ମହତ୍ତ୍ବପୂର୍ଣ୍ଣ ହେଉଛି ବାଇଗଣୀ ରଙ୍ଗର ରାଜ୍ୟ, ଯାହା ବିଜେତା ନିର୍ଣ୍ଣାୟକ ହୋଇଥାଏ ବୋଲି କୁହାଯାଏ । ଏଥିପାଇଁ ଏହି ରାଜ୍ୟଗୁଡିକରେ ଉଭୟ ଦଳ ବେଶୀ ଫୋକସ୍ କରନ୍ତି ।
ତେବେ ଏହି ବାଇଗଣୀ ରାଜ୍ୟଗୁଡିକୁ ସୁଇଙ୍ଗ୍ ଷ୍ଟେଟ୍ ବୋଲି ମଧ୍ୟ କୁହାଯାଏ । ଅର୍ଥାତ୍ ସୁଇଙ୍ଗ ଷ୍ଟେଟ୍ସ ହେଉଛନ୍ତି ସେହି ରାଜ୍ୟଗୁଡିକ ଯେଉଁଥିରେ ନା ରିପବ୍ଲିକନ ପାର୍ଟିର ଦବଦବା ଅଛି ନା ଡେମୋକ୍ରାଟିକ୍ ପାର୍ଟିର । ଏଠିକାର ନିର୍ବାଚନି ଫଳାଫଳ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଉଭୟ ଦଳ ଏହି ରାଜ୍ୟମାନଙ୍କରେ କଡା ଟକ୍କର ଦେଉଥିବା ବେଳେ, ହ୍ବାଇଟ ହାଇସର ରାଜା କିଏ ହେବ ଏଠି ରାଜ୍ୟର ଫଳାଫଳରୁ ହିଁ ସିଦ୍ଧ ହୋଇଥାଏ । ଏହି ସବୁବେଳେ ନ୍ୟୁଟ୍ରାଲ ରହିଥାଏ । ଯେଉଁଠି କିଏ ବି ଜିତିପାରେ, ତାର ଆକଳନ କେହି କରିପାରନ୍ତି ନାହିଁ ।
ତେବେ ଆମେରିକା ରୀଜନୀତିରେ ଏହି ରାଜ୍ୟଗୁଡିକର ଦବଦବା ରହିଥିବା ବେଳେ ଏଠିକା ଭୋଟର ସିଧାସଳଖ ପ୍ରତ୍ୟକ୍ଷ ଭାବେ ରାଷ୍ଟ୍ରପତିଙ୍କୁ ଭୋଟ ଦେଇପାରନ୍ତି ନାହିଁ । ସେଠିକା ଜନତା ନିଜ ନିଜ ରାଜ୍ୟରେ କିଛି ଇଲୋକ୍ଟୋର୍ସ ଚୟନ କରନ୍ତି । ସେହି ଇଲୋକ୍ଟୋର୍ସମାନେ ରାଷ୍ଟ୍ରପତିଙ୍କୁ ଭୋଟ ଦିଅନ୍ତି । ଏଥିପାଇଁ ଏହି ରାଜ୍ୟଗୁଡିକ ଇଲୋକ୍ଟୋରାଲ୍ କଲେଜ୍ ଭୋଟ ନିର୍ବାଚନ ହୋଇତାଏ । ତେବେ ସେହି ରାଜ୍ୟଗୁଡିକରେ ଆମେରିକା ସିନେଟତ ଏବଂ ପ୍ରତିନିଧି ସଭାରେ ସେହି ଦଳର ପ୍ରତିନିଧିଙ୍କ ସଂଖ୍ୟା ଯେତେ ରହିଥିବ ଇଲୋକ୍ଟୋର୍ସ ସଂଖ୍ୟା ମଧ୍ୟ ସେହି ସମାନ ସଂଖ୍ୟା ଗ୍ରହଣ କରାଯିବ । ସେହି ଇଲୋକ୍ଟୋର୍ସମାନେ ନିଜ ମନ ପସନ୍ଦର ପ୍ରାର୍ଥୀ ଚୟନ କରିଥାନ୍ତି । ତେବେ ମୋଟ ୫୩୮ ଇଲୋକ୍ଟୋରାଲ କଳଷଜ୍ ରହିଥିବା ବେଳେ ଜିତିବା ପାଇଁ ଦରକାର ମୋଟ ୨୭୦ ଭୋଟ । ସୁଇଙ୍ଗ୍ ରାଜ୍ୟଗୁଡିକରେ ଦେଉଥିବା ଇଲେକ୍ଟୋରାଲ୍ କଲେଜ୍ ଭୋଟ୍:
ପେନସିଲଭାନିଆ – ୧୯, ଜର୍ଜିଆ – ୧୬, ଉତ୍ତର କାରୋଲିନା – ୧୬, ମିଚିଗାନ୍ – ୨୫, ଏରିଜୋନା – ୧୧, ୱିସ୍କନ୍ସିନ୍ – ୧୦, ନେଭାଡା – ୬